କୋଟିଆରୁ ଆନ୍ଧ୍ରକୁ ତଡ଼ିଲା ଓଡ଼ିଶା

କୋରାପୁଟ/ପଟ୍ଟାଙ୍ଗୀ,୧୦।୭: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର- ଓଡ଼ିଶା ପ୍ରଶାସନ। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ ଗୃହ ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ର ବନ୍ଦ କରିବାକୁ ଉଦ୍ୟମ କରୁଛି ଆନ୍ଧ୍ର। ହେଲେ କୋରାପୁଟ ଜିଲା ପ୍ରଶାସନର ତତ୍ପରତା ଆନ୍ଧ୍ରର ଷଡ଼ଯନ୍ତ୍ରକୁ ପଣ୍ଡ କରି ଦେଇଛି।

ମିଳିଥିବା ସୂଚନା ମୁତାବକ, ଓଡ଼ିଶା ସରକାର ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ୮୮ଲକ୍ଷ ୯୮ହଜାର ଟଙ୍କା ମୂଲ୍ୟ ଅଟକଳରେ କୋଟିଆ ପଞ୍ଚାୟତର ନେରେଡିବାଲସାରେ ଆବାସିକ ବିଦ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟ ଚାଲିିଛି। ଏହା ଜାଣିବା ପରେ ଆନ୍ଧ୍ରର ସାଲୁରୁ ବ୍ଲକ ପ୍ରଶାସନିକ ଅଧିକାରୀ ପୋଲିସ ସହ ପହଞ୍ଚି ଥିଲେ ନିର୍ମାଣ ସ୍ଥଳରେ। କାମ ବନ୍ଦ କରିବାକୁ ଠିକାଦାରଙ୍କୁ ତାଗିଦ କରିଥିଲେ । ଏନେଇ ଠିକାଦାର ଜଣକ କୋରାପୁଟ ଜିଲା ପ୍ରଶାସନକୁ ଅବଗତ କରାଇଥିଲେ। ଜିଲାପାଳ ଅବଦୁଲ ଅଖତାର ଏହି ଦିଗରେ ପଦକ୍ଷେପ ନେବାକୁ ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ମଣ୍ଡଳ ସ୍ଥାନୀୟ ପୋଲିସ ନେଇ ନିର୍ମାଣ ସ୍ଥଳରେ ପହଞ୍ଚତ୍ ଉପସ୍ଥିତ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ ପୋଲିସକୁ ଏହା ଓଡ଼ିଶା ସରକାରଙ୍କ କାର୍ଯ୍ୟ। କୋରାପୁଟ ଜିଲାପାଳଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା କହି ସମସ୍ତ ରେକର୍ଡ ପତ୍ର ଦେଖାଇଥିଲେ। ପରେ ଘଟଣା ସ୍ଥଳରୁ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ ପୋଲିସ ଫେରି ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦିଲ୍ଲୀରେ ବୈଠକ: ମେଣ୍ଟ ଦ୍ୱନ୍ଦ ଭିତରେ ଆସିବ କି ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୧୯।୩: ଦିଲ୍ଲୀରେ ମଙ୍ଗଳବାର ପୁଣି ବୈଠକ ବସିବ। ଏ ନେଇ ଫୋକସ୍‌ରେ ରହିଛି ଓଡ଼ିଶା ।  ଓଡ଼ିଶା ସମେତ ୮ଟି  ରାଜ୍ୟରେ ଲୋକସଭା ପ୍ରାର୍ଥୀ  ଚୟନ...

ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ନିୟମରେ ପରିବର୍ତ୍ତନ… 

ଭୁବନେଶ୍ୱର,୧୯।୩: ଆଗମୀ ଦିନରେ ରାଜ୍ୟରେ  ଗ୍ରୀଷ୍ମ ପ୍ରବାହ ବଢ଼ିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏବେଠୁ ପ୍ରସ୍ତୁତ ହୁଅ ।...

ଅମାନିଆଙ୍କ ପାଇଁ ଟ୍ରାଫିକ ପୋଲିସର କଡ଼ା ନିୟମ: ରେଡ୍‌ ସିଗ୍‌ନାଲ ଭାଙ୍ଗିଲେ…

ଭୁବନେଶ୍ୱର,୧୯।୩: ରାଜଧାନୀରେ ଟ୍ରାଫିକ ସିଗନାଲ ଭାଙ୍ଗିଲେ ତଣ୍ଡ ଗଣିବେ ଗାଡି ଚାଳକ। ଏଥିସହିତ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବାର ବି ଭୟ ରହିଛି। ଟ୍ରାଫିକ ସିଗନାଲ...

ଓଡ଼ିଶାରେ କାହାକୁ ମିଳିବ ଲୋକ ସଭା ଟିକେଟ୍‌: ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ/ଭୁବନେଶ୍ୱର.୧୯।୩: ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଭାଜପା କୋର କମିଟି ବୈଠକ ଚାଲିଛି। ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକ ସଭା ପ୍ରାର୍ଥୀ ଚୟନ ପାଇଁ ଏହି...

ମୋ ଅଭିଧାନରେ ନାହିଁ ଶବ୍ଦ ବିଲୁପ୍ତ

ଜୀବନ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ନିତାନ୍ତ ଆବଶ୍ୟକ। ଏହାକୁ ଆଧାର କରି ସେ ବାସଗୃହ ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଥିଲେ।...

ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା: ତୃତୀୟ ସ୍ଥାନରେ ଓଡ଼ିଆ ଅଫିସର ମନ୍ଦାକିନୀ

ଭୁବନେଶ୍ୱର, ୧୯।୩ (ବନ୍ଦନା ସେଠୀ): ଚତୁର୍ଥ ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା ଉତ୍ତର ପ୍ରଦେଶର ଆମ୍ରୋହାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ପ୍ରାୟ ୫ଶହ ପ୍ରତିଯୋଗୀ...

ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦେଇଛୁ: ବିଜେଡି

ଭୁବନେଶ୍ୱର,୧୯ା୩(ଅନିଲଦାସ):ଆଦିବାସୀ ସମ୍ପ୍ରଦାୟ ଓଡ଼ିଶା ରାଜ୍ୟ ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେମାନେ ଅନନ୍ୟ ସଂସ୍କୃତି, ଜୀବନଶୈଳୀର ପ୍ରତିନିଧିତ୍ୱ କରନ୍ତି। ଉଦ୍ଭିଦର ଔଷଧୀୟ ଦିଗ ସମେତ ଜଙ୍ଗଲ...

ଆଜି ଉମରକୋଟ ଗସ୍ତରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୩(ସୁନିତ୍‌ ମିଶ୍ର): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ନବରଙ୍ଗପୁର ଜିଲା ଉମରକୋଟକୁ ଦିନିକିଆ ଗସ୍ତରେ ଆସୁଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri