Posted inଖେଳ

କେରଳ ବ୍ଲାଷ୍ଟର୍ସ ସହ ଡ୍ର ରଖିଲା ଓଡ଼ିଶା ଏଫ୍‌ସି

ମାର୍ଗାଓ, ୧୨। ୨ : ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଗୁରୁବାର ଓଡ଼ିଶା ଏଫ୍‌ସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ଏଫ୍‌ସି ତରଫରୁ ଡିଏଗୋ ମୌରିସିଓ (୪୫ତମ ଓ ୭୪ତମ ମିନିଟ୍‌) ଦୁଇଟି ଗୋଲ ସ୍କୋର କରିଥିଲେ। କେରଳ ବ୍ଲାଷ୍ଟର୍ସର ଜୋର୍ଡାନ ମୁରେ (୫୨ତମ) ଏବଂ ଗ୍ୟାରି ହୁପର (୬୮ତମ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ଦଳ ଓଡ଼ିଶା ଅପେକ୍ଷା ଭଲ ଖେଳିଥିଲା। ବହୁ ଗୋଲ ଦେବାର ସୁଯୋଗ ପାଇଥିଲେ ମଧ୍ୟ କାର୍ଯ୍ୟକାରୀ କରିବାରେ ବିଫଳ ରହିଥିଲା। ମ୍ୟାଚ ଡ୍ର ରଖିବା ଦ୍ୱାରା ଦଳ ପ୍ଲେ-ଅଫ୍‌ ଆଶା ମଉଳି ଯାଇଛି। ଡିଏଗୋ ମୌରିସିଓ ହିରୋ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସିର ଏହା ୧୬ତମ ମ୍ୟାଚ ଥିଲା। ଦଳ ଗୋଟିଏ ବିଜୟ, ୬ ଡ୍ର ଏବଂ ୯ ପରାଜୟରୁ ୯ ପଏଣ୍ଟ ଲାଭ କରି ଟେବୁଲର ସର୍ବନିମ୍ନ ୧୧ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ୧୭ ମ୍ୟାଚ ଖେଳି ସାରିଥିବା କେରଳ ଦଳ ୧୬ ପଏଣ୍ଟ ସହ ଟେବୁଲର ୯ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ମିଥ୍‌ଙ୍କ ଦ୍ୱିତୀୟ ବିବାହ

କେପ୍‌ଟାଉନ, ୫।୧୧- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଗ୍ରାଏମ ସ୍ମିଥ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରୋମି ଲାନଫ୍ରାନ୍ସିଙ୍କ ସହ ସ୍ମିଥଙ୍କ ବିବାହ...

ବୁଡ଼ିଯିବ ରୋଇଂ, କାୟାକିଂ, କାନୋଇଂ କ୍ରୀଡ଼ା

  କଟକ ଅଫିସ,୩ା୭: ଜଗତପୁର ନିକଟସ୍ଥ ବିରୂପା ନଦୀ ପଠାରେ ରହିଛି ସାଇ ଜଳକ୍ରୀଡ଼ା କେନ୍ଦ୍ର। ଏହି କେନ୍ଦ୍ରରୁ ତିଆରି ହୋଇଛନ୍ତି ରାଜ୍ୟର ଅନେକ ପ୍ରତିଭା।...

କାରେଙ୍କୁ ଅଷ୍ଟ୍ରେଲିଆ-ଏ ଦଳର ନେତୃତ୍ୱ

ସିଡ୍‌ନୀ, ୨୯।୧୦ (ଏଏଫ୍‌ପି)- ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ପାକିସ୍ତାନ କ୍ରିକେଟ୍‌ ଦଳ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବାର...

ରୋଷେଇ କରୁଛନ୍ତି ଚେନ୍ନାଇ କ୍ରିକେଟର୍‌

ମୁମ୍ବାଇ,୧୨।୪: ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ୨୦୨୧ ଆରମ୍ଭ ବହୁତ ଭଲ ନ ଥିଲା। ଦଳ ପ୍ରଥମ ମ୍ୟାଚରେ ରିଷଭ...

ଓମାନ ଓପନ୍‌ ଟିଟି: ଚନ୍ଦ୍ରା ଚାମ୍ପିୟନ

ମସ୍କଟ, ୧୫ା୩ (ପି.ଟି.)-ଭାରତର ଉଦୀୟମାନ ଟେବୁଲ ଟେନିସ (ଟିଟି) ଖେଳାଳି ଜିତ୍‌ ଚନ୍ଦ୍ରା ୨୧ବର୍ଷରୁ କମ୍‌ ଓମାନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ...

ଇଷ୍ଟ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: ସେମିଫାଇନାଲରେ ସୁବ୍ରତ

ଭୁବନେଶ୍ୱର,୧୫।୧୨(ସ୍ପୋଟର୍‌ସ ବ୍ୟୁରୋ)- ପାଟଣାରେ ଚାଲିଥିବା ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶାର ସୁବ୍ରତ ଦାସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସୁବ୍ରତ ପ୍ରି- କ୍ୱାର୍ଟର ଓ...

ସୁପର ଓଭରରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଅକ୍‌ଲାଣ୍ଡ, ୧୦।୧୧- ଗତ ବିଶ୍ୱକପ୍‌ ଫାଇନାଲ ଭଳି ଚଳିତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି। ବର୍ଷା...

ଇଂଲଣ୍ଡ ଟୁର୍‌ରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ

ସିଡ୍‌ନୀ, ୨୪ା୮ (ଏପି)-ଅଷ୍ଟ୍ରେଲିଆ କ୍ରିକେଟ ଦଳ ରବିବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛି। ଦଳ ଏହି ଦେଶରେ ତିନୋଟି ଦିନିକିଆ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ...

Advertisement
Ten Cric Info


Archives

Model This Week