ଗଞ୍ଜାମରେ ପୁଣି ଚାଞ୍ଚଲ୍ୟ: ଗେଷ୍ଟ ହାଉସ୍‌କୁ ପ୍ରେମିକାଙ୍କୁ ଆଣିି ଛୁରୀ ଭୂଷି ହତ୍ୟା, ଥାନାରେ ଆତ୍ମସମର୍ପଣ କରି…

ବ୍ରହ୍ମପୁର, ୧।୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାକୁ ଜାତୀୟସ୍ତରରେ ନିନ୍ଦା କରାଯାଉଛି। ନାବାଳିକା ବଳାତ୍କାର ଘଟଣା ଦିନକୁ ଦିନ ବଢୁଛି। ସେହି ଅନୁପାତରେ ଗତ ୪ ଦିନ ମଧ୍ୟରେ ୫ଗୋଟି ମୁଣ୍ଡ ଗଢ଼ି ସାରିଲାଣି। ଶନିବାର ଦିଗପହଣ୍ଡି, ରବିବାର ଛତ୍ରପୁର, ସୋମବାର ବେଗୁନିଆପଢା ଓ ମଙ୍ଗଳବାର ସକାଳେ ଛତ୍ରପୁର ଓ ସନ୍ଧ୍ୟାରେ ବ୍ରହ୍ମପୁରରେ ହତ୍ୟାକାଣ୍ଡ ଘଟିଛି। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ପୁଷ୍ପାଞ୍ଜଳି ଗେଷ୍ଟ ହାଉସରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି । ହତ୍ୟାକାରୀଜଣଙ୍କ ତାଙ୍କ ପ୍ରେମିକ ବୋଲି ଜଣାପଡ଼ିଛି। ସେ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଗୋଶାଣିନୁଆଗାଁ ଥାନାରେ ଆତ୍ମସମର୍ପଣ କରିଛନ୍ତି।

ଖବର ପାଇ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଡା. ସର୍ଣା ବିବେକ ଏମ. ପହଞ୍ଚି ଘଟଣା ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ପୋଲିସ ତାଙ୍କୁ ପଚରାଉଚରା କରୁଛି। ପ୍ରେମୀ ଯୁଗଳ ବ୍ରହ୍ମପୁର ବାହାରୁ ଆସିଥିଲେ। ମଙ୍ଗଳବାର ସକାଳେ ସେମାନେ ଉକ୍ତ ହୋଟେଲରେ ରହିଥିଲେ। ପ୍ରେମିକାଙ୍କ ଅନ୍ୟତ୍ର ବିବାହ ସ୍ଥିର ହୋଇଥିବା ଜାଣିବା ପରେ ପ୍ରେମିକ ଜଣଙ୍କ ଯୋଜନାବଦ୍ଧ ଭାବେ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଦେଉ ନ ଥିଲେ ଭରଣପୋଷଣ: କୋର୍ଟ ୱାରେଣ୍ଟ ବଳରେ ସ୍ୱାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନ ଦେବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା। କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ଶେଷରେ ପୋଲିସ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ହାଟଡିହୀ ବିଇଓ ରାଜୀବ ଦଳେଇ ନିଲମ୍ବିତ: କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ହାଟଡିହୀ/ଛେନାପଦୀ, ୯।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୁଧବାର ମଧ୍ୟାହ୍ନରେ ସ୍ପେଶାଲ ମେସେଞ୍ଜର…

ବିନା ଅନୁମତିରେ ସାଉଣ୍ଡ ବାଜିଲେ ଜବତ ହେବ ଡିଜେ ଗାଡ଼ି, ସିଧା ହେବେ ଗିରଫ: ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ

ପୁରୁଷୋତ୍ତମପୁର,୯।୯(ସବିତା ମିଶ୍ର): ଆଗାମୀ ପୂଜାପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୁରୁଷୋତ୍ତମପୁର ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଉପଜିଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ଭବାନୀପାଟଣା-ତାସିଗୁଡ଼ା ଓଏସଆରଟିସି ବସ୍ ବନ୍ଦ: ଲାଭଜନକ ରୁଟ୍‌ରେ ସେବା ଠପ୍, ଆସନ୍ତା ଶନିବାର ସୁଦ୍ଧା…

ଥୁଆମୂଳ ରାମପୁର, ୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ସଦର ମହକୁମା ଭବାନୀପାଟଣାରୁ ଥୁଆମୂଳ ରାମପୁର ଓ ଗୁଣପୁର ଦେଇ ତାସିଗୁଡ଼ା ପର୍ଯ୍ୟନ୍ତ ଚାଲୁଥିବା ସରକାରୀ (ଓଏସଆରଟିସି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri