‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଖଗେଶ୍ବର ମାଝି (୨୭)।

ସୂଚନା ଅନୁସାରେ ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକା ଗତ ୨ ବର୍ଷ ତଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ବାତେଲିମା ପଞ୍ଚାୟତ କପାଗୁଡା ଗାଁର ଖଗେଶ୍ୱର ବିବାହର ପ୍ରଲୋଭନ ଦେଖାଇ ନିଜ ଗାଁକୁ ନେଇ ଆସିଥିଲେ। ପୁଅ ଘର ଲୋକେ ଝିଅକୁ ଗ୍ରହଣ ନ କରିବାରୁ ଖଗେଶ୍ୱର ଗାଁର ଏକ ଭଡାଘରେ ରଖିଥିଲେ। ବିବାହ କରିବ କହି ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରାୟ ଦେଢ଼ ବର୍ଷ ପରେ ତାଙ୍କର ଗୋଟିଏ ସନ୍ତାନ ଜନ୍ମ ହୋଇଥିଲା। ପରେ ଖଗେଶ୍ବର ଦାଦନ ଖଟିବାକୁ ତାମିଲନାଡୁ ଚାଲି ଯାଇଥିଲା। ଇତି ମଧ୍ୟରେ ପ୍ରାୟ ୭ ମାସ ବିତି ଯାଇଥିଲା। ଏପଟେ ଖଗେଶ୍ବର ସ୍ତ୍ରୀ ଓ ସନ୍ତାନ ଏକୁଟିଆ ରହିଥିବା ବେଳେ କିଛିଦିନ ତଳେ ଖଗେଶ୍ବର ମୁଁ ଆଉ ତତେ ଗ୍ରହଣ କରିବି ନାହିଁ ବୋଲି ସ୍ତ୍ରୀଙ୍କୁ ଜଣାଇଥିଲେ। ଏହି ଖବର ପାଇ ନାବାଳିକା ଲାଞ୍ଜିଗଡ଼ ଥାନାର ଦାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ଘଟଣା ଗୁରୁତର ସହ ନେଇ ଖଗେଶ୍ବରଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ଖଗେଶ୍ବର ସମ୍ପୃକ୍ତ ନାବାଳିକାଙ୍କୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହାପରେ ଦୁହିଁଙ୍କ ଡାକ୍ତରୀ ମାଇନା କରି ଖଗେଶ୍ୱରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ପ୍ରକାଶ କରିଛନ୍ତି। ଏ ନେଇ ଥାନାରେ ଦଫା ୪୧୭/୩୭୬/(୨)(ଏନ)ଆରଡବ୍ଲୁ ୫୦୬/୩୪/୬ ପୋକ୍ସୋ ଅନୁସାରେ ଏକ ମାମଲା (ନଂ.୩୫/୨୪) ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri