ସମସ୍ତ ସରକାରୀ ଜମି ଜବରଦଖଲ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୬।୭: ରାଜ୍ୟର ସମସ୍ତ ଜିଲାରେ ସରକାରୀ ଜମି ଜବରଦଖଲ ବଢି ଚାଲିଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ସରକାର। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜବରଦଖଲକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏହି କ୍ରମରେ ରାଜ୍ୟ ରାଜସ୍ୱ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ କାମ ପାଇଁ ଜମି ଦେବାରେ ଜବରଦଖଲ ବାଧକ ସାଜୁଛି। ଅନେକ ସ୍ଥାନରେ ବହୁ ମୂଲ୍ୟବାନ ଜମି ସବୁ ଅବୈଧ ଭାବେ ଜବରଦଖଲ କରାଯାଉଛି। କିଛି ସ୍ଥାନରେ କଥା ମାଳି ମକଦ୍ଦମା ଆଡେ ମଧ୍ୟ ଯାଉଛି। ତେଣୁ ସର୍ଭେ କରି ତୁରନ୍ତ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ଜବରଦଖଲ ହଟାଇବା ପରେ ଜିଲା ପ୍ରଶାସନ ସେହି ସ୍ଥାନକୁ ବାଡ଼ ବୁଲାଇ ରଖିବେ। ଯାହା ପରବର୍ତୀ ସମୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଉପଯୋଗ କରାଯାଇପାରିବ। ଏହି କାମ ପାଇଁ ପାଣ୍ଠିର ଅଭାବ ହେଲେ ତୁରନ୍ତ ରାଜସ୍ବ ବିଭାଗକୁ ଜଣାଇବାକୁ କୁହାଯାଇଛି। ‘ଅତ୍ୟନ୍ତ ଜରୁରୀ କାର୍ଯ୍ୟ’ ଭାବେ ଏ ଦିଗରେ ପଦକ୍ଷେପ ନେଇ ଚାଳିଶି ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଟ୍ରେନ ବାତିଲ, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୨୯।୧୧: ଚକ୍ରଧରପୁରରେ ଆଧୁନିକୀକରଣ ପାଇଁ ଏକାଧିକ ଟ୍ରେନ ବାତିଲ କରାଯାଇଥିବା ନେଇ ରବିବାର ରେଲୱେ ପକ୍ଷରୁ କୁହାଯାଇଛି। ଡିସେମ୍ବର ୧୭ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ୧୮ଟି ଟ୍ରେନ୍‌ର ଯାତ୍ରା…

ବାରିପଟ ବିଲରୁ ମିଳିଲା ନବଜାତ ଶିଶୁର ମୃତଦେହ; ଘଟଣାସ୍ଥଳରେ ଲୋକଙ୍କ ଭିଡ଼, ପୋଲିସର…

ଛତ୍ରପୁର, ୨୯।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ହୁମା ଫାଣ୍ଡି ଅନ୍ତର୍ଗତ ହୁମା କେଉଟ ସାହି ନିକଟସ୍ଥ ବାରିପଟ ବିଲରୁ ରବିବାର ଏକ ନବଜାତ ଶିଶୁର ମୃତଦେହ ଠାବ…

ଷ୍ଟାଲିନଙ୍କୁ ମନାଇବାରେ ବିଫଳ INDIA ମେଣ୍ଟ! କହିଲେ ଡିଲିମିଟେସନ ବିଲ୍‌କୁ ସମର୍ଥନ ନିଷ୍ପତ୍ତିରେ…

ଚେନ୍ନାଇ,୨୯।୧୧ : ସଂସଦରେ ସୀମା ନିର୍ଦ୍ଧାରଣ ବିଲକୁ ଡିଏମ୍‌କେ ସମର୍ଥନ କରିବ ବୋଲି ଘୋଷଣା କରିବାର ଦିନକ ପରେ ଚେନ୍ନାଇରେ ଦଳର ମୁଖ୍ୟ ଏମ୍‌କେ ଷ୍ଟାଲିନଙ୍କୁ ଭେଟିଛନ୍ତି…

Featured Video Play Icon

ଯୁବପିଢ଼ିଙ୍କୁ ପରିବେଶ ସହ ଯୋଡ଼ିବା Dharitri Youth Conclave ର ମୁଖ୍ୟ ଲକ୍ଷ୍ୟ: ଆଦ୍ୟାଶା ସତପଥୀ

ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ଧରିତ୍ରୀ ୟୁଥ କନକ୍ଲେଭ ୨୦୨୬ (Dharitri Youth Conclave 2026) ଅବସରରେ କହିଛନ୍ତି ଯେ ଯୁବପିଢ଼ିଙ୍କୁ ପରିବେଶ…

Featured Video Play Icon

ବିକାଶ ସହ ଜଙ୍ଗଲ ଜୀବଜନ୍ତୁଙ୍କ କଥା ଚିନ୍ତା କରିବା ଦରକାର : ତଥାଗତ ସତପଥୀ

Dharitri Youth Conclave 2026 କାର୍ଯ୍ୟକ୍ରମରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ପରିବେଶ, ଜଙ୍ଗଲ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ବିଷୟରେ…

ଦିନ ଦ୍ୱିପ୍ରହରରେ ସେନକୋ ଜୁଏଲାରୀରେ ସଶସ୍ତ୍ର ଡକାୟତି; କାର୍ ଧକ୍କା ଦେଇ ଲୁଟେରାଙ୍କୁ ଧରିଲେ ଦୋକାନ ମାଲିକ, ୪ କାବୁ

ବାରିପଦା, ,୨୯।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ରବିବାର ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଡକାୟତି ହୋଇଛି। ବାରିପଦା ଟାଉନ ଥାନାଠାରୁ…

‘‘ସାହିତ୍ୟ ଦ୍ୱାରା ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିଉଠେ’‘

କେସିଙ୍ଗା, ୨୯/୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦର ୩୮ତମ ରାଜ୍ୟସ୍ତରୀୟ ଲେଖକ ସମାବେଶ ଓ ପୁଷ୍ପୁନି ଭେଟଘାଟ ସମାରୋହ ରବିବାର ସ୍ଥାନୀୟ…

ମିଶ୍ରଣ ପର୍ବରେ ବିରୋଧୀଙ୍କୁ ଟାର୍ଗେଟ୍ କଲା ଭାଜପା: ଶତାଧିକ କର୍ମୀ ଭାଜପାରେ ସାମିଲ

ହାଟଡିହୀ/ଛେନାପଦୀ, ୨୯/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରବିବାର ମଧ୍ୟାହ୍ନରେ ହାଟଡିହୀ ବ୍ଲକ ସମଣା ପଞ୍ଚାୟତର ବାହରିପୁରଠାରେ ଭାଜପା ପକ୍ଷରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?