Dharitri Youth Conclave 2026 କାର୍ଯ୍ୟକ୍ରମରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ପରିବେଶ, ଜଙ୍ଗଲ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ବିଷୟରେ କହିଛନ୍ତି। ସମସ୍ତଙ୍କୁ କଂକ୍ରିଟ ଏବଂ ବିକାଶ ଦରକାର, କିନ୍ତୁ ବ୍ୟବସାୟ, ଶିଳ୍ପ ଓ ବିକାଶ ଭିତରେ ଜଙ୍ଗଲ, ଜମି ଓ ଜୀବଜନ୍ତୁ କିପରି ବଞ୍ଚିବେ ସେନେଇ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଭବିଷ୍ୟତ ପିଢ଼ି ପାଇଁ ଏକ ସୁରକ୍ଷିତ ଓ ସୁନ୍ଦର ପୃଥିବୀ ଛାଡ଼ିଯିବା ବିକାଶର ପ୍ରକୃତ ଲକ୍ଷ୍ୟ ହେବା ଉଚିତ ।
COP 31 ଭଳି ମଞ୍ଚରେ ବିଭିନ୍ନ ଦେଶ କେବଳ ବ୍ୟବସାୟ ଓ ଶିଳ୍ପ କଥା ଚିନ୍ତା କରୁଥିବା ବେଳେ, ସମଗ୍ର ପୃଥିବୀରେ ଜୈବିକ ସନ୍ତୁଳନ ରହିଲେ ହିଁ ମନୁଷ୍ୟ ଜାତି ବଞ୍ଚିପାରିବ ବୋଲି ସେ ମତ ରଖିଛନ୍ତି । ଧରିତ୍ରୀ କ୍ଲାଇମେଟ ଫିଲ୍ମ ଫେଷ୍ଟ ଓ ରାଉଣ୍ଡ ଟେବୁଲ ଆଲୋଚନା ମାଧ୍ୟମରେ ଯୁବପିଢ଼ିଙ୍କ ଭିତରେ ପରିବେଶ ସଚେତନତାର ଏକ ନୂଆ ଚିନ୍ତାଧାରା ସୃଷ୍ଟି ହୋଇଛି ।
୨୦୧୫ ମସିହାରୁ ଚାଲିଆସିଥିବା ସଚେତନତା ପ୍ରୟାସ ଆଜି ମଧ୍ୟ ଜାରି ରହିଛି ଏବଂ ଏହି କାର୍ଯ୍ୟକ୍ରମ ଶେଷ ନୁହେଁ, ବରଂ ସଚେତନତାର ଏକ ନୂଆ ଆରମ୍ଭ ବୋଲି ସେ କହିଛନ୍ତି।

