‘ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ମରିଯିବ’

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷା ପ୍ରତ୍ୟାହାର ପ୍ରସଙ୍ଗରେ ଓଡ଼ିଶାରେ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ନେଇ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ କଥା ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।
ଏହି ପ୍ରସଙ୍ଗରେ ପ୍ରଦିପ୍ତ ନାୟକ ବୁଧବାର ଟୁଇଟରରେ ଲେଖିଛନ୍ତି ଯେ, ଝାଡ଼ଖଣ୍ଡ ସରକାର ଏବେ ଓଡ଼ିଆ ଭାଷାକୁ ସ୍କୁଲ କଲେଜରୁ ଉଚ୍ଛେଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହା ପ୍ରତିଟି ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଖବର। ଏଣିକି ଝାଡ଼ଖଣ୍ଡରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଷଢ଼େଇକଳା, ଖରସୁଆଁ, ସିଂହଭୂମି ଆଦିରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆ ପିଲା ସ୍କୁଲ କଲେଜରେ ଓଡ଼ିଆ ଭାଷା ପଢ଼ିପାରିବେ ନାହିଁ। ସେଠାରେ ରହୁଥିବା ଓଡ଼ିଆମାନଙ୍କୁ ସେମାନଙ୍କର ମୂଳ ସଂସ୍କୃତିରୁ ବିଚ୍ଛିନ୍ନ କରିବା ପାଇଁ ଝାଡ଼ଖଣ୍ଡ ସରକାରଙ୍କର ଏହା ଏକ କୁଯୋଜନା। ଏହି ନିଷ୍ପତ୍ତି ଲାଗୁ ହେଲେ ଆଉ କିଛି ବର୍ଷ ପରେ ସେଠାରେ ଓଡ଼ିଆ କହିବା ଓ ଲେଖିବା ଲୋକ ମିଳିବେନି। ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ମରିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମାର୍ଚ୍ଚ ୨ରୁ ନାମାଙ୍କନ ଦାଖଲ, ୨୪ରେ ଭୋଟ୍‌

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ପୌର ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନ...

ଜେଲ ଗଲେ ଢାବା ମ୍ୟାନେଜର: ମହିଳାଙ୍କୁ ବଳାତ୍କାର ଘଟଣା

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଢାବାରେ ଜଣେ ମହିଳା କର୍ମଚାରୀଙ୍କୁ ବଳାତ୍କାର ଅଭିଯୋଗରେ ଉକ୍ତ ଢାବାର ମ୍ୟାନେଜର ସୁକାନ୍ତ ନାୟକଙ୍କୁ ପୋଲିସ...

ଯୁକ୍ତ୨ ନାମଲେଖା ଆରମ୍ଭ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗରେ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କରେ...

‘ଜଳସାଥୀ’ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ୫୯୩ଟଙ୍କା ଜଳକର

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଏଣିକି ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା। ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ବୈଷୟିକ ତାଲିମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର...

ପୂରଣ ହେବ ଖାଲିପଡ଼ିଥିବା ୧୦ ହଜାର ଶିକ୍ଷକ ପଦ

ଭୁବନେଶ୍ୱର ଅଫିସ,୭।୭: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲି ପଡ଼ିଥିବା ୧୦ ହଜାର ଶିକ୍ଷକ ପଦ ପୂରଣ ହେବ ।...

ଫେଲ୍‌ ମାରିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ଧାନ ପ୍ରସଙ୍ଗ ଆଲୋଚନା ହେଉ। ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବାକୁ ସରକାର ପ୍ରତିଶ୍ରୁତି ଦିଅନ୍ତୁ। ତା’ ପରେ ବିଧାନସଭା ଚାଲିବ। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ...

ଅନ୍‌ଲାଇନ୍‌ରେ ହେବ ପ୍ରେକ୍ଷାଳୟ ବୁକିଂ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ପ୍ରେକ୍ଷାଳୟ ଏବଂ ମଣ୍ଡପଗୁଡ଼ିକୁ ଏଣିକି ଘରେ ବସି ଅନ୍‌ଲାଇନ୍‌ରେ ବୁକିଂ କରିହେବ।...

ରାଜ୍ୟରେ ଦୈନିକ ନିର୍ଯାତନାର ଶିକାର ହେଉଛନ୍ତି ୨୮% ବୟୋଜ୍ୟେଷ୍ଠ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବୟସ ବଢ଼ିଲେ ଅଲୋଡ଼ା ହୋଇପଡ଼ୁଛନ୍ତି ବୟୋଜ୍ୟେଷ୍ଠ। ନା ପିଲାମାନେ ପଚାରୁଛନ୍ତି, ନା ସମାଜ ସେମାନଙ୍କୁ ଆଦର୍ଶ ନାଗରିକଭାବେ ଗ୍ରହଣ କରୁଛି। ତେଣୁ ପ୍ରତି...

Advertisement
Archives

Model This Week