Posted inଖେଳ

ଭାରତୀୟ ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ, ୪।୧: ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ରବିବାର ଆର୍ଜେଣ୍ଟିନା ଗସ୍ତ କରିଛି। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୫ ଜଣିଆ ଦଳରେ ଓଡ଼ିଶାର ୪ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍‌ ଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ରଶ୍ମିତା ମିଞ୍ଜ। କୋଭିଡ-୧୯ ମହାମାରୀ ପାଇଁ ପାଖାପାଖି ୧ ବର୍ଷ ପରେ ଭାରତୀୟ ଦଳ ବିଦେଶ ଗସ୍ତ କରିଛି। ମହାମାରୀ ଲାଗି ଅନ୍ତର୍ଜାତୀୟ ପ୍ରତିଯୋଗିତା ବନ୍ଦ ଥିବାରୁ ଭାରତୀୟ ଦଳର ଖେଳାଳିମାନେ ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଅଭ୍ୟାସ କରିଥିଲେ। ସମ୍ପ୍ରତି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୨ ନମ୍ବର ସ୍ଥାନରେ ଥିବା ଆର୍ଜେଣ୍ଟିନା ବିପକ୍ଷରେ ଭାରତ ଚଳିତମାସ ୨୬, ୨୮, ୩୦ ଓ ୩୧ରେ ୪ଟି ମ୍ୟାଚ ଖେଳିବ। ଏହା ପୂର୍ବରୁ ଭାରତୀୟ ଦଳ ଯଥାକ୍ରମେ ୧୭ ଓ ୧୮ ତାରିଖରେ ଆର୍ଜେଣ୍ଟିନାର ଜୁନିୟର ଏବଂ ‘ବି’ ଦଳ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ ଖେଳି ନିଜକୁ ପ୍ରସ୍ତୁତ କରିବ। ”ଗତ କିଛିମାସ ଧରି ଆମେ କଠିନ ପରିଶ୍ରମ କରିଆସୁଛୁ। ଏବେ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାର ସମୟ ଆସିଛି। ଦୀର୍ଘଦିନପରେ ଖେଳିବାକୁ ବିଦେଶ ଯାଉଥିବାରୁ ବହୁତ ଖୁସି ଲାଗୁଛି“ ବୋଲି ରାଣୀ କହିଛନ୍ତି। ଖେଳାଳିମାନେ ଦୀର୍ଘଦିନଧରି କଟକଣା ମଧ୍ୟରେ ବାୟୋ ବବଲରେ ରହିଥିଲେ। ଏଥର ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ଏତେଟା ସହଜ ହେବନାହିଁ। ତେବେ ଖେଳାଳିମାନେ ପଡ଼ିଆକୁ ଫେରି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବ୍ୟଗ୍ର ବୋଲି ସେ ପ୍ରକାଶ କରିଛନ୍ତି।
ହକି ଇଣ୍ଡିଆ ଓ ଆୟୋଜକ ଦେଶର ଆସୋସିଏଶନ ମିଳିତଭାବେ ଦଳପାଇଁ ବାୟୋ ବବଲ ପ୍ରସ୍ତୁତ କରିଛନ୍ତି। ଭାରତୀୟ ଦଳ ଯେଉଁ ହୋଟେଲରେ ରହିବ ସେଠାରେ ରୁମ୍‌, ଖାଇବା ପାଇଁ ହଲ୍‌, ଟିମ୍‌ ବୈଠକ ଏବଂ ସେସନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆର୍ଜେଣ୍ଟିନା ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ଭାରତୀୟ ଦଳର ପ୍ରତି ସଦସ୍ୟଙ୍କର କୋଭିଡ୍‌-୧୯ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯାଇଛି। ଆର୍ଜେଣ୍ଟିନାରେ ପହଞ୍ଚତ୍ବାପରେ ଯଦିଓ ଖେଳାଳିଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବନାହିଁ ତେବେ ସେଠାକାର ସରକାରଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କିତ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି। ଆର୍ଜେଣ୍ଟିନା ଗସ୍ତ ପାଇଁ ବ୍ୟବସ୍ଥା କରିଥିବାରୁ ଭାରତୀୟ ଦଳର ଉପଅଧିନାୟିକା ଗୋଲକିପର ସବିତା ହକି ଇଣ୍ଡିଆ ଓ ସାଇକୁ ଧନ୍ୟବାଦ ଜଣାଇଛନ୍ତି।
ଭାରତୀୟ ଦଳ: ସବିତା, ରଜନୀ ଇଟିମାରପୁ, ବିଚୁ ଦେବୀ ଖାରିବାମ୍‌, ଗୁରଜିତ କୌର, ଦୀପ୍‌ ଗ୍ରେସ୍‌ ଏକ୍କା, ରଶ୍ମିତା ମିଞ୍ଜ, ମନପ୍ରୀତ କୌର, ରୀନା ଖୋଖର, ସାଲିମା ଟେଟେ, ନିଶା, ସୁଶୀଳା ଚାନୁ ପୁଖରମ୍ବାମ୍‌, ଲିଲିମା ମିଞ୍ଜ, ନେହା ଗୋୟଲ, ନମିତା ଟପ୍ପୋ, ମୋନିକା, ନିକ୍କି ପ୍ରଧାନ, ବନ୍ଦନା କାଟରିୟା, ନଭନୀତ କୌର, ନଭଜୋତ କୌର, ଜ୍ୟୋତି, ଉଦିତା, ରାଜବିନ୍ଦର କୌର, ରାଣୀ(ଅଧିନାୟିକା), ଲାଲରେମ୍‌ସିଆମି, ଶର୍ମିଳା ଦେବୀ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri