Posted inଖେଳ

ଭାରତୀୟ ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ, ୪।୧: ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ରବିବାର ଆର୍ଜେଣ୍ଟିନା ଗସ୍ତ କରିଛି। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୫ ଜଣିଆ ଦଳରେ ଓଡ଼ିଶାର ୪ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍‌ ଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ରଶ୍ମିତା ମିଞ୍ଜ। କୋଭିଡ-୧୯ ମହାମାରୀ ପାଇଁ ପାଖାପାଖି ୧ ବର୍ଷ ପରେ ଭାରତୀୟ ଦଳ ବିଦେଶ ଗସ୍ତ କରିଛି। ମହାମାରୀ ଲାଗି ଅନ୍ତର୍ଜାତୀୟ ପ୍ରତିଯୋଗିତା ବନ୍ଦ ଥିବାରୁ ଭାରତୀୟ ଦଳର ଖେଳାଳିମାନେ ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଅଭ୍ୟାସ କରିଥିଲେ। ସମ୍ପ୍ରତି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୨ ନମ୍ବର ସ୍ଥାନରେ ଥିବା ଆର୍ଜେଣ୍ଟିନା ବିପକ୍ଷରେ ଭାରତ ଚଳିତମାସ ୨୬, ୨୮, ୩୦ ଓ ୩୧ରେ ୪ଟି ମ୍ୟାଚ ଖେଳିବ। ଏହା ପୂର୍ବରୁ ଭାରତୀୟ ଦଳ ଯଥାକ୍ରମେ ୧୭ ଓ ୧୮ ତାରିଖରେ ଆର୍ଜେଣ୍ଟିନାର ଜୁନିୟର ଏବଂ ‘ବି’ ଦଳ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ ଖେଳି ନିଜକୁ ପ୍ରସ୍ତୁତ କରିବ। ”ଗତ କିଛିମାସ ଧରି ଆମେ କଠିନ ପରିଶ୍ରମ କରିଆସୁଛୁ। ଏବେ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାର ସମୟ ଆସିଛି। ଦୀର୍ଘଦିନପରେ ଖେଳିବାକୁ ବିଦେଶ ଯାଉଥିବାରୁ ବହୁତ ଖୁସି ଲାଗୁଛି“ ବୋଲି ରାଣୀ କହିଛନ୍ତି। ଖେଳାଳିମାନେ ଦୀର୍ଘଦିନଧରି କଟକଣା ମଧ୍ୟରେ ବାୟୋ ବବଲରେ ରହିଥିଲେ। ଏଥର ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ଏତେଟା ସହଜ ହେବନାହିଁ। ତେବେ ଖେଳାଳିମାନେ ପଡ଼ିଆକୁ ଫେରି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବ୍ୟଗ୍ର ବୋଲି ସେ ପ୍ରକାଶ କରିଛନ୍ତି।
ହକି ଇଣ୍ଡିଆ ଓ ଆୟୋଜକ ଦେଶର ଆସୋସିଏଶନ ମିଳିତଭାବେ ଦଳପାଇଁ ବାୟୋ ବବଲ ପ୍ରସ୍ତୁତ କରିଛନ୍ତି। ଭାରତୀୟ ଦଳ ଯେଉଁ ହୋଟେଲରେ ରହିବ ସେଠାରେ ରୁମ୍‌, ଖାଇବା ପାଇଁ ହଲ୍‌, ଟିମ୍‌ ବୈଠକ ଏବଂ ସେସନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆର୍ଜେଣ୍ଟିନା ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ଭାରତୀୟ ଦଳର ପ୍ରତି ସଦସ୍ୟଙ୍କର କୋଭିଡ୍‌-୧୯ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯାଇଛି। ଆର୍ଜେଣ୍ଟିନାରେ ପହଞ୍ଚତ୍ବାପରେ ଯଦିଓ ଖେଳାଳିଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବନାହିଁ ତେବେ ସେଠାକାର ସରକାରଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କିତ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି। ଆର୍ଜେଣ୍ଟିନା ଗସ୍ତ ପାଇଁ ବ୍ୟବସ୍ଥା କରିଥିବାରୁ ଭାରତୀୟ ଦଳର ଉପଅଧିନାୟିକା ଗୋଲକିପର ସବିତା ହକି ଇଣ୍ଡିଆ ଓ ସାଇକୁ ଧନ୍ୟବାଦ ଜଣାଇଛନ୍ତି।
ଭାରତୀୟ ଦଳ: ସବିତା, ରଜନୀ ଇଟିମାରପୁ, ବିଚୁ ଦେବୀ ଖାରିବାମ୍‌, ଗୁରଜିତ କୌର, ଦୀପ୍‌ ଗ୍ରେସ୍‌ ଏକ୍କା, ରଶ୍ମିତା ମିଞ୍ଜ, ମନପ୍ରୀତ କୌର, ରୀନା ଖୋଖର, ସାଲିମା ଟେଟେ, ନିଶା, ସୁଶୀଳା ଚାନୁ ପୁଖରମ୍ବାମ୍‌, ଲିଲିମା ମିଞ୍ଜ, ନେହା ଗୋୟଲ, ନମିତା ଟପ୍ପୋ, ମୋନିକା, ନିକ୍କି ପ୍ରଧାନ, ବନ୍ଦନା କାଟରିୟା, ନଭନୀତ କୌର, ନଭଜୋତ କୌର, ଜ୍ୟୋତି, ଉଦିତା, ରାଜବିନ୍ଦର କୌର, ରାଣୀ(ଅଧିନାୟିକା), ଲାଲରେମ୍‌ସିଆମି, ଶର୍ମିଳା ଦେବୀ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?