Posted inରାଜ୍ୟ

ପ୍ରଥମ କ୍ୟାବିନେଟରେ ମୋହନ ସରକାରଙ୍କ ବଡ଼ ନିଷ୍ପତି, ୪ଟି ପ୍ରସ୍ତାବ ଉପରେ ମୋହର

ପୁରୀ,୧୨ା୬: ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। କ୍ୟାବିନେଟ୍ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଗୁରୁବାର ସକାଳେ ମଙ୍ଗଳ ଆଳତି ସମୟରେ ଖୋଲିବ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର। ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି।

କ୍ୟାବିନେଟ୍‌ ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମାଝି କହିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ଜନତା ପାର୍ଟିର ସଂକଳ୍ପ ପତ୍ରକୁ ଗ୍ରହଣ କରି ରାଜ୍ୟ କ୍ୟାବିନେଟ ଆଜି ୪ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ଗୁରୁବାର ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କ ଉପସ୍ଥିତିରେ ଚାରି ଦ୍ବାର ଖୋଲାଯିବ। ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ କିଛି ବର୍ଷ ହେବ ତିନି ଦ୍ବାର ବନ୍ଦ ଥିବା ହେତୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାଦ୍ବାରା ଭକ୍ତ ଓ ଭଗବାନଙ୍କ ଭିତରେ ଏକ ବ୍ୟବଧାନ ସୃଷ୍ଟି ହେଉଥିଲା । ଚାରି ଦ୍ବାର ଖୋଲାଯିବା ଦ୍ବାରା ଏହି ବ୍ୟବଧାନ ଦୂର ହେବ।

ଦ୍ବିତୀୟ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରର ଉନ୍ନତିକରଣ, ସଂରକ୍ଷଣ, ବିକାଶ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରିବେ।

ତୃତୀୟ ନିଷ୍ପତ୍ତି ହେଉଛି ରାଜ୍ୟର କୃଷକ ଭାଇଭଉଣୀ ମାନଙ୍କ ସଶକ୍ତିକରଣ ପାଇଁ ଏକ ‘ସମୃଦ୍ଧ କୃଷକ ନୀତି’ ଆସିବ ଏବଂ ଚାଷୀ ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ୧୦୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।

ଚତୁର୍ଥ ନିଷ୍ପତ୍ତି ଅନୁଯାୟୀ ମହିଳା ମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ। ଆଗାମୀ ୧୦୦ ଦିନ ମଧ୍ୟରେ ଏହାର ରୂପରେଖ ପ୍ରସ୍ତୁତ କରି ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖଭବନକୁ ନେଇ ବିସ୍ଫୋରକ ବୟାନ ଦେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ, କହିଲେ…

ଭୁବନେଶ୍ୱର,୨୦।୭: ବିଜେଡିର ପାର୍ଟି ଅଫିସ ତଥା ଶଙ୍ଖଭବନର ତଦନ୍ତ ହେବ। ଏଭଳି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ...

ନବୀନ ପଟ୍ଟନାୟକ ଏମପି ନୁହଁନ୍ତି ତେବେ କେମିତି ହେଲେ ସଂଦଦୀୟ ଦଳର ଅଧ୍ୟକ୍ଷ, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୦।୭: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ବିଜେଡି ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ସଂସଦୀୟ ଦଳର ନେତା...

ଯୁକ୍ତ ଦୁଇ କଟ୍‌ ଅଫ୍‌: ଜାଣନ୍ତୁ ଶୀର୍ଷରେ ରହିଛି କେଉଁ କଲେଜ୍‌

ଭୁବନେଶ୍ୱର,୨୦।୭: ଯୁକ୍ତ ଦୁଇ ୨୨୦୨୪ ୨୫ ଶିକ୍ଷା ବର୍ଷ ପାଇଁ ଶନିବାର ପ୍ରଥମ କଟ ଅଫ ମାର୍କ ପ୍ରକାଶ ପାଇଛି। ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ...

ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ, କଟାକ୍ଷ କଲେ ଅରୁଣ

ଭୁବନେଶ୍ୱର,୨୦।୭: ବଦଳିଲା କ୍ରୀଡା ପୁରସ୍କାର ନାଁ। ହଟିଲା ବିଜୁ ପଟ୍ଟନାୟକଙ୍କ ନାମ। କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ପୁରସ୍କାର ସମ୍ମାନ।...

ପ୍ରବଳ ବର୍ଷାରେ ଧସିଲା ପାହାଡ଼

ମାଲକାନଗିରି,୨୦।୭: ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବଣ୍ଡାଘାଟିରେ ବର୍ଷା ବିତ୍ପାତ  ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ପାହାଡ଼ ଧସିଛି। ଫଳରେ...

ଚିତ୍ରତ୍ପୋଳାରେ ଭାସିଗଲେ ଛାତ୍ର

କେନ୍ଦ୍ରାପଡ଼ା,୨୦।୭: ଚିତ୍ରତ୍ପୋଳା ନଦୀରେ ଭାସିଗଲେ ଛାତ୍ର। ନଦୀରେ ଗାଧୋଇବାବେଳେ ଏପରି ଅଘଟଣ ଘଟିଛି। ଛାତ୍ର ଜଣକ ପାଟକୁରା ଜଗନ୍ନାଥପୁର ଗାଁର ବୋଲି ଜଣାପଡିଛି। ଛାତ୍ରଙ୍କୁ ଉଦ୍ଧାର...

ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏମିତି କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର,୨୦।୭: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ସେ କହିଛନ୍ତି ଶୁକ୍ରବାର ସୁଦ୍ଧା...

ରାଜ୍ୟରେ ବର୍ଷା ସ୍ଥିତି ସମୀକ୍ଷା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର,୨୦।୭: ରାଜ୍ୟରେ ବର୍ଷା ସ୍ଥିତି ସମୀକ୍ଷା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। SRCଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ। ମାଲକାନଗିରିର ତଳିଆ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri