ଓଡ଼ିଶା ଜିଲା ଯୋଜନା କମିଟି (ସଂଶୋଧନ) ବିଲ୍‌-୨୦୨୨ ବିଧାନସଭାରେ ଗୃହୀତ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମଙ୍ଗଳବାର ଓଡ଼ିଶା ଜିଲା ଯୋଜନା କମିଟି (ସଂଶୋଧନ) ବିଲ୍‌-୨୦୨୨ ବିଧାନସଭାର ଅନୁମୋଦନ ଲାଭ କରିଛି। ସଂଶୋଧିତ ବିଲ୍‌ରେ ଜିଲା ଯୋଜନା କମିଟିର ସଦସ୍ୟମାନଙ୍କୁ ଶୃଙ୍ଖଳିତ ଓ ଦାୟିତ୍ୱବାନ୍‌ କରିବା ଉଦ୍ଦେଶ୍ୟରେ ମୂଳ ଅଧିନିୟମର ଧାରା-୫ରେ ଥିବା ସଦସ୍ୟମାନଙ୍କ ଅପସାରଣ ବ୍ୟବସ୍ଥା ନିମିତ୍ତ ଉଦ୍ଦିଷ୍ଟ ୩ ଖଣ୍ଡ ସହିତ ଆଉ ଏକ ଖଣ୍ଡକୁ ଅନ୍ତର୍ଭୁକ୍ତ କରାଯାଇଛି। ଜିଲାସ୍ତରରେ, ପଞ୍ଚାୟତ ଓ ପୌର ପାଳିକାଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଯୋଜନାଗୁଡ଼ିକର ଏକତ୍ରୀକରଣ ଓ ଜିଲା ପାଇଁ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବା ସକାଶେ ଜିଲାସ୍ତରରେ ଜିଲା ଯୋଜନା କମିଟି କରିବା ଲାଗି ସମ୍ବିଧାନର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ବିଧାନମଣ୍ଡଳ ଓଡ଼ିଶା ଜିଲା ଯୋଜନା କମିଟି ରୁଲ-୧୯୯୮ ପ୍ରଣୟନ କରିଥିଲେ। ଉକ୍ତ ନିୟମର ଧାରା-୩ ଅନୁଯାୟୀ ପ୍ରତ୍ୟେକ ଜିଲାରେ ଗୋଟିଏ ଜିଲା ଯୋଜନା କମିଟି ଗଠନ ହେବାର ବ୍ୟବସ୍ଥା ରହିଛି। ଏହି ନିୟମର ଉପଧାରା-୩ ଅନୁଯାୟୀ ସର୍ବନିମ୍ନ ୮୦ ପ୍ରତିଶତ ସଭ୍ୟ ଜିଲା ପରିଷଦର ସଭ୍ୟ ଏବଂ ଜିଲାର ମ୍ୟୁନିସିପାଲିଟିଗୁୁଡ଼ିକରୁ ନିର୍ବାଚିତ ହେବାର ବ୍ୟବସ୍ଥା ରହିଛି। ସଭ୍ୟମାନେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଜନସଂଖ୍ୟା ଅନୁପାତରେ ନିର୍ବାଚିତ ହେବେ। ୨୦୧୮ ଓଡ଼ିଶା ଅଧିନିୟମ ୧୫ ଏବଂ ଓଡ଼ିଶା ଅଧିନିୟମ ୧୬ ଦ୍ୱାରା ସଂଶୋଧିତ ଯଥାକ୍ରମେ ପାୈର ପରିଷଦ ନିୟମ ୧୯୫୦ ଏବଂ ଓଡ଼ିିଶା ମହାନଗର ନିୟମ ୨୦୦୩ ଅନୁଯାୟୀ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷମାନେ କାଉନ୍‌ସିଲର ଏବଂ କର୍ପୋରେଟରମାନଙ୍କ ମଧ୍ୟରୁ ନିର୍ବାଚିତ ହେବା ପରିବର୍ତ୍ତେ ସିଧାସଳଖ ନିର୍ବାଚିତ ହେଉଛନ୍ତି। ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଏବଂ ମହାନଗର ନିଗମର ମେୟରଙ୍କୁ ଜିଲା ଯୋଜନା କମିଟିର ସଭ୍ୟ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri