Posted inଜାତୀୟ

ନିର୍ବାଚନ ପୂର୍ବରୁ କଂଗ୍ରେସର ‘ହାତ’ ଛାଡିଲେ ଭାରତର ସବୁଠୁ ଧନୀ ମହିଳା

ନୂଆଦିଲ୍ଲୀ,୨୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି। ନିକଟରେ ତାଙ୍କ ପୁଅ ନବୀନ ଜିନ୍ଦଲ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ସାବିତ୍ରୀ ଜିନ୍ଦଲ ମଧ୍ୟ ଭାଜପାରେ ଯୋଗଦେଇ ପାରିବେ ବୋଲି କଳ୍ପନାଜଳ୍ପନା କରାଯାଉଛି। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ।
ସାବିତ୍ରୀ ଜିନ୍ଦଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ଜଣେ ବିଧାୟକ ଭାବରେ ୧୦ ବର୍ଷ ଧରି ହିସାରର ପ୍ରତିନିଧିତ୍ୱ କରିଆସୁଛି ଏବଂ ମନ୍ତ୍ରୀ ଭାବରେ ହରିୟାଣା ରାଜ୍ୟକୁ ନିଃସ୍ବାର୍ଥପର ଭାବରେ ସେବା କରିଆସୁଛି। ହିସାରର ଲୋକମାନେ ମୋର ପରିବାର ଏବଂ ମୋ ପରିବାରର ପରାମର୍ଶ କ୍ରମେ ମୁଁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ସମର୍ଥନ ପାଇଁ ମୋର ସମସ୍ତ ସହକର୍ମୀଙ୍କୁ ମୁଁ ସର୍ବଦା କୃତଜ୍ଞତା ଜଣାଉଛି।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଦେଶର ସବୁଠାରୁ ଧନୀ ମହିଳା। ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପରି ଧନୀ ବ୍ୟକ୍ତିଙ୍କ ସହ ସେ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମଧ୍ୟ ସ୍ଥାନ ପାଇଛନ୍ତି। ଦୁନିଆର ଧନୀ ତାଲିକାରେ ସେ ୫୬ ନମ୍ବରରେ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୩୦ ବିଲିୟନ ଡଲାର ଅର୍ଥାତ୍‌ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା। ସାବିତ୍ରୀ ଜିନ୍ଦଲ ଓପି ଜିନ୍ଦଲ ଗ୍ରୁପର ଚେୟାରମ୍ୟାନ ଅଟନ୍ତି।
ସାବିତ୍ରୀ ଜିନ୍ଦଲ ୧୦ ବର୍ଷ ଧରି ହିସାର ନିର୍ବାଚନମଣ୍ଡଳୀରୁ ବିଧାୟକ ରହିଛନ୍ତି। ସେ ହରିୟାଣା ସରକାରରେ ମଧ୍ୟ ମନ୍ତ୍ରୀ ରହିଛନ୍ତି। ୨୦୦୫ରେ ଏକ ବିମାନ ଦୁର୍ଘଟଣାରେ ତାଙ୍କ ସ୍ବାମୀ ତଥା ଜିନ୍ଦଲ ଗ୍ରୁପ ପ୍ରତିଷ୍ଠାତା ଓପି ଜିନ୍ଦଲଙ୍କ ମୃତ୍ୟୁପରେ ସାବିତ୍ରୀ ହିସାରରୁ ହରିୟାଣା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ୨୦୦୯ରେ ସେ ପୁଣି ଥରେ ଏହି ଆସନରୁ ଜିତିଥିଲେ। ଏହି ଅବଧି ମଧ୍ୟରେ ତାଙ୍କୁ ୨୦୧୩ ପର୍ଯ୍ୟନ୍ତ ହରିୟାଣା ସରକାରରେ ମନ୍ତ୍ରୀ ପଦ ଦିଆଯାଇଥିଲା। ତେବେ ୨୦୧୪ ହରିୟାଣା ବିଧାନସଭା ନିର୍ବାଚନରେ ସେ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?