Posted inଖେଳ

ହକି ଲୋକପ୍ରିୟତା ପଛରେ ଓଡ଼ିଶା

ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ପାଇଁ ହକି ଖେଳର ଲୋକପ୍ରିୟତା ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶା ସରକାର ଉଭୟ ମହିଳା ଓ ପୁରୁଷ ହକି ଦଳର ପ୍ରାୟୋଜକ ରହିଛନ୍ତି। କ୍ରିକେଟର ଲୋକପ୍ରିୟତା ସତ୍ତ୍ୱେ ଓଡ଼ିଶା ଦର୍ଶକ ହକିକୁ ଭରପୂର ସମର୍ଥନ ଦେଇଆସିଛନ୍ତି। ଯାହା ଫଳରେ ଓଡ଼ିଶା ଅନ୍ତର୍ଜାତୀୟ ହକି ଆୟୋଜନର ଏକ ହବ୍‌ ପାଲଟି ଯାଇଛି। ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବେ ଭାରତୀୟ ହକିକୁ ସହଯୋଗର ହାତ ବଢ଼ାଇବା ସହ ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଆୟୋଜନ କରି ବିଶ୍ୱ ଦରବାରରେ ପ୍ରଶଂସା ସାଉଁଟିଛନ୍ତି। ଦୀର୍ଘଦିନ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ବ୍ରୋଞ୍ଜ ପଦକ ଜିତିବା ସହିତ ମହିଳା ହକି ଦଳ ୪ର୍ଥ ସ୍ଥାନ ଅଧିକାର କରିଥିଲା। ଫଳରେ ଭାରତୀୟ ହକିର ହୃତଗୌରବ ଫେରୁଛି କହିଲେ ଭୁଲ୍‌ ହେବନାହିଁ।
ଓଡ଼ିଶାରେ ଲଗାତର ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ଅନ୍ୟ କେତେକ ରାଜ୍ୟ ଈର୍ଷା ପୋଷଣ କରୁଛନ୍ତି। ଏପରି କି କେତେକ ୟୁରୋପୀୟ ରାଷ୍ଟ୍ର ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ବିଶ୍ୱକପ ଆୟୋଜନକୁ ସମାଲୋଚନା କରିଛନ୍ତି। ମାତ୍ର ଅନ୍ତର୍ଜାତୀୟ ହକି ମହାସଂଘ ଏପରି ବିରୋଧକୁ ଚତୁରତାର ସହ ମୁକାବିଲା କରି ପ୍ରତିବନ୍ଧକକୁ ଏଡାଇ ଦେଇଛନ୍ତି। ସୁନ୍ଦରଗଡଠାରେ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସେଠାରେ ଯେପରି ଅନ୍ତର୍ଜାତୀୟ ସ୍ତରର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ ଏବଂ ଓଡ଼ିଶାର ସମ୍ମାନ ଯେପରି ଅକ୍ଷୁଣ୍ଣ ରହିବ ସେଥିପ୍ରତି ସତର୍କ ଦୃଷ୍ଟି ରଖା ଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତ ଯଦି କୌଣସି ବର୍ଗର ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ପାଉଛି ତେବେ ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ପ୍ରଥମ ପସନ୍ଦ ବିବେଚିତ ହେଉଛି। ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି, ଅତିଥିମାନଙ୍କୁ ଭବ୍ୟ ସ୍ବାଗତ, ପ୍ରାୟୋଜକଙ୍କ ଆଗ୍ରହ, ଷ୍ଟାଡିୟମରେ ଭରପୂର ଦର୍ଶକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନେକ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଓଡ଼ିଶାକୁ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରାୟୋଜକକୁ ନେଇ ଆମ ପାରମ୍ପରିକ ଖେଳ ହକି ସଙ୍କଟରେ ପଡ଼ିଥିବାବେଳେ ଓଡ଼ିଶା ସରକାରଙ୍କ ସମର୍ଥନ ଯୋଗୁ ଏବେ ପୁଣି ଉତ୍‌ଥାନ ପଥରେ ରହିଛି।
ହକି ପାଇଁ ଭୁବନେଶ୍ୱର ଦେଶର କ୍ରୀଡା ରାଜଧାନୀ ରୂପେ ଅଭିହିତ ହେବା ନିଶ୍ଚିତ ଆମ ପାଇଁ ଗର୍ବ ଓ ଗୌରବ। ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ହେବା ଯୁବ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କର ଏପରି ପ୍ରୟାସ ପରୋକ୍ଷରେ ଖେଳ ଦୁନିଆ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ୨୦୧୪ରେ ଚାମ୍ପିୟନ୍ସ ଟ୍ରଫି, ୨୦୧୭ରେ ବିଶ୍ୱ ହକି ଲିଗ୍‌ ଫାଇନାଲ୍ସ, ୨୦୧୮ରେ ହକି ବିଶ୍ୱକପ୍‌, ୨୦୧୯ରେ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ, ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ, ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପରି ଅନ୍ତର୍ଜାତୀୟ ପ୍ରତିଯୋଗିତା ଦୀର୍ଘ ୮ ବର୍ଷ ଧରି ଆୟୋଜନ କରିବା ସହିତ ବେଶ୍‌ ସଫଳତା ପାଇଛି। ଏହା ନିଶ୍ଚିତ ଯେ କଳିଙ୍ଗ ଷ୍ଟାଡିୟମ ବିଶ୍ୱ ହକିର ପ୍ରାଣକେନ୍ଦ୍ର ହେବା ସହିତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ହକି ଓ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ଭୁବନେଶ୍ୱର ପରେ ରାଉରକେଲାରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବା ଏବଂ ୨୦୨୩ରେ ବିଶ୍ୱକପ୍‌ର ୨୦ଟି ମ୍ୟାଚ ସେଠାରେ ଖେଳାଯିବା ନିଶ୍ଚିତ ରୂପେ ସ୍ବତନ୍ତ୍ର ଅନୁଭୂତି ଆଣିବ।
ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ ୨୦୨୩ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ନବନିର୍ମିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ୨୦ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ମ୍ୟାଚ ଉପଭୋଗ କରିବା ସୁଯୋଗ ପାଇବେ। ତେଣୁ ନିଶ୍ଚିତ ରୂପେ ଏହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମର ମାନ୍ୟତା ପାଇବ। ବିଶ୍ୱର ଶ୍ରେଷ୍ଠ ଷ୍ଟାଡିୟମଗୁଡିକର ସମସ୍ତ ସୁବିଧା ସୁଯୋଗ ଏଥିରେ ଉପଲବ୍ଧ ରହିବ। ଦୁଇଟି ଭେନ୍ୟୁରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଲଢେଇ କରିବେ। କେଉଁ ଦଳ କେଉଁ ଗ୍ରୁପରେ ରହିବେ ସେପ୍ଟେମ୍ବର ୮ରେ ଡ୍ର’ପରେ ତାହା ସ୍ପଷ୍ଟ ହୋଇଛି।
ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଓ ଭାରତରେ ମୋଟ ୪ର୍ଥ ଥର ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ବିଶ୍ୱକପ ପାଇଁ ହୋଇଥିବା ଡ୍ର’ ଅନୁସାରେ ପୁଲ୍‌-ଏ’ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ରହିଛନ୍ତି। ପୁଲ୍‌-ବି’ରେ ବେଲଜିୟମ, ଜାପାନ, କୋରିଆ, ଜର୍ମାନୀ, ପୁଲ୍‌-ସି’ରେ ନେଦରଲାଣ୍ଡ୍ସ, ଚିଲି, ମାଲେସିଆ, ନ୍ୟୁଜିଲାଣ୍ଡ ଏବଂ ପୁଲ୍‌-ଡି’ରେ ଆୟୋଜକ ଭାରତ ସହିତ ୱେଲ୍ସ, ସ୍ପେନ୍‌, ଇଂଲଣ୍ଡ ସ୍ଥାନ ପାଇଛି। ୱାଲର୍‌ଡ ନଂ-୧ ଅଷ୍ଟ୍ରେଲିଆ, ବିଶ୍ୱ ଚାମ୍ପିୟନ ବେଲଜିୟମ ଏବଂ ପୂର୍ବତନ ବିଶ୍ୱ ଚାମ୍ପିୟନ ନେଦରଲାଣ୍ଡ୍ସ ଏବଂ ଜର୍ମାନୀ ପରି ଦଳଠାରୁ ଦୂରରେ ରହିଥିବାରୁ ଗ୍ରୁପ-ଡି’ରେ ଶକ୍ତିଶାଳୀ ଇଂଲଣ୍ଡ ସହିତ ଭାରତର କଡ଼ା ମୁକାବିଲା ହେବା ଆଶା କରାଯାଏ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇଂଲଣ୍ଡ ସହ ୪-୪ରେ ମ୍ୟାଚ ଡ୍ର ରଖିଥିଲା ଭାରତ। ୨୦୧୮ ବିଶ୍ୱକପରେ ଭାରତ ମନପ୍ରୀତ ସିଂଙ୍କ ନେତୃତ୍ୱରେ ଚାମ୍ପିୟନ ବେଲଜିୟମ ସହ ୨-୨ ଡ୍ର ରଖିଥିବା ବେଳେ ନେଦରଲାଣ୍ଡ୍ସଠାରୁ କ୍ୱାର୍ଟର ଫାଇନାଲରେ ୧-୨ରେ ହାରିଯାଇଥିଲା। ଘରୋଇ ପରିବେଶରେ କ୍ରମାଗତ ଦ୍ୱିତୀୟ ଥର ଖେଳୁଥିବାରୁ ଏଥର ଭାରତ ପାଇଁ ଟାଇଟଲ ବିଜୟର ସୁଯୋଗ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ…

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?