ବିଶ୍ଵପ୍ରସିଦ୍ଧ ଡେରା ବେଶରେ ଉତ୍ସବମୁଖର ବଡକୋଦଣ୍ଡା

ଭଞ୍ଜନଗର,୫।୧୧(ବାବୁଲା ପ୍ରଧାନ)- କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବୁଧବାର ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଶୈବ ପୀଠ ଗୁଡ଼ିକରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଭଞ୍ଜନଗର ବେଲେଶ୍ୱର ପୀଠ ଏବଂ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ଆଜି ଅସମ୍ଭାଳ ଭିଡ ଥିଲା। ଏଥିସହ ପ୍ରତିବର୍ଷ ବଡ଼କୋଦଣ୍ଡା ରେ ଆଜିର ଦିନରେ ବିଶ୍ବ ପ୍ରସିଦ୍ଧ ଡେରା ବେଶ ଅନୁଷ୍ଠିତ ହେଉଛି। ଉକ୍ତ ବେଶକୁ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ଭିଡ଼ ଜମୁଛି।

ସୂଚନାଯୋଗ୍ୟ, ଯେ ଗ୍ରାମର ବହୁ କଳାକାରଙ୍କ ଦ୍ବାରା ହାଲୁକା କାଠରେ ନିର୍ମିତ ରଙ୍ଗବେରଙ୍ଗର କପଡା ଓ ଅଳଙ୍କାରରେ ସଜାଇ ହାତୀ, ବାଘ, ବୃଷଭ, ଘୋଡା, ଶ୍ରୀରାମ, ଲକ୍ଷ୍ମଣ, ହନୁମାନ, ରାବଣ, କୁମ୍ଭକର୍ଣ୍ଣ, ରାଜା-ରାଣୀ, ନବଗୁଞ୍ଜର, ମୟୂର,ଗରୁଡ,ହଂସ,ଛେଳି ଓ କଳ ଘୋଡା ପ୍ରଭୃତି ଦେଖିବାକୁ ମିଳିଥିଲା। ଗ୍ରାମର ଉଭୟ ପାର୍ଶ୍ଵର ଗୋପୀନାଥ ମନ୍ଦିର ଓ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ମଧ୍ୟ ଭାଗରେ ଏହି ସବୁ ଚିତ୍ତାକର୍ଷକ ପଶୁପକ୍ଷୀ ଓ ପୁରାଣ ପୁରୁଷଙ୍କ ବେଶ ଡେରା କରି ରଖା ଯାଇଥିଲା। ଏହି ଡେରା ବେଶ ଦେଖିବା ପାଇଁ ଆଖାପାଖ ଗ୍ରାମ ସମେତ ଦୂର ଦୁରାନ୍ତରୁ ବହୁ ସଂଖ୍ୟାରେ ଲୋକ ଏହି ଗ୍ରାମକୁ ଛୁଟି ଆସିଥିଲେ। ମନ୍ଦିରମାଳିନି ଗ୍ରାମ ବଡକୋଦଣ୍ଡା ଡେରା ବେଶରେ ବେଶ୍ ଉତ୍ସବ ମୁଖରିତ ହୋଇ ଉଠିଥିଲା। ସମଗ୍ର ବିଶ୍ବରେ ବେଶ୍ ପରିଚୟ ସୃଷ୍ଟି କରିଥିବା ଏହି ଗ୍ରାମର ପଶୁମୁଖା ନୃତ୍ୟ କଳାକାରଙ୍କ ନିଖୁଣ କଳାକୃତିର ମହିମାକୁ ସର୍ବସାଧରଣରେ ପ୍ରଦର୍ଶନ କରିବା ନିମନ୍ତେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ନିଜ ନିଜ ଅନୁଷ୍ଠାନର ସମସ୍ତ ବେଶକୁ ଗାଁକୁ ଆଣି ଦିନ ତମାମ ଡେରା ପକାଇ ରଖିଥାନ୍ତି। ଏହା କ୍ରମଶଃ ଏକ ପରମ୍ପରାରେ ପରିଣତ ହୋଇଥିବା ଗ୍ରାମର କଳାକାରମାନେ ପ୍ରକାଶ କରିଛନ୍ତି।

ଗ୍ରାମର କଣ୍ଢେଇନାଚ ମଧ୍ୟ ଅନ୍ୟାନ୍ୟ ମହାନ୍‌ କଳାର ନିଦର୍ଶନ ବୋଲି କୁହାଯାଇଛି। ଡେରା ବେଶ ଦେଖିବାକୁ ଆସିଥିବା ଜନସାଧାରଣ କଳାକାରଙ୍କ ଏହିଭଳି ଅନନ୍ୟ ବେଶକୁ ପ୍ରଶଂସା କରିଥିଲେ। ସମଗ୍ର ଭାରତ ବର୍ଷରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବଡକୋଦଣ୍ଡା ଗ୍ରାମର ଏହି ପଶୁମୁଖା ନୃତ୍ୟ ଓ ବିଭିନ୍ନ ବେଶଭୂଷା କଣ୍ଢେଇ ଖେଳର କଳାକୃତି ଆଜି ସରକାରୀ ପ୍ରୋତ୍ସାହନ ଅଭାବରୁ ଆଗକୁ ବଢିବାରେ ଘୋର ପ୍ରତିବନ୍ଧକ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri