ଭାଜପା ଟିକେଟ ଆଶାରେ ୪ ଆଶାୟୀ

ଭଣ୍ଡାରିପୋଖରୀ, ୨୧।୩(ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ରୁ ଏହି ଆସନକୁ ବିଜେଡି ଅକ୍ତିଆର କରିଆସିଛି। ବିଜେଡିର ବରିଷ୍ଠ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଏହି ଆସନରୁ କ୍ରମାଗତ ୩ ଥର ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି। ନିକଟରେ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିବା ପରେ ଏବେ ପ୍ରଫୁଲ୍ଲଙ୍କୁ ଟିକେଟ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଇଡି ପ୍ରସଙ୍ଗକୁ ଆଳ କରାଯାଇ ଦଳ ଯଦି ତାଙ୍କୁ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କୁ ଟିକେଟ ଦେବାରୁ ବଞ୍ଚିତ କରେ, ତେବେ ପ୍ରଫୁଲ୍ଲଙ୍କ ବିକଳ୍ପ କିଏ ହେବେ ସେନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି।

ନିର୍ବାଚନ ବେଳେ ଏକ ବିବାଦୀୟ ସ୍ଥିତିରେ ପ୍ରଫୁଲ୍ଲଙ୍କୁ ଭଦ୍ରକରୁ ହଟାଯାଇ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ିବାକୁ ଦଳୀୟ ଟିକେଟ ମଞ୍ଜୁର କରାଯାଇଥିଲା। ଭଣ୍ଡାରିପୋଖରୀ ରାଜନୀତିରେ ପ୍ରଫୁଲ୍ଲ ସମ୍ପୂର୍ଣ୍ଣ ନୂଆ ହୋଇଥିଲେ ମଧ୍ୟ ନିଜର ରାଜନୈତିକ ଗୋଟିଚାଳନା ଯୋଗୁ ଉଭୟ କଂଗ୍ରେସ ଏବଂ ଭାଜପାକୁ ପଛରେ ପକାଇ ବିଧାୟକ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ପ୍ରଫୁଲ୍ଲ ବିଜୟୀ ହୋଇଥିଲେ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ତାଙ୍କୁ କଂଗ୍ରେସରୁ ଝଟ୍‌କା ଲାଗିଥିଲା। ଏହି ଆସନରେ ସେ ବିଜୟୀ ହୋଇଥିଲେ ମଧ୍ୟ ହାରଜିତ୍‌ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ବ୍ୟବଧାନ ପ୍ରାୟ ୮ ହଜାରକୁ ହ୍ରାସ ପାଇଥିଲା।

ବ୍ଲକ୍‌ର ୨୩ ପଞ୍ଚାୟତ, ବନ୍ତ ବ୍ଲକର ୨୫ ପଞ୍ଚାୟତ ସମେତ ମୋଟ ୨୫୯ ବୁଥ୍‌କୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ। ଗତ ନିର୍ବାଚନରେ ପ୍ରଫୁଲ୍ଲଙ୍କୁ ସର୍ବାଧିକ ୭୦ ହଜାର ୧୮୦ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରତିପକ୍ଷ କଂଗ୍ରେସକୁ ୬୧ ହଜାର ୩୨୧ ଏବଂ ଭାଜପାକୁ ୩୯ ହଜାର ୧୪୧ ଖଣ୍ଡ ଭୋଟ ମିଳିଥିଲା। ତଥାପି ଏହି ଆସନରେ ବିରୋଧୀଙ୍କୁ ଟକ୍କର ଦେବାକୁ ବିଜେଡିର ପ୍ରଫୁଲ୍ଲ ହିଁ ଏକମାତ୍ର ବିକଳ୍ପ ବୋଲି ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଉତ୍କଳ କେଶରୀ ମହାନ୍ତି ଓ ବଦ୍ରିନାରାୟଣ ରାଉତ କହିଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ଭାଜପାକୁ ୩୯ ହଜାର ୧୪୧ ଖଣ୍ଡ ଭୋଟ ମିଳିଥିଲା। ଯଦି ମେଣ୍ଟ ହୁଏ, ଏହି ଆସନଟି ଭାଜପା ହାତକୁ ଯିବା ସମ୍ଭାବନା ରହିଛି। ଆସନ ପାଇଁ ଭାଜପାର ୪ ଜଣ ଆଶାୟୀ ପ୍ରାର୍ଥୀ ଦାୈଡ଼ରେ ରହିଛନ୍ତି। ସେମାନେ ହେଲେ ନିର୍ବାଚନମଣ୍ଡଳୀ ନେତା ବଦ୍ରିନାରାୟଣ ଧଳ, ନାଟ୍ୟକାର ସୁଧାଂଶୁ ନାୟକ, ପ୍ରାକ୍ତନ ସାଧାରଣ ସମ୍ପାଦକ ପଞ୍ଚାନନ ରାଉତ ଓ ନାରୀନେତ୍ରୀ ତଥା ପ୍ରାକ୍ତନ ବ୍ଲକ୍‌ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡା। ବଦ୍ରିନାରାୟଣ ଭାଜପାରେ ଯୋଗଦାନ ପରେ ଦଳର ଭୋଟହାର ବୃଦ୍ଧି ପାଇ ୩୯ ହଜାର ୧୪୧ ଖଣ୍ଡରେ ପହଞ୍ଚତ୍ଛି। ସୁଧାଂଶୁ ବିଜେଡି ଛାଡ଼ି ଭାଜପାରେ ମିଶିବା ପରେ ମଧ୍ୟ ଦଳ ଆହୁରି ସୁଦୃଢ଼ ହୋଇଛି। ତାଙ୍କ ସହ ଥିବା ବୁଦ୍ଧିଜୀବୀ, କେତେ ଜଣ ଦଳୀୟ ଭୋଟର ମଧ୍ୟ ଭାଜପାରେ ମିଶିଛନ୍ତି । ଅନ୍ୟପକ୍ଷରେ ଯଦି ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡି ହାତକୁ ଯାଏ, ତେବେ ଏଠାରୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରାର୍ଥତ୍ତ୍ୱ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ନଚେତ୍‌ ଦଳ ଆଶାୟୀ ଥିବା ଅନ୍ୟ ୪ଜଣଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ବିବେଚନା କରିବ ବୋଲି ରାଜନୈତିକ ବିଶାରଦମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri