Posted inଜାତୀୟ

୧୦ରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ପ୍ରଶାସନିକ ସ୍ତରରେ ଆଲୋଚନା

ନୂଆଦିଲ୍ଲୀ,୭।୧: କୋଟିଆ ବିବାଦ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ସହ ଏହାର ସମାଧାନ ନିମନ୍ତେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଆସନ୍ତା ୧୦ ତାରିଖରେ ଆଲୋଚନା କରିବେ। ଏନେଇ ଗୁରୁବାର ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ବିକାଶ ସିଂ ଅବଗତ କରିଛନ୍ତି। ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ କମିଟି ସଦସ୍ୟଙ୍କ ସହ ଆସନ୍ତା ୧୦ରେ ଆଲୋଚନା କରିବାକୁ ସ୍ଥିର ହୋଇଛି। ତେଣୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୪ ସପ୍ତାହ ସମୟ ଦିଆଯାଉ ବୋଲି ସିଂ ଅଦାଲତଙ୍କ ନିକଟରେ ଅନୁରୋଧ କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍‌. ଖାନ୍‌ଓ୍ବିଲକର ଏବଂ ସି.ଟି. ରବିକୁମାରଙ୍କୁ ନେଇ ଗଠିତ ୨ଜଣିଆ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୨୪କୁ ଧାର୍ଯ୍ୟ କରିଛନ୍ତି।

ଗତ ନଭେମ୍ବର ୯ରେ ଭୁବନେଶ୍ୱର ଲୋକସେବା ଭବନ ଠାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶ ପ୍ରତିପକ୍ଷ ଜଗନ୍‌ ମୋହନ ରେଡ୍ଡୀଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା। ଏଥିରେ କୋଟିଆ ଦ୍ୱୀପପୁଞ୍ଜ ବିବାଦ ସହ ନେରେଡି ବ୍ୟାରେଜ, ଝଞ୍ଜାବତୀ ଜଳ ପ୍ରପାତ, ପୋଲାଭରମ୍‌, ବାହୁଦା ନଦୀ ଜଳ ଛାଡ଼ିବା, ବାଲିମେଳା ଏବଂ ଅପର ସିଲେରୁ ଜଳ ବିଦ୍ୟୁତ୍‌ କ୍ଷେତ୍ର ଆଦି ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ପାଇଁ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ କାମ କରିବେ। ଉଭୟ ରାଜ୍ୟର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରମୁଖ ସମସ୍ୟାଗୁଡ଼ିକର ଅପୋସ ସମାଧାନ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ଓଡ଼ିିଶା ସରକାର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଛନ୍ତି।
ଏହାପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ କୋଟିିଆ ସୀମା ବିବାଦର ରାଜନୈତିକ ସ୍ତରରେ ସମାଧାନ କରିବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, କୋଟିଆ ସୀମା ବିବାଦ ପ୍ରସଙ୍ଗରେ ୧୯୬୮ ଡିସେମ୍ବର ୨ ଏବଂ ୨୦୦୬ ମାର୍ଚ୍ଚ ୩୦ରେ ସୁପ୍ରିମକୋର୍ଟ ଉଭୟ ରାଜ୍ୟକୁ ସୀମା ବିବାଦ ଉପରେ ସ୍ଥିତାବସ୍ଥା ଜାରି ରଖିବାକୁ କହିଥିଲେ। ହେଲେ ସର୍ବୋଚ୍ଚ ଅଦାଲତଙ୍କ ଉକ୍ତ ରାୟକୁ ଆନ୍ଧ୍ରପ୍ରଦେଶ ସରକାର ଜାଣିଶୁଣି ଅବଜ୍ଞା କରିବା ସହ ଓଡ଼ିଶା ସୀମା ମଧ୍ୟରେ ପଶି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏପରି କି କୋଟିଆ ଗ୍ରାମ ପଞ୍ଚାୟତର ତିନୋଟି ଗାଁର ନାମ ବଦଳାଇ ଦେଇଛି। ଗଞ୍ଜେଇପଦର ନାମ ଗଞ୍ଜିବାଦ୍ରା, ଫାଟୁସେନେରିକୁ ପାଟୁଚେନ୍ନାମ୍‌ ଏବଂ ଫାଗୁସେନେରିରେ ଫାଗୁଲୁଚେନୁରେ ପରିବର୍ତ୍ତନ କରି ଗତ ବର୍ଷ ମାର୍ଚ୍ଚ ୫ତାରିଖରେ ଆନ୍ଧ୍ରପ୍ରଦେଶ ସରକାର ଉକ୍ତ ୩ ଗ୍ରାମପୁଞ୍ଜରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଓଡ଼ିଶା ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?