Posted inଖେଳ

ଓଡ଼ିଶା ଏଫ୍‌ସି-ବେଙ୍ଗାଲୁରୁ ମ୍ୟାଚ ଆଜି

ଭୁବନେଶ୍ୱର, ୩୦।୩,(ତପନ ସ୍ବାଇଁ): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଭାରତର ଅନ୍ତର୍ଜାତୀୟ ମ୍ୟାଚ ପାଇଁ କିଛି ଦିନର ବ୍ରେକ୍‌ ପରେ ପୁଣି ଆଇଏସ୍‌ଏଲ୍‌ ଆରମ୍ଭ ହେବାକୁ ଯାଉଥିବାବେଳେ ଓଡ଼ିଶା ଏଫ୍‌ସି ବିଜୟ ଆଶାରେ ରହିଛି। ମାର୍ଚ୍ଚ ୩ରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଏଫ୍‌ସି ଅପ୍ରତ୍ୟାଶିତ ଭାବେ ଚେନ୍ନାଇନ୍‌ ଏଫ୍‌ସି ନିକଟରୁ ହାରିଯିବାରୁ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଦଳ ପାଇଁ ଆଉ ୪ଟି ଲିଗ୍‌ ମ୍ୟାଚ ବାକିଥିବାରୁ ଆଗାମୀ ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲରେ ନିଜର ସ୍ଥାନ ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା ଏଫ୍‌ସି ଏ ପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳିଥିବାବେଳେ ୧୦ ବିଜୟ, ୫ ଡ୍ର ଓ ୩ ପରାଜୟ ସହ ୩୫ ପଏଣ୍ଟ ପାଇଛି।
ବେଙ୍ଗାଲୁରୁ ଏଫ୍‌ସି ମଧ୍ୟ ଏହାର ପୂର୍ବ ମ୍ୟାଚରେ ଏଫ୍‌ସି ଗୋଆ ନିକଟରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା। ଏହି ମ୍ୟାଚର ୪୭ତମ ମିନିଟରେ ସୁରେଶ ସିଂ ଓ୍ବାଙ୍ଗଜାମ ରେଡ୍‌କାର୍ଡ ପାଇଥିଲେ। ୧୯ ମ୍ୟାଚରୁ ୫ ବିଜୟ, ୬ ଡ୍ର ଓ ୮ ପରାଜୟ ସହ ବେଙ୍ଗାଲୁରୁ ୨୧ ପଏଣ୍ଟରେ ରହିଛି। ତେଣୁ ଅବଶିଷ୍ଟ ମ୍ୟାଚଗୁଡ଼ିକ ଜିତି ପ୍ଲେ-ଅଫ୍‌ରେ ସ୍ଥାନ ହାସଲ ଲକ୍ଷ୍ୟରେ ରହିଛି ଏହି ଦଳ। ପଏଣ୍ଟ ଟେବୁଲରେ ବେଙ୍ଗାଲୁରୁ ଏବେ ୭ମ ସ୍ଥାନରେ ରହିଛି।
ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ମଧ୍ୟରେ ପୂର୍ବରୁ ଗତ ଅକ୍ଟୋବରରେ ମୁକାବିଲା ହୋଇଥିଲା। ଘରୋଇ ପରିବେଶରେ କଳିଙ୍ଗ ଓ୍ବାରିୟର୍ସ ୩-୨ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ଏଥର ଆଇଏସ୍‌ଏଲ୍‌ ଶିଲ୍ଡ ଉପରେ ନଜର ରଖିଥିବାରୁ ଓଡ଼ିଶା ଏଫ୍‌ସି ଆଗାମୀ ମ୍ୟାଚରୁ ୩ ପଏଣ୍ଟ ହାସଲ ପାଇଁ ଲକ୍ଷ୍ୟ ରଖିଛି। ”ଆମ ପାଇଁ ଆଗାମୀ କାର୍ଯ୍ୟସୂଚୀ ଚିନ୍ତାଜନକ ରହିଛି। ୪ ଦିନ ବ୍ୟବଧାନରେ ଆମକୁ ୨ଟି ମ୍ୟାଚ ଖେଳିବାକୁ ହେବ। ତେଣୁ ଦଳକୁ ପ୍ରସ୍ତୁତ କରିବା ନିଶ୍ଚିତ କଷ୍ଟକର। ମାତ୍ର ଏହାକୁ ବାହାନା କଲେ ଚଳିବନି। ଆମକୁ ପରିସ୍ଥିତି ସହ ଖାପ ଖୁଆଇବାକୁ ହେବ ଏବଂ ଏଥିପାଇଁ ଆମେ ପ୍ରସ୍ତୁତ। ଏହା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ। ବ୍ରେକ୍‌ ପରେ ଆମେ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟଗ୍ର ଅଛୁ“ ବୋଲି ଶୁକ୍ରବାର ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ଓଡ଼ିଶା ଏଫ୍‌ସି କୋଚ୍‌ ସର୍ଗିଓ ଲୋବେରା ପ୍ରକାଶ କରିଛନ୍ତି। ସିଜନ ଶେଷ ପର୍ଯ୍ୟାୟରେ ଥିବାରୁ ଏଣିକି ପ୍ରତ୍ୟେକ ମ୍ୟାଚ ସବୁ ଦଳ ପାଇଁ ଫାଇନାଲ ସଦୃଶ। ଉତ୍ତମ ଖେଳାଳିଙ୍କୁ ନେଇ ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ। ବେଙ୍ଗାଲୁରୁ ଦଳ ଏହାର ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳିବାକୁ ଯାଉଛି। ତେଣୁ ଆମ ପାଇଁ କଷ୍ଟସାଧ୍ୟ ହେବ ନିଶ୍ଚିତ। ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଫୋକସ କରୁଛୁ ବୋଲି ଲୋବେରା କହିଛନ୍ତି। ଲୋବେରାଙ୍କ ସହ ଉପସ୍ଥିତ ଥିବା ଓଏଫ୍‌ସି ଖେଳାଳି ଥୋଇବା ସିଂ ମଧ୍ୟ ଆଗାମୀ ମ୍ୟାଚକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ନିକଟରେ ନିଜର ଅନ୍ତର୍ଜାତୀୟ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ”ମାଲେସିଆ ବିପକ୍ଷରେ ଗୋଲ ଦେବା ବହୁତ ବଡ଼ ଉପଲବ୍ଧି। ଦୀର୍ଘ ବ୍ୟବଧାନ ଅର୍ଥାତ୍‌ ୨୦୧୭ ପରେ ଏହା ସମ୍ଭବ ହୋଇଛି। ଗୋଲ ସ୍କୋର ସହ ଦଳକୁ ସହାୟତା କରିଥିବାରୁ ମୋ ଆତ୍ମବିଶ୍ୱାସ ଖୁବ୍‌ ବଢ଼ିଛି। ଏବେ ଆଇଏସଏଲ୍‌ ମ୍ୟାଚ ଉପରେ ମୋ ନଜର ରହିଛି। ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ। ମାତ୍ର ଓଡ଼ିଶା ଏଫ୍‌ସି ମଧ୍ୟ ଏକ ଭଲ ଦଳ। ଆମେ ଗେମ୍‌ପ୍ଲାନ୍‌ ଅନୁସାରେ ଖେଳିଲେ ନିଶ୍ଚିତ ସକାରାତ୍ମକ ଫଳ ପାଇବୁ“ ବୋଲି ଥୋଇବା ପ୍ରକାଶ କରିଛନ୍ତି।
ଉଭୟ ଦଳ ମଧ୍ୟରେ ମୋଟ ୧୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏହା ମଧ୍ୟରୁ ଓଡ଼ିଶା ଏଫ୍‌ସି ୫ଟିରେ ବିଜୟୀ ହୋଇଥିବାବେଳେ ବେଙ୍ଗାଲୁରୁ ଏଫ୍‌ସି ୭ଟି ଜିତିଛି। ଅବଶିଷ୍ଟ ଗୋଟିଏ ମ୍ୟାଚ ଡ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?