Posted inଖେଳ

ଅଟକିଗଲା ଚକଦା ଏକ୍ସପ୍ରେସ୍‌

ଭାରତୀୟ ମହିଳା କ୍ରିକେଟରେ ଚକଦା ଏକ୍ସପ୍ରେସଭାବେ ପରିଚିତ ଥିଲେ ଝୁଲଣ ଗୋସ୍ବାମୀ। ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ କୀର୍ତ୍ତିମାନ ସ୍ଥାପନ ପରେ ଏହି ଏକ୍ସପ୍ରେସ ଗତିରେ ବିରାମ ଲାଗିଛି। ୨୦୨୨ ସେପ୍ଟେମ୍ବର ୨୪ ତାରିଖ ଦିନ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍‌କୁ ଅଲ୍‌ବିଦା ଜଣାଇଛନ୍ତି ଏହି ତାରକା ବୋଲର…

ଶେଷରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ବିଶ୍ରାମ ନେଇଛି ଚକଦା ଏକ୍ସପ୍ରେସ୍‌। ଦୀର୍ଘ ଦୁଇ ଦଶନ୍ଧି ଧରି ଭାରତୀୟ ମହିଳା କ୍ରିକେଟ୍‌ ଟ୍ରାକ୍‌ରେ ହୁଙ୍କାର ଭରି ଦ୍ରୁତଗତିରେ ଦୌଡି ଚକଦା ଏକ୍ସପ୍ରେସ୍‌ ବିପକ୍ଷ ମନରେ ଭୟ ସୃଷ୍ଟି କରୁଥିଲା ଏବେ ଏହାର ଗତିରେ ବିରାମ ଲାଗିଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତୀୟ କ୍ରିକେଟ୍‌ରେ ଏହି ଏକ୍ସପ୍ରେସ୍‌ ଅନବରତଭାବେ ଦୌଡି ଅନେକ କୀର୍ତ୍ତିମାନ ସ୍ଥାପନ କରିଛି।
ଝୁଲଣ ନିସହିତ୍‌ ଗୋସ୍ବାମୀ- ପୂରା ନାମ। ଜନ୍ମ ୨୫ ନଭେମ୍ବର ୧୯୮୨ରେ ନଦିଆ ଜିଲାର ଛୋଟ ସହର ଚକଦାରେ। ମଧ୍ୟବିତ୍ତ ବଙ୍ଗାଳୀ ପରିବାର। ମଧ୍ୟବିତ୍ତ ପରିବାର କହିଲେ ପାଠଶାଠ ପଢି ମଣିଷ ହେବା ହିଁ ସବୁକିଛି। ସବୁକଥାରେ କଟକଣା। ଝିଅ ହେଲେ ତ କଥା ସରିଲା। କଟକଣାର ଏରୁଣ୍ଡି ବନ୍ଧ ଡେଇଁ ନିଜର ପରିଚୟ ସୃଷ୍ଟି କରିବା କାଠିକର ପାଠ। ତଥାପି ଝୁଲଣ ଏଥିରେ ହାରିଯାଇ ନ ଥିଲେ। ୧୫ ବର୍ଷ ବୟସରୁ କ୍ରିକେଟକୁ ଭଲ ପାଇ ବସିଲେ। ଧୀରେ ଧୀରେ କ୍ରିକେଟ ତାଙ୍କ ଶୈଶବର ଝୁଙ୍କ ପାଲଟିଗଲା। ଆଉ ଯୌବନର ପରିଚୟ। ୧୯୯୨ରେ ଟିଭିରେ ବିଶ୍ୱକପ୍‌ କ୍ରିକେଟ ଦେଖି ସେ କ୍ରିକେଟକୁ ଭଲପାଇ ବସିଲେ। ଚକଦାରେ ଖେଳିବା ପାଇଁ ବିଶେଷ ସୁବିଧା ନ ଥିଲା। ଝୁଲଣ ବାଧ୍ୟ ହୋଇ କୋଲକାତା ଆସିଲେ।
ଝୁଲଣ ଯେତେବେଳେ କ୍ରିକେଟ ଖେଳିବା ଆରମ୍ଭ କଲେ ସେତେବେଳେ ପୁରୁଷ କ୍ରିକେଟ ହିଁ ସବୁକିଛି ଥିଲା। ମହିଳା କ୍ରିକେଟ ଯଦିଓ ଜନ୍ମଲାଭ କରିଥିଲା ତଥାପି ଏଥିରେ ଖେଳିବାକୁ ବେଶି ପାରିଶ୍ରମିକ ମିଳୁ ନ ଥିଲା। ଏବେ ବି ଭାରତୀୟ ମହିଳା ଖେଳାଳିଙ୍କ ପାଇଁ ଆବଶ୍ୟକ ମ୍ୟାଚ ଖେଳିବାକୁ ମିଳୁନାହିଁ। ତେବେ ଆଜି ମହିଳା କ୍ରିକେଟ୍‌ର ସ୍ବରୂପ ଯଦି ବଦଳିଛି ତାହାର ଗୋଟିଏ ବଡ଼ ଭାଗର ଶ୍ରେୟ ଯିବ ଝୁଲଣଙ୍କ ପାଖକୁ।
୨୦୦୨ରେ ଝୁଲଣ ନିଜର ଏକଦିବସୀୟ ଏବଂ ଟେଷ୍ଟ କ୍ରିକେଟ ଆରମ୍ଭ କରିଥିଲେ ଇଂଲଣ୍ଡ ବିପକ୍ଷରେ। ଏହି କୋଡିଏ ବର୍ଷରେ ସେ ଖେଳିଛନ୍ତି ମାତ୍ର ୧୨ଟି ଟେଷ୍ଟ, ୨୦୪ଟି ଏକଦିବସୀୟ ଏବଂ ୬୮ଟି ଟି୨୦ ମ୍ୟାଚ। ଏକଦିବସୀୟରେ ବିଶ୍ୱରେ ସର୍ବାଧିକ ଉଇକେଟ ହାସଲକାରୀ ହିସାବରେ ସେ ପାଇଛନ୍ତି ୨୫୫ଟି ଉଇକେଟ ଏବଂ ଟେଷ୍ଟରେ ୪୪ ଓ ଟି୨୦ରେ ୫୬ ଉଇକେଟ। ଝୁଲଣଙ୍କ ଦୁର୍ଭାଗ୍ୟ ଭାରତୀୟ ମହିଳାଦଳକୁ ଖେଳିବାପାଇଁ ବେଶି ଟେଷ୍ଟ ମ୍ୟାଚ ମିଳି ନାହିଁ। ଆଇସିସି ଟୁର୍ନାମେଣ୍ଟ ଛଡା ଦ୍ୱିପାକ୍ଷିକ ଶୃଙ୍ଖଳା ବି ଭାରତ ବେଶି ଖେଳିପାରି ନାହିଁ। ନ ହେଲେ ଏହି ରେକର୍ଡ କାହିଁ କେତେଗୁଣରେ ଅଧିକ ହୋଇଥାନ୍ତା।
ଏହା ସତ୍ତ୍ୱେ ବି ସେ ନିଜ କ୍ୟାରିୟର ଭିତରେ ଅନେକ ସଫଳତା ପାଇଛନ୍ତି । ଭାରତୀୟ ଜାତୀୟ କ୍ରିକେଟ ଦଳର ଅଧିନାୟକ ପଦ ସହ ୨୦୦୭ରେ ଆଇସିସିର ମହିଳା କ୍ରିକେଟର ଅଫ ଦ ଇୟର ପୁରସ୍କାର ହାସଲ କରିଛନ୍ତି। ୨୦୧୦ରେ ଭାରତ ସରକାରଙ୍କଠାରୁ ଅର୍ଜ୍ଜୁନ ପୁରସ୍କାର ଏବଂ ୨୦୧୨ରେ ପଦ୍ମଶ୍ରୀ ପୁରସ୍କାର ବି ପାଇଛନ୍ତି। ଭାରତ ବିଶ୍ୱକପରେ ଜିତି ନ ପାରିବା ବୋଧହୁଏ ତାଙ୍କର ଏକମାତ୍ର ଅବସୋସ ଥିବ। ତେବେ ମଣିଷର ସବୁ ଆଶା ପୂରଣ ହୁଏ ନାହିଁ। କ୍ରିକେଟରଙ୍କ ସବୁ ଆଶା ବି ପୂରଣ କେମିତି ହେବ।
ନିଜ ବନ୍ଧୁ ମହଲରେ ଗୋଜି ବୋଲି ପରିଚିତ ଝୁଲଣ ଭାରତୀୟ ମହିଳା କ୍ରିକେଟ୍‌ର ଜଣେ ଆଇକନ୍‌ ବୋଲି ନିଶ୍ଚିତ ରୂପେ କୁହାଯାଇ ପାରିବ। ସେ ନିଜର ବୋଲିଂରେ କେବଳ ଯେ ବିପକ୍ଷ ଦଳର ଉଇକେଟ ନେଇଛନ୍ତି ତା’ ନୁହେଁ, ବରଂ ଭାରତୀୟ ମହିଳାମାନଙ୍କୁ ବେଶ୍‌ ଉତ୍ସାହିତ କରିଛନ୍ତି ମଧ୍ୟ। କ୍ରିକେଟ ପରି ଏକ କଷ୍ଟସାଧ୍ୟ ଖେଳରେ ଅବଳା ଭାରତୀୟ ମହିଳା ବିଶ୍ୱର ସର୍ବଶ୍ରେଷ୍ଠ ମଞ୍ଚରେ ନିଜର କୃତିତ୍ୱର ସର୍ବଶ୍ରେଷ୍ଠ ପରାକାଷ୍ଠା ଦେଖାଇପାରେ ତାହା ପ୍ରମାଣିତ କରିଛନ୍ତି। ତାଙ୍କୁ ଦେଖି ଅନେକେ ଖେଳାଳି ହେବାକୁ ମନ ବଳାଇଛନ୍ତି। ମହିଳାମାନେ ବି କ୍ରିକେଟରେ ସଫଳ ହୋଇ ପାରିବେ ତାହା ସେ ଦେଖାଇ ଦେଇଛନ୍ତି।
ଭାରତୀୟ କ୍ରିକେଟକୁ ଝୁଲଣଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ତାଙ୍କ ନାମରେ ଚକଦା ଏକ୍ସପ୍ରେସ୍‌ ବାଓପିକ୍‌ ଅଛି ପୁଣି ଭାରତ ସରକାର ଝୁଲଣଙ୍କ ନାମରେ ଡାକ ଟିକେଟ ବି ବାହାର କରି ମହିଳା କ୍ରିକେଟକୁ ତାଙ୍କର ଅବଦାନକୁ ସ୍ବୀକାର କରିଛନ୍ତି। ଭାରତୀୟ ମହିଳା କ୍ରିକେଟରେ ଝୁଲଣ ଜଣେ ଥିଲେ ଆଉ ସେ ଜଣେ ହିଁ ରହିବେ।
କ୍ୟାରିୟରର ଶେଷ ବେଳକୁ ସେ ଭାରତୀୟ ଦଳର ବୋଲିଂ ପରାମର୍ଶଦାତା ହୋଇ ରହିଥିଲେ। ପୁଣି ନିଜକୁ ଜଣେ କୋଚ୍‌ ଏବଂ ଖେଳାଳି ଭାବେ ଦଳ ସହ ଯାତ୍ରା କରୁଥିଲେ। ଢେର ଦିନରୁ ସେ ମହିଳା ଟି୨୦ ଦଳରୁ ଅବ୍ୟାହତି ନେଇସାରିଥିଲେ। ଆଉ ଶେଷରେ ୨୦୨୨ ସେପ୍ଟେମ୍ବର ୨୪ ତାରିଖ ଦିନ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚରେ ନିଜର ଶେଷ ଓଭରରେ ଉଇକେଟ ନେଇ ଭାରତୀୟ ମହିଳା କ୍ରିକେଟକୁ ସବୁଦିନ ପାଇଁ ଅଲ୍‌ବିଦା କହିଦେଲେ।
ଯାହା ଜଣାପଡୁଛି ଝୁଲଣ ସିନା ମହିଳା କ୍ରିକେଟକୁ ଅଲ୍‌ବିଦା କହିଦେଲେ ହେଲେ କ୍ରିକେଟ ତାଙ୍କୁ ଏତେ ସହଜରେ ଛାଡିଲା ପରି ଲାଗୁନାହିଁ। ଝୁଲଣଙ୍କର ଗତ ଦୁଇ ଦଶନ୍ଧିର ମହାର୍ଘ ଅନୁଭୂତି ଭାରତୀୟ ମହିଳା କ୍ରିିକେଟ ପାଇଁ ଯେ ନିହାତି ଆବଶ୍ୟକ ତାହା ଯେ କେହି ଆଖି ବୁଜି କହି ଦେଇ ପାରିବ। ତେଣୁ ଆଗାମୀ ଦିନରେ ସେ ଭାରତୀୟ ମହିଳା ଦଳର କୋଚ୍‌ କିମ୍ବା ବୋଲିଂ ପରାମର୍ଶଦାତାଭାବେ ଦୀର୍ଘ ମିଆଦୀ ନିଯୁକ୍ତି ପାଇଲେ ଏହା ଭାରତୀୟ କ୍ରିକେଟ ପାଇଁ ଏକ ବରଦାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri