ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କ ହୃଦଘାତ, ହେଲେ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୬୦ପର୍ଯ୍ୟଟକଙ୍କ ଜୀବନ

ନୀଳଗିରି,୩୦।୧: ବସ୍‌ ଚଳାଉଥିବାବେଳେ ହେଲା ହୃଦଘାତ। ହେଲେ ଯନ୍ତ୍ରଣା ଭିତରେ ବି ବସ୍‌ ଅଟକାଇ ବଞ୍ଚାଇଦେଲେ ୬୦ ପର୍ଯ୍ୟଟକଙ୍କ ଜୀବନ। ଏପରି ଘଟଣା ଘଟିଛି ବାଲେଶ୍ୱରର ନୀଳଗିରି ଥାନା ଅଧିନ ପାଟପୁର ଛକରେ। ପଞ୍ଚଲିଙ୍ଗେଶ୍ୱରକୁ ଦର୍ଶନ ପାଇଁ କିଛି ବଙ୍ଗୀୟ ପର୍ଯ୍ୟଟକ ଏକ ଟୁରିଷ୍ଟ ବସ୍‌ରେ ଆସିଥିଲେ। ବସ୍‌ ଚଳାଉଥିବା ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହି ସମୟରେ ସେ ବସ୍‌ଟିକୁ ରାସ୍ତାକଡରେ ଛିଡା କରାଇଦେଇଥିଲେ। ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାଓ୍ବଡା ଅଞ୍ଚଳର ଏମଡି ଇବ୍ରାହିମଙ୍କ ପୁଅ ସେଖ ଅକ୍ତାର।

ତେବେ ବାଟରେ ବସ୍‌ ଚଳାଇ ଆସୁଥିବାବେଳେ ପାଟପୁର ଛକ ନିକଟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ସ୍ଥାନୀୟଲୋକ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ମୃତ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି: ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ଭବାନୀପାଟଣା,୧୨ା୫(ଉତ୍ତମ କୁମାର ଦାଶ): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି ଲୋକ ସଭା କ୍ଷେତ୍ର ରହିଛି। ଶନିବାର...

ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ଆଜି ଦୁଇ ଲୋକ ସଭା ଆସନରେ ମାଗିବେ ଭୋଟ

ଭୁବନେଶ୍ୱର,୧୨।୫: ପ୍ରଚାର ପାଇଁ ବଲାଙ୍ଗିର ଜିଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରଥମେ କଳାହାଣ୍ଡି ଜିଲା ଉତ୍କେଲା...

ସ୍ବାମୀ ବିଜେଡିରେ, ଭାଜପାରେ ସ୍ତ୍ରୀଙ୍କ ପ୍ରଚାର

ମାଲାକନଗିରି, ୧୨ା୫(ଦୁର୍ଯ୍ୟୋଧନ ପାତ୍ର୍ର)ସ୍ବାମୀ ଓ ସ୍ତ୍ରୀ ଅଲଗା ଦଳରେ ସାମିଲ ହୋଇ ପ୍ରଚାର କରୁଥିବା ମାଲକାନଗିରି ପୌର ପରିଷଦରେ ଦେଖିବାକୁ ମିଳିଛି। ପୌର ପରିଷଦ ଅଧ୍ୟକ୍ଷ...

ଭାତହାଣ୍ଡି ଖାଲି କରିଦେଇଛି ବିଜେଡି: ମୋଦି

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)ପ୍ରକୃତି ସବୁକିଛି ଦେଇଛି। ଏଠାରେ ଅପାର ଧନସମ୍ପଦ, ପ୍ରାକୃତିକ ସମ୍ପଦ ଭରି ରହିଛି। ତଥାପି ବିଜେଡି ସରକାର ରାଜ୍ୟରେ ଦାରିଦ୍ର୍ୟକୁ ହଟାଇ ପାରିନାହିଁ ଏବଂ...

ବିଜେଡିର କାଉଣ୍ଟଡାଉନ୍‌ ଆରମ୍ଭ: ମୋଦି

ବଲାଙ୍ଗୀର, ୧୨ା୫(ବୀରେନ୍ଦ୍ର କୁମାର ଝାଙ୍କର)ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଜୁନ୍‌ ୪ ହେଉଛି ବିଜେଡିର ଏକ୍ସପାଏରୀ ଡେଟ୍‌। ଜୁନ୍‌ ୧୦ରେ ଓଡ଼ିଶା ମାଟିରେ...

ମାଗଣା ବିଜୁଳି ବିରୋଧୀଙ୍କୁ କରେଣ୍ଟ ମାରୁଛି: ପାଣ୍ଡିଆନ୍‌

ଭୁବନେଶ୍ୱର, ସୁନ୍ଦରଗଡ ୧୨ା୫(ଅନିଲ ଦାସ/ଜୟନାରାୟଣ ମେଣ୍ଡୁଳି)ଜୁଲାଇ ମାସରୁ ଓଡ଼ିଶାର ଜନସାଧାରଣଙ୍କୁ ଆଉ ବିଜୁଳି ବିଲ୍‌ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା...

ବିଜେଡିର ଟଙ୍କାବଣ୍ଟା ଫଟୋ ଭାଇରାଲ

ନବରଙ୍ଗପୁର, ୧୨।୫(ସଦାଶିବ ପ୍ରହରାଜ)ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଚାର ସମୟରେ ନେତାଙ୍କ ଉପସ୍ଥିତିରେ ଟଙ୍କା ବଣ୍ଟାଯାଉଥିବାର ଫଟୋ ଭାଇରାଲ ହୋଇଛି। ଏହି ଫଟୋଟି ଗତ ୯ ତାରିଖ...

ଘରେ ପହଞ୍ଚୁ ନବୀନଙ୍କ ବିକାଶ ବାର୍ତ୍ତା: ପ୍ରଣବ

ଜମନକିରା/କୁଚିଣ୍ଡା,୧୨ା୫(ରବୀନ୍ଦ୍ର ପ୍ରସାଦ ଦାନୀ/ବିରଞ୍ଚତ୍ ଦର୍କା)ସମ୍ବଲପୁର ଲୋକ ସଭା ଅଧୀନ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଶନିବାର ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri