ଓଡ଼ିଶାରେ ସଡ଼କ ଦୁର୍ଘଟଣା ମୃତ୍ୟୁ ଅଧିକ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ):ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ବେପରୁଆ ଗାଡ଼ିଚାଳନା ବହୁ ମୂଲ୍ୟବାନ୍‌ ଜୀବନକୁ ଉଜାଡ଼ି ଦେଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟରେ ଦୁର୍ଘଟଣା ହାର ହ୍ରାସରେ ବ୍ରେକ୍‌ ଲାଗି ପାରୁ ନାହିଁ। ଯାହାକି ଚିନ୍ତାର କାରଣ ହୋଇଛି। ରାଜ୍ୟରେ ଶଟ୍‌ଡାଉନ ଏବଂ ଲକ୍‌ଡାଉନ ଯୋଗୁ ୨୦୨୦ରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ସାମାନ୍ୟ ହ୍ରାସ ପାଇଥିଲା। ହେଲେ ୨୦୨୧ରେ ଦୁର୍ଘଟଣାଜନିତ ମୃତ୍ୟୁ ପୁଣି ଉପରମୁହଁା ହୋଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୯ରେ ୧୧ ହଜାର ୬୪ ସଡ଼କ ଦୁର୍ଘଟଣାରେ ୫,୩୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ୯,୮୧୭ ଦୁର୍ଘଟଣାରେ ୪,୭୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଲାଗୁ ହେବା କାରଣରୁ ୨୦୨୦ରେ ୨୦୧୯ ଅପେକ୍ଷା ଦୁର୍ଘଟଣାଜନିତ ମୃତ୍ୟୁ ହାର ପ୍ରାୟ ୧୧.୧୬% ହ୍ରାସ ପାଇଥିଲା। ତେବେ ଲକ୍‌ଡାଉନ ହଟିବା ପରେ ୨୦୨୧ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ଦୁର୍ଘଟଣା ହାର ୧୫.୯୮ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ୩,୧୯୭ ଜଣଙ୍କ ମତ୍ୟୁ ଘଟିଥିବାବେଳେ ୨୦୨୧ରେ ସମାନ ସମୟରେ ୩,୭୦୮ ଜଣଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି।
ଜାତୀୟ ହାର ତୁଳନାରେ ରାଜ୍ୟରେ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ରାଜ୍ୟରେ ପ୍ରତି ୧୦୦ ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ହେଉଥିବାବେଳେ ଜାତୀୟସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ବୋଲି ବୈଠକରେ ସୂଚନା ଦିଆଯାଇଛି। ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ୨୦୧୫ରୁ ପ୍ରତ୍ୟେକ ବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ୧୦ ପ୍ରତିଶତ ହ୍ରାସ କରିବାକୁ ପଦକ୍ଷେପ ନେବା ଲାଗି କମିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା। ହେଲେ କମିବା ପରିବର୍ତ୍ତେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୨୦ ନଭେମ୍ବର ୯ ତାରିଖରେ କମିଟି ସଡ଼କ ଦୁର୍ଘଟଣାକୁ ନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପର ସମୀକ୍ଷା କରିଥିଲା। ସମୀକ୍ଷାରୁ ଜଣାପଡିଥିଲା ଯେ ୨୦୧୪ରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୩,୯୩୧ ଥିବାବେଳେ ତାହା ୨୦୨୦ରେ ୪,୭୩୮ରେ ପହଞ୍ଚତ୍ଛି। ହେଲ୍‌ମେଟ ନ ପିନ୍ଧିବାରୁ ରାଜ୍ୟରେ ୪୧% ମୃତ୍ୟୁ ହେଉଛି। କେବଳ କିଛି ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିବା ଛଡ଼ା ଏ ଦିଗରେ ରାଜ୍ୟ ସରକାର ସେଭଳି କିଛି କଡ଼ା ପଦକ୍ଷେପ ନେଇନାହାନ୍ତି। ଦ୍ରୁତ ବେଗରେ ଗାଡ଼ି ଚାଳନା ଯୋଗୁ ୬୯ ପ୍ରତିଶତ ଏବଂ ୨୦ ପ୍ରତିଶତ ହିଟ୍‌ ଆଣ୍ଡ ରନ୍‌ ଦୁର୍ଘଟଣା ଘଟୁଛି। ରାଜ୍ୟରେ ଥିବା ବ୍ଲାକ୍‌ସ୍ପଟଗୁଡ଼ିକରେ ବାରମ୍ବାର ଦୁର୍ଘଟଣା ଘଟୁଛି। ୨୦୨୧ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲାରେ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ସମୟରେ ୨୦୧୯ ତୁଳନାରେ ଗଜପତି, ଜଗତ୍‌ସିଂହପୁର, ବୌଦ୍ଧ, ଝାରସୁଗୁଡ଼ା, ରାୟଗଡ଼ା, ମାଲକାନଗିରି ଏବଂ ନୂଆପଡ଼ା ଜିଲାରେ ୩୦ ପ୍ରତିଶତ ଦୁର୍ଘଟଣା ବୃଦ୍ଧି ପାଇଥିବାରୁ କମିଟି ଚିନ୍ତାପ୍ରକଟ କରିଛି। ବିଶ୍ୱ ବ୍ୟାଙ୍କ ସର୍ଭେ ୨୦୨୦ ଅନୁଯାୟୀ ଭାରତରେ ୭୬.୨ ପ୍ରତିଶତ ୧୮ରୁ ୪୫ ବର୍ଷର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଦୁର୍ଘଟଣା ଯୋଗୁ ୫୦ ପ୍ରତିଶତ ମହିଳା ଘର ଚଳାଇବା ନେଇ ଭୟଙ୍କର ଆର୍ଥିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସଡ଼କ ଦୁର୍ଘଟଣା ଯୋଗୁ ଦେଶକୁ ବାର୍ଷିକ ଜିଡିପିର ୩.୧୪ ପ୍ରତିଶତ ଆର୍ଥିକ କ୍ଷତି ଭୋଗିବାକୁ ପଡୁଛି।
ସଡ଼କ ସୁରକ୍ଷା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ ବୋଲି ମନ୍ତ୍ରୀ ବେହେରା କହିଛନ୍ତି। ଓଡ଼ିଶାରେ ୨୦୨୦ରେ ମୋଟ୍‌ ୪,୭୩୮ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫,୦୦୦ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ମୁଖ୍ୟତଃ ମୋଟର ସାଇକେଲ ଚାଳକଙ୍କ ସଂଖ୍ୟା ସମୁଦାୟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୫୩ ପ୍ରତିଶତ ଏବଂ ଦୁର୍ଘଟଣାରେ ୮୦ ପ୍ରତିଶତ ମୃତ୍ୟୁ ହେଲମେଟ୍‌ ପିନ୍ଧି ନ ଥିବାରୁ ହେଉଛି। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କମାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପରିବହନ ବିଭାଗ ତରଫରୁ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏକ ସ୍ବେଚ୍ଛାସେବୀ ଗୋଷ୍ଠୀ ପ୍ରସ୍ତୁତ କରାଯାଇଛି। ଏମାନଙ୍କୁ ଫାଷ୍ଟ ରେସ୍ପଣ୍ଡର ଟ୍ରେନିଂ ଦିଆଯାଇଛି। ଗାଡ଼ିଚାଳକଙ୍କ ପାଇଁ ରିଫ୍ରେସ୍‌ ଟ୍ରେନିଂ କରାଯାଉଛି। ବ୍ଲାକ୍‌ ସ୍ପଟ୍‌ଗୁଡ଼ିକୁ ସେଭ୍‌ ଲାଇଫ୍‌ ଫାଉଣ୍ଡେଶନ ଦ୍ୱାରା ସର୍ଭେ କରାଯାଇ ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ, ଆଇନ ସଚିବ, ପୋଲିସ ବିଭାଗର ଅତିରିକ୍ତ ଡିଜି, ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସଡ଼କ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?