Posted inଖେଳ

ଓଡ଼ିଶା ଏଫ୍‌ସି ଅପରାଜେୟ

ଭୁବନେଶ୍ୱର,୨୭ା୪ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଏହାର ପ୍ରଥମ ଟାଇଟଲ୍‌ ଭାବରେ ମଙ୍ଗଳବାର ସୁପର୍‌ କପ୍‌ ଫୁଟବଲ୍‌ ଚାମ୍ପିୟନ ହୋଇଥିଲା। ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ପୂର୍ବତନ ଚାମ୍ପିୟନ ଦଳ ବେଙ୍ଗାଲୁରୁ ଏଫ୍‌ସିକୁ ୨-୧ରେ ପରାସ୍ତ କରି ଓଏଫ୍‌ସି ସଫଳ ଦଳ ଭାବରେ ଉଭା ହୋଇଥିଲା। ଆଇଏସ୍‌ଏଲ୍‌ର ସମସ୍ତ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ଓଏଫ୍‌ସି ନିଜ ପ୍ରଦର୍ଶନ ଜରିଆରେ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲା। ସମୁଦାୟ ୫ଟି ମ୍ୟାଚ ଖେଳି ଅପରାଜେୟ ରହିଥିବା ଓଏଫ୍‌ସି ୪ ବିଜୟ ଓ ଗୋଟିଏ ମ୍ୟାଚ୍‌ ଡ୍ର ରଖିଥିଲା। ଏହା ମଧ୍ୟରେ ଦଳ ୧୧ ଗୋଲ ସ୍କୋର କରିଥିବା ବେଳେ ବିଜୟର ୪ ପ୍ରମୁଖ କାରଣ ଉପରେ ଆସନ୍ତୁ ନଜର ପକାଇବା।

ହାଇଦ୍ରାବାଦ ଏଫ୍‌ସି ବିପକ୍ଷରେ ବିଜୟ

ଉଭୟ ଓଏଫ୍‌ସି ଓ ହାଇଦ୍ରାବାଦ ଗ୍ରୁପ୍‌ ବିରେ ସ୍ଥାନ ପାଇଥିଲେ। ଗ୍ରୁପ୍‌ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ମୁହଁାମୁହିଁ ହୋଇଥିବା ବେଳେ ଉଭୟ ଦଳର ପଏଣ୍ଟ ସଂଖ୍ୟା ସମାନ ରହିଥିଲା। ଏହି ମ୍ୟାଚରେ ଆରମ୍ଭରୁ ହାଇଦ୍ରାବାଦ ଅଗ୍ରଣୀ ହାସଲ କରିଥିଲା। ତେବେ ପଛରୁ ଆସି ମ୍ୟାଚକୁ ଜିତିବା ସହିତ ବିପକ୍ଷ ଦଳଙ୍କ ପାଇଁ ଏକ ଦୃଢ ମେସେଜ ପ୍ରଦାନ କରିଥିଲା। ଡିଏଗୋ ମରିସିଓ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିବା ବେଳେ ଭିକ୍ଟର ରୋଡ୍ରିଗୁଏଜ ଦଳକୁ ବିଜୟୀ କରିଥିଲେ।
ମରିସିଓଙ୍କ ପ୍ରଭାବୀ ପ୍ରଦର୍ଶନ
ଚଳିତ ସିଜନରେ ଓଏଫ୍‌ସିର ଟାଇଟଲ ବିଜୟରେ ବ୍ରାଜିଲିଆନ୍‌ ଖେଳାଳି ଡିଏଗୋ ମରିସିଓଙ୍କ ଭୂମିକା ସବୁଠାରୁ ବେଶୀ ରହିଥିଲା। ଟୁର୍ନାମେଣ୍ଟର ଦ୍ୱିତୀୟ ହାଇଏଷ୍ଟ ସ୍କୋରର ତଥା ଓଏଫ୍‌ସି ପକ୍ଷରୁ ସର୍ବାଧିକ ଗୋଲ ସ୍କୋର କରିଥିଲେ ମରିସିଓ। ଆଇଏସ୍‌ଏଳ୍‌ର ଗୋଲ୍ଡେନ ବୁଟ୍‌ ବିଜେତା ମରିସିଓ କେବଳ ଗୋଲ୍‌ ସ୍କୋର କରୁଥିଲେ ତାହା ନୁହେଁ ବରଂ ଏକାଧିକ ସ୍କୋରିଂ ସୁଯୋଗ ସୃଷ୍ଟି କରିବା ସହିତ ଆସିଷ୍ଟ ମଧ୍ୟ କରୁଥିଲେ। କେବଳ ଇଷ୍ଟ ବେଙ୍ଗଲ ବିପକ୍ଷ ମ୍ୟାଚକୁ ବାଦ ଦେଲେ ମରିସିଓ ସମସ୍ତ ମ୍ୟାଚରେ ସ୍କୋର କରିଥିଲେ।
ଦୃଢ଼ ରକ୍ଷଣଭାଗ
ଓଏଫ୍‌ସିର ରକ୍ଷଣଭାଗ ଏହି ଟୁର୍ନାମେଣ୍ଟରେ ସବୁଠାରୁ ଦୃଢ ପ୍ରଦର୍ଶନ କରିଥିଲା। ବ୍ୟାକ୍‌ ଲାଇନର ଖେଳାଳି ପ୍ରତିପକ୍ଷ ଖେଳାଳିଙ୍କୁ ଗୋଲ ପୋଷ୍ଟ ପର୍ଯ୍ୟନ୍ତ ପହଞ୍ଚିବାର ସୁଯୋଗ ଦେଉ ନ ଥିଲେ। ଅଧିନାୟକ କାର୍ଲୋସ ଡେଲଗାଡୋ ରକ୍ଷଣଭାଗର ନେତୃତ୍ୱ ନେଉଥିବା ବେଳେ ଗୋଲକିପର ଅମରିନ୍ଦର ସିଂ କିଛି ଚମତ୍କାର ସେଭ୍‌ ମଧ୍ୟ କରିଥିଲେ।
ମ୍ୟାଜିସିଆନ୍‌ ମିରାଣ୍ଡା
ଆଇଏସ୍‌ଏଲ୍‌ ଶେଷ ହେବା ପରେ ଯୋଶେପ୍‌ ଗୋମ୍ବାଉ କୋଚ୍‌ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ତାଙ୍କ ସ୍ଥାନରେ କ୍ଲିଫୋର୍ଡ ମିରାଣ୍ଡାଙ୍କୁ ନିଯୁକ୍ତି ମିଳିଥିବା ବେଳେ ପ୍ରଥମ ଟୁର୍ନାମେଣ୍ଟରେ ସେ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ କୋଚ୍‌ ଭାବରେ ମିରାଣ୍ଡାଙ୍କ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଗୋମ୍ବାଉଙ୍କ ପରେ ନୂତନ ଆଇଡିଆ ସହ ସେ ଦଳକୁ ପରିଚାଳନା କରିଥିଲେ। ଭିକ୍ଟର ରୋଡ୍ରିଗୁଏଜ୍‌, ପ୍ରିନ୍ସଟନ୍‌ ରେବେଲୋ ଓ ଥୋଇବା ସିଂଙ୍କ ପରି ଖେଳାଳିଙ୍କୁ ଦଳରେ ସାମିଲ କରିବା ସହିତ ଯୁବ ଦଳ ଉପରେ ଭରସା ଦେଖାଇଥିଲେ ଯାହା ଫଳପ୍ରସୂ ହୋଇଥିଲା। ଏହା ସହିତ ବିଜୟ ପାଇଁ କ୍ଲବର ମାଲିକ ଓ ଥିଙ୍କ ଟ୍ୟାଙ୍କକୁ ଧନ୍ୟବାଦ ଜଣାଇଛନ୍ତି ମିରାଣ୍ଡା। ଜଣେ ଭାରତୀୟ କୋଚଙ୍କ ଉପରେ ଭରସା ଦେଖାଇଥିବାରୁ ମୁଁ କ୍ଲବ ନିକଟରେ କୃତଜ୍ଞ ବୋଲି ମିରାଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?