Posted inଖେଳ

ହାଇଜମ୍ପ କୁଇନ୍‌ ଉଷା

ରାଜ୍ୟର ମହିଳା କ୍ରୀଡ଼ାବିତ୍‌ଙ୍କ ସଫଳତାର ଯାତ୍ରା ପ୍ରକୃତରେ ଆରମ୍ଭ ହୋଇଥିଲା ୭୦ ଦଶକରୁ ଏବଂ ଏହି ଧାରାର ଆଦ୍ୟ ସଫଳ ନାୟିକା ଥିଲେ ଉଷାରାଣୀ ମିଶ୍ର। ୭୦ ଦଶକରେ ରାଜ୍ୟର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ର ମାନ୍ୟତା ପାଇଥିବା ଉଷା ଦୌଡ଼କୁଦର ଚାରୋଟି ପ୍ରମୁଖ ବିଭାଗ ୧୦୦ମି. ସ୍ପ୍ରିଣ୍ଟ, ହର୍ଡଲ୍ସ, ଲଙ୍ଗଜମ୍ପ ଓ ହାଇଜମ୍ପରେ ବିଶେଷ ଦକ୍ଷତା ହାସଲ କରିଥିଲେ…

ଗତ ନବେ ଦଶକ ପରଠାରୁ ରାଜ୍ୟର ମହିଳା କ୍ରୀଡ଼ାବିତ୍‌ମାନଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଜାରିରହିଛି। ବିଶେଷ ଭାବେ ଦୌଡ଼କୁଦ ଏବଂ ହକିରେ ଆମର ମହିଳା କ୍ରୀଡ଼ାବିତ୍‌ମାନେ ସେମାନଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ମାଧ୍ୟମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଅନ୍ତଜର୍ର୍ାତୀୟ ଦୌଡ଼କୁଦରେ ରାଜ୍ୟର ପ୍ରଥମ ପଦକ ବିଜେତା ପ୍ରଣତି ମିଶ୍ର (୧୯୯୦ ସିଓଲ ଏସୀୟ କ୍ରୀଡ଼ାର ୪ … ୪୦୦ ମି. ରିଲେରେ ରୌପ୍ୟ ପଦକ)ଙ୍କଠାରୁ ଆରମ୍ଭ ହୋଇଥିବା ଏହି ସଫଳତାର ଧାରା ପରବର୍ତ୍ତୀ ସମୟରେ ଯେଉଁ କ୍ରୀଡ଼ାବିତ୍‌ମାନେ ବଜାୟ ରଖି ରାଜ୍ୟ ଓ ଦେଶକୁ ଗୌରବାନ୍ବିତ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ରଚିତା ପଣ୍ଡା, ଅନୁରାଧା ବିଶ୍ୱାଳ, ସୁଷମା ବେହେରା, ସାହେବାଣୀ ଓରାମ, ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମ୍‌, ଶ୍ରାବଣୀ ନନ୍ଦ ଏବଂ ବର୍ତ୍ତମାନ ଏସିଆ ମହାଦେଶର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ଧାବିକା ଦୂତୀ ଚାନ୍ଦ।
ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ମହିଳା କ୍ରୀଡ଼ାବିତ୍‌ଙ୍କ ସଫଳତାର ଯାତ୍ରା ପ୍ରକୃତରେ ଆରମ୍ଭ ହୋଇଥିଲା ୭୦ ଦଶକରୁ ଏବଂ ଏହି ଧାରାର ଆଦ୍ୟ ସଫଳ ନାୟିକା ଥିଲେ ଉଷାରାଣୀ ମିଶ୍ର। ୭୦ ଦଶକରେ ରାଜ୍ୟର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ର ମାନ୍ୟତା ପାଇଥିବା ଉଷା ଦୌଡ଼କୁଦର ଚାରୋଟି ପ୍ରମୁଖ ବିଭାଗ ଯଥା ୧୦୦ମି. ସ୍ପ୍ରିଣ୍ଟ, ହର୍ଡଲ୍ସ, ଲଙ୍ଗଜମ୍ପ ଓ ହାଇଜମ୍ପରେ ବିଶେଷ ଦକ୍ଷତା ହାସଲ କରିଥିଲେ। ୧୯୫୮ରେ ଜନ୍ମିତ ଉଷା କଟକସ୍ଥିତ ସନତନଳିନୀ ବାଳିକା ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଦୌଡ଼କୁଦ ପ୍ରତି ଆକର୍ଷିତ ହୋଇଥିଲେ। ଏହି ଲେଖକ ସହିତ ଟେଲିଫୋନ ବାର୍ତ୍ତାଳାପରେ ପ୍ରକାଶ କରିଥିବା ତାଙ୍କର ବକ୍ତବ୍ୟ ଥିଲା ଏହିପରି- ”ବିଦ୍ୟାଳୟରେ ପଢୁଥିବା ସମୟରେ ମୁଁ ହଷ୍ଟେଲରେ ଅବସ୍ଥାନ କରୁଥିଲି ଏବଂ କଠୋର ଅନୁଶାସନ ମଧ୍ୟରେ ରହୁଥିଲି। ଆମ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଆଇରନ ଲତିକା ଦାସ (ଯିଏକି କ୍ରୀଡ଼ା ମହଲରେ ଆଇରନ ଦିଦି ଭାବେ ପରିଚିତ ଥିଲେ) ମୋତେ କ୍ରୀଡ଼ା କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଉତ୍ସାହିତ କରିଥିଲେ ଏବଂ ନିଜ ଝିଅ ଭଳି ଭଲ ପାଉଥିଲେ ଓ ତାଲିମ ପ୍ରଦାନ କରୁଥିଲେ। ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ କ୍ରୀଡ଼ା ଅଭ୍ୟାସରେ ମନୋନିବେଶ କଲି ଏବଂ କ୍ରୀଡ଼ାକ୍ଷେତ୍ରରେ ଅଗ୍ରସର ହେଲି। ପରବର୍ତ୍ତୀ ସମୟରେ ଓଡ଼ିଶା ଅଲିମ୍ପିକ ସଂଘର ତତ୍କାଳୀନ ଆଥଲେଟିକ କୋଚ ଅସୀମା ଦାସ ଏବଂ ଏମ୍‌ଏସ୍‌ ଲ’ କଲେଜର କ୍ରୀଡ଼ା ଅଧିକାରୀ ଓ ଆଥ୍‌ଲେଟିକ କୋଚ ପୂର୍ଣ୍ଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ମୋର କ୍ରୀଡ଼ା ଦକ୍ଷତା ଅଧିକ ଶାଣିତ ହୋଇଥିଲା।“
୭୦ଦଶକରେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମେ କନିଷ୍ଠ ଏବଂ ପରେ ବରିଷ୍ଠ ବର୍ଗରେ ୧୦୦ମି ଦୌଡ଼, ୬୦ ଏବଂ ୮୦ମି. ହର୍ଡଲ୍ସ ଓ ପରେ ୧୦୦ମି ହର୍ଡଲ୍ସ, ଲଙ୍ଗଜମ୍ପ ଏବଂ ହାଇଜମ୍ପରେ ଲଗାତର ଭାବେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଉଷା ଜାତୀୟ ସ୍ତରରେ ହାଇଜମ୍ପ ଇଭେଣ୍ଟକୁ ଅଗ୍ରାଧିକାର ଦେଇ ପ୍ରୟାସ ଜାରି ରଖିଥିଲେ। ୧୯୭୦ରୁ ୧୯୭୯ ମଧ୍ୟରେ ସେ ହାଇଜମ୍ପ ଇଭେଣ୍ଟରେ ଦେଶର ଶ୍ରେଷ୍ଠ ହାଇଜମ୍ପର ଭାବେ ୯ଥର ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ୧୯୭୭ରେ ମାଡ୍ରାସଠାରେ ଅନୁଷ୍ଠିତ ଆନ୍ତଃରାଜ୍ୟ ଜାତୀୟ ଆଥ୍‌ଲେଟିକ ମିଟ୍‌ର ହାଇଜମ୍ପରେ ୧.୬୭ ମିଟର ଉଚ୍ଚତା ଅତିକ୍ରମ କରି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ, ଯାହାକି ପରବର୍ତ୍ତୀ ୧୨ ବର୍ଷ ପର୍ଯ୍ୟନ୍ତ ଅତୁଟ ରହିଥିଲା। ଏହି ବିରଳ ରେକର୍ଡ ଅଧିକାରୀ ହେବାରେ ସେ ଥିଲେ ରାଜ୍ୟର ପ୍ରଥମ କ୍ରିଡ଼ାବିତ୍‌। ଏପରିକି ଅନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ପ୍ରଥମ ମହିଳା ଆଥଲେଟ୍‌ ଭାବେ ଉଷା ୧୯୭୪ରେ ଭାରତୀୟ ବିଦ୍ୟାଳୟ ଦଳର ସଦସ୍ୟ ଭାବେ ଇଟାଲିର ଫ୍ଲୋରେନ୍ସ ସହରରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ବିଦ୍ୟାଳୟ ଆଥଲେଟିକ୍‌ ମିଟ୍‌ରେ ଭାଗ ନେବାର କୃତିତ୍ୱ ହାସଲ କରିଥିଲେ। (ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉଷାଙ୍କ ସମସାମୟିକ ବଲାଙ୍ଗୀର ଜିଲାର ଆନନ୍ଦିନୀ ଦର୍ଜି ମଧ୍ୟ ୭୦ ଦଶକରେ ରାଜ୍ୟରେ ଶ୍ରେଷ୍ଠ ମଧ୍ୟମ ଦୂର ଇଭେଣ୍ଟ୍‌ସ (୪୦୦ମି ଓ ୮୦୦ମି)ର ଶ୍ରେଷ୍ଠ ଆଥଲେଟ୍‌ ହେବା ସହିତ ଜାତୀୟସ୍ତରରେ ମଧ୍ୟ ସଫଳତା ହାସଲ କରିଥିଲେ ଏବଂ ଫ୍ରାନ୍ସର ପ୍ୟାରିସଠାରେ ଏକ ପ୍ରତିଯୋଗିତା (୧୯୭୪) ରେ ଭାଗ ନେଇଥିଲେ)। ଜଣେ ଅତ୍ୟନ୍ତ ସରଳ ଓ ଶୃଙ୍ଖଳିତ କ୍ରୀଡ଼ାବିତ୍‌ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ଉଷାରାଣୀ ମିଶ୍ର ସୀତାଂଶୁ ଲେସ୍‌ଲିଙ୍କୁ ବିବାହ କରିବା ପରେ ଉଷା ଲେସ୍‌ଲି ଭାବେ ପରିଚିତ ହୋଇଥିଲେ। ଜାତୀୟ ସ୍ତରରେ ତାଙ୍କ କ୍ରୀଡ଼ା ସଫଳତାକୁ ବିଚାରକୁ ନେଇ ଭାରତୀୟ ରେଳ ମନ୍ତ୍ରାଳୟ୧୯୭୯ରେ ତାଙ୍କୁ ଟିକେଟ କଲେକ୍ଟର ଭାବେ ନିଯୁକ୍ତି ପ୍ରଦାନ କରିଥିଲା। ୨୦୧୮ରେ ଅବସର ନେଲାପରେ ଉଷା ବର୍ତ୍ତମାନ ପରିବାର ସହିତ ବାଲେଶ୍ୱରରେ ଅବସ୍ଥାନ କରୁଛନ୍ତି।
ଦଶକର ଏହି ଶ୍ରେଷ୍ଠ କ୍ରୀଡ଼ାବିତ୍‌ଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ୨୦୦୭ରେ କ୍ରୀଡ଼ା ପ୍ରତି ଜୀବନ ବ୍ୟାପୀ ଅବଦାନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?