Posted inଖେଳ

ଭାରତୀୟ ବ୍ୟାଟରଙ୍କ ଉପରେ ଗମ୍ଭୀରଙ୍କ ରାଗ: ପରାଜୟର କାରଣ ନେଇ ଖୋଲିଲେ ମୁହଁ, କହିଲେ ଏହାର ପରିଣାମ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରିକେଟରେ ଏପରି କୌଣସି ବଲ ନାହିଁ, ଯାହାକୁ ଖେଳି ହେବ ନାହିଁ। ମ୍ୟାଟ ହେନରୀଙ୍କ ବୋଲିଂର ପ୍ରଶଂସା କରିବା ସହ ସେ ଭାରତୀୟ ବ୍ୟାଟର୍ମାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ବେ ଓଭାଲରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ଭାରତ ୨୪୪ ରନର ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା। ୩୩୪ ରନର ଲକ୍ଷ୍ୟ ପିଛା କରି ଭାରତ ପ୍ରଥମ ଓଭରରେ ହିଁ ୩ଟି ଉଇକେଟ୍‌ ହରାଇଥିଲା। ବିରାଟ କୋହଲି, ରୋହିତ ଶର୍ମା ଏବଂ ଶ୍ରେୟସ ଆୟର ନିଜ ରନ ଖାତା ମଧ୍ୟ ଖୋଲିପାରି ନଥିଲେ।

ଭାରତୀୟ ଦଳ ମାତ୍ର ୮୯ ରନରେ ଅଲଆଉଟ ହୋଇଥିଲା। ଦିନିକିଆ କ୍ରିକେଟରେ ଏହା ଭାରତର ଷଷ୍ଠ ସର୍ବନିମ୍ନ ସ୍କୋର। ରନ ବ୍ୟବଧାନ ଦୃଷ୍ଟିରୁ ଏହା ଭାରତର ଦିନିକିଆ ଇତିହାସରେ ଦ୍ୱିତୀୟ ସବୁଠୁ ବଡ଼ ପରାଜୟ। ମ୍ୟାଟ ହେନରୀ ଉତ୍ତମ ଲାଇନ ଓ ଲେନ୍ଥରେ ବୋଲିଂ କରିଥିଲେ। ବିରାଟ କୋହଲିଙ୍କ ଉଇକେଟ୍‌ ନେଇଥିବା ବଲଟି ପିଚରେ ପଡ଼ିବା ପରେ ଭିତରକୁ ଆସିଥିଲା, ଯେଉଁଥିରେ ଏହି ଷ୍ଟାର୍‌ ବ୍ୟାଟର୍ଙ୍କ ପାଖରେ କୌଣସି ସୁଯୋଗ ନଥିଲା। ମ୍ୟାଚ ପରେ ଖବରଦାତା ସମ୍ମିଳନୀରେ ଗୌତମ ଗମ୍ଭୀର ବ୍ୟାଟର୍ମାନଙ୍କ ଉପରେ ବର୍ଷିଥିଲେ। ବୋଲର୍‌ ଭଲ ସ୍ଥାନରେ ବୋଲିଂ କରିଥିଲେ, କିନ୍ତୁ ଆମକୁ ଏହାର ସାମ୍ନା କରିବା ଜାଣିବା ଦରକାର ବୋଲି ସେ କହିଥିଲେ।

ଗୌତମ ଗମ୍ଭୀର କହିଛନ୍ତି, ଅନ୍ତର୍ଜାତୀୟ କ୍ରିକେଟରେ ଏପରି କୌଣସି ବଲ ନାହିଁ, ଯାହାକୁ ଖେଳି ହେବ ନାହିଁ। ମ୍ୟାଟ ହେନରୀ ଭଲ ଲାଇନ ଓ ଲେନ୍ଥରେ ବୋଲିଂ କରିଥିଲେ, କିନ୍ତୁ ଆମକୁ ଏହାର ସାମ୍ନା କରିବା ଜାଣିବା ଦରକାର। ଯେତେବେଳେ ଆପଣଙ୍କ ପୂରା ଦଳ ପ୍ରାୟ ୯୦ ରନରେ ଅଲଆଉଟ ହୋଇଯାଏ, ସେତେବେଳେ ଏହା ଚିନ୍ତାର ବିଷୟ ହୋଇଥାଏ। ବିଶ୍ୱକପ ଆଉ ବେଶି ଦୂରରେ ନାହିଁ। ଗତ ମ୍ୟାଚରେ ମଧ୍ୟ ଆମେ ୭ଟି ଉଇକେଟ୍‌ ହରାଇଥିଲୁ, ଯାହା ଚିନ୍ତାର ବିଷୟ।

ୱିଲ ୟଙ୍ଗ ୧୨୫ ରନର ଚମତ୍କାର ଇନିଂସ ଖେଳିଥିଲେ। ତେବେ ରୋହିତ ଶର୍ମା ତାଙ୍କ କ୍ୟାଚ ଛାଡ଼ି ନଥିଲେ ହୁଏତ ତାଙ୍କ ଉଇକେଟ୍‌ ଶୀଘ୍ର ମିଳିଯାଇଥାନ୍ତା। ଦ୍ୱିତୀୟ ଓଭରର ପଞ୍ଚମ ବଲରେ ଏହି ଘଟଣା ଘଟିଥିଲା। ସେତେବେଳେ ୟଙ୍ଗ ମାତ୍ର ୫ ରନ କରିଥିଲେ। ଏହାର ପରବର୍ତ୍ତୀ ବଲରେ ଉଇକେଟ୍‌ କିପର ଇଶାନ କିଶନ ମଧ୍ୟ ତାଙ୍କ କ୍ୟାଚ ଛାଡ଼ିଥିଲେ।

ଏହାକୁ ନେଇ ଗୌତମ ଗମ୍ଭୀର କହିଛନ୍ତି ଆକିବ ନବୀ ଦୁର୍ଭାଗ୍ୟଶାଳୀ ଥିଲେ। ଯଦି ଆମେ ୱିଲ ୟଙ୍ଗଙ୍କ ଉଇକେଟ୍‌ ନେଇପାରିଥାନ୍ତୁ, ତେବେ ସ୍ଥିତି ହୁଏତ ଅଲଗା ହୋଇଥାନ୍ତା। ମ୍ୟାଚ ପରେ ସବୁବେଳେ ଏହା ଲାଗେ ଯେ, ଆଉ କ’ଣ କରାଯାଇପାରିଥାନ୍ତା। ଆମେ କ୍ୟାଚ ଛାଡ଼ିଛୁ ଏବଂ ଏହାର ମୂଲ୍ୟ ଆମକୁ ଦେବାକୁ ପଡ଼ିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ମନ୍ଦିରରୁ ଚୋରି, ଦେଢ଼ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ମଳାସପଦର ରାସ୍ତାରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ବିଳମ୍ବିତ ରାତିରେ…

ଟିମ୍‌ଇଣ୍ଡିଆ ସହ ହୋଇଛି ବଡ଼ ଧୋକା: ୩୩୩ ରନ ହୋଇଥିବା ପିଚ୍‌ରେ ଭାରତ ୮୯ରେ ଅଲଆଉଟକୁ ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯେଉଁ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ…

ବରଗଡ଼ ଗସ୍ତରେ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ୩୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶୁକ୍ରବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ…

ପାଟ୍ରୋଲିଂବେଳେ କାର୍‌ ଅଟକାଇଲା ପୋଲିସ, ଭିତରେ ଏତେ ଗଞ୍ଜେଇ ଦେଖି ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବେଗୁନିଆପଡ଼ା ଥାନା ନୂଆଗଡ଼ ସୁମଣ୍ଡଳ ଗ୍ରାମର ବାବୁ ନାୟକ(୨୫)ଙ୍କୁ ବ୍ରହ୍ମପୁର…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଘର ଲୋକଙ୍କ ଭୟରେ ଜଙ୍ଗଲକୁ ପଳାଇଥିଲେ ୪ ଦଶମ ଶ୍ରେଣୀ ଛାତ୍ର, ଆଉ ତା’ପରେ…

ବଲାଙ୍ଗୀର,୧୩।୧୧: ବଲାଙ୍ଗୀର ସହର ଉପକଣ୍ଠ ଜଙ୍ଗଲରୁ ଶୁକ୍ରବାର ୪ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତ ଛାତ୍ର ଲଳିତନଗର ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବା…

ଟିମ୍‌ଇଣ୍ଡିଆକୁ ଦିନରେ ତାରା ଦେଖେଇଦେଲେ ହେନରୀ: କଲେ ରେକର୍ଡ ବର୍ଷା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆକୁ ୨୪୪ ରନ୍‌ର ବଡ଼…

ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି,…

ଦିନିକିଆରେ ଏମିତି ରେକର୍ଡ କଲେ ଶ୍ରେୟସ, ଅଧିନାୟକ ଡେବ୍ୟୁରେ ଶୂନରେ ଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କ ଡେବ୍ୟୁ ଖରାପ ରହିଥିଲା। କିନ୍ତୁ ଦିନିକିଆରେ ତାଙ୍କ ଡେବ୍ୟୁ ଏହାଠାରୁ ମଧ୍ୟ ଅଧିକ ନିରାଶାଜନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?