ୟୁସି ଦେବାରେ ଓଡ଼ିଶା ବିଫଳ

ନୂଆଦିଲ୍ଲୀ, ୨୩ା୭: ଓଡ଼ିଶା ସରକାର ପୂର୍ବବର୍ଷ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର (ୟୁସି) କେନ୍ଦ୍ର ନିକଟରେ ଦାଖଲ କରିବାରେ ବିଫଳ ହୋଇଛନ୍ତି। ଏଥିଯୋଗୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଆଦିବାସୀ ଯୋଜନାକୁ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସ୍‌ସିଏ ଟୁ ଟିଏସ୍‌ଏସ୍‌)ରେ ରାଜ୍ୟକୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ନାହାନ୍ତି। ବିଜେଡି ଏମ୍‌ପି ଅମର ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି। ରାଜ୍ୟ ସରକାର ପୂର୍ବ ବର୍ଷର ବିନିଯୋଗ ପ୍ରମାଣପତ୍ର ଏବଂ ଫିଜିକାଲ ପ୍ରୋଗ୍ରେସିଭ୍‌ ରିପୋର୍ଟ ଦାଖଲ କରି ନ ଥିବାରୁ ଉପରୋକ୍ତ ଯୋଜନା ଏବଂ ସମ୍ବିଧାନର ଅନୁଚ୍ଛେଦ ୨୭୫(୧)ରେ ଅନୁଦାନ ଦିିଆଯାଇ ନ ଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ଏସ୍‌ସିଏ ଟୁ ଟିଏସ୍‌ଏସ୍‌ରେ ଓଡ଼ିଶାକୁ ୯୦.୧୦ କୋଟି ଏବଂ ଅନୁଚ୍ଛେଦ ୨୭୫(୧) ଅନୁଯାୟୀ ୬୩.୦୪ କୋଟି ଟଙ୍କା ଯୋଗାଇ ଦେଇଥିଲେ। ଟିଏସ୍‌ଏସ୍‌ରେ ଯୋଗାଇ ଦିଆଯାଇଥିବା ଅର୍ଥରୁ ରାଜ୍ୟ ସରକାର ୫୬.୩୫ କୋଟି ଟଙ୍କା ବିନିଯୋଗ କରିଥିବାବେଳେ ଧାରା ୨୭୫(୧)ରେ ମିଳିଥିବା ଅର୍ଥ ଆଦୌ ଖର୍ଚ୍ଚ କରିନାହାନ୍ତି। ସେଥିପାଇଁ ଚଳିତ ବର୍ଷ ପାଣ୍ଠି ମଞ୍ଜୁର ହୋଇଥିଲେ ମଧ୍ୟ ଦିଆଯାଇ ନ ଥିବା ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ ସାରୁତା କହିଛନ୍ତି।
ଆଦିବାସୀମାନଙ୍କ କଲ୍ୟାଣ ଓ ବିକାଶ ଲାଗି ୨୭ ରାଜ୍ୟକୁ ଉପରୋକ୍ତ ଯୋଜନାରେ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇଛି। ଆଦିବାସୀ ଉପଯୋଜନା (ଟିଏସ୍‌ଏସ୍‌)ରେ ମିଳୁଥିବା ଅର୍ଥ ସେମାନଙ୍କ ଅଞ୍ଚଳର ପ୍ରମୁଖ ଭିତ୍ତିଭୂମି ବିକାଶରେ ବିନିଯୋଗ କରାଯାଇଥାଏ। ସେହିପରି ଧାରା ୨୭୫(୧)ରେ ମିଳୁଥିବା ଅର୍ଥ ଅନୁସୂଚିତ ଜନଜାତିର କଲ୍ୟାଣ ପାଇଁ ଖର୍ଚ୍ଚ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?