ଆଇକୋଲଡ୍‌ କଂଗ୍ରେସ ସମ୍ମିଳନୀରେ ଯୋଗଦେଲେ ଓଡ଼ିଆ ଯନ୍ତ୍ରୀ: ରାଜ୍ୟ ପାଇଁ ଆଣିଲେ ଗୌରବ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ)-ଚୀନର ଚେଙ୍ଗୁଡୁ ସହରରେ ଗତ ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ୨୮ତମ ଇଣ୍ଟରନ୍ୟାଶନାଲ କମିଶନ ଅନ୍‌ ଲାର୍ଜ ଡେମ(ଆଇକୋଲଡ) କଂଗ୍ରେସର ୯୩ ତମ ବାର୍ଷିକ ଅଧିବେଶନ ଅନଷ୍ଠିତ ହୋଇଥିଲା। ଏଥିରେ common challenges, shared future, better’ dam ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଶ୍ୱର ୮୫ଟି ଦେଶରୁ ୨ ହଜାରରୁ ଉଦ୍ଧର୍‌ବ ଯନ୍ତ୍ରୀ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

ସେଥିରେ ଭାରତରୁ ୫ଜଣ ଇଞ୍ଜିନିୟର ଯୋଗ ଦେଇଥିଲେ। ସେଥିମଧ୍ୟରୁ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ପ୍ଲାନିଂ ଓ ଡିଜାଇନ) ତଥା ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତିଲିସିଙ୍ଗି ଗ୍ରାମର ଇଂ. ଲିଙ୍ଗରାଜ ଗୌଡ ଯୋଗଦେଇଥିଲେ। ସେ ପ୍ରଥମ ଓଡ଼ିଆ ଭାବେ ଆଇକୋଲଡ କଂଗ୍ରେସର ସଦସ୍ୟ ହେବା ସହ ଚୀନ ସମ୍ମିଳନୀରେ ଯୋଗଦେଇ ଅଞ୍ଚଳ ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ସମ୍ମିଳନୀରୁ ଭୁବନେଶ୍ୱର ଫେରିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ସର୍ବୋଚ୍ଚ ଯନ୍ତ୍ରୀ ଲିଙ୍ଗରାଜ ସମ୍ମିଳନୀରେ ଯୋଗଦେଇ ହୀରାକୁଦ ଜଳଭଣ୍ଡାର ତଳ ମୁଣ୍ଡର ବନ୍ୟା ନିୟନ୍ତ୍ରଣ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଯାହାକି ଉଚ୍ଚ ପ୍ରଶଂସିତ ହୋଇପାରିଛି।

ଦିନକୁ ଦିନ ଜନ ସଂଖ୍ୟା ବୃଦ୍ଧି ପାଉଛି। ଅନ୍ୟପକ୍ଷେ ଜଳବାୟୁ ପରିବର୍ତ୍ତନ ହେଉଛି। ଲୋକଙ୍କ ପାଇଁ ପିଇବା ପାଣି, ଚାଷ କାର୍ଯ୍ୟ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ମଧୂର ଜଳର ଆବଶ୍ୟକ ପଡୁଛି। କିନ୍ତୁ ମଧୂର ଜଳ ସ୍ଥର କମିବାରେ ଲାଗୁଛି। ଯାହାକି ଚିନ୍ତା ଜନକ ବିଷୟ। ତେଣୁ ଜଳଭଣ୍ଡାର ମାଧ୍ୟମରେ ଜଳ ସଂରକ୍ଷଣ କିଭଳି ହେବ, ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ବିଶ୍ୱର ତାପମାତ୍ରାକୁ ହ୍ରାସ କରିବା ପାଇଁ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ, ସୋଲାର ପ୍ରକଳ୍ପ ମାଧ୍ୟମରେ ବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି, ପବନ ବାୟୁ ଶକ୍ତି ପ୍ରକଳ୍ପ ନିର୍ମାଣ କରି ଶକ୍ତି ଉତ୍ପାଦନ କରିବା ଉପରେ ବୈଠକର ଜୋର୍‌ ଦିଆଯାଇଥିଲା।

ଏଥିସହ ଜଳଭଣ୍ଡାର ମାଧ୍ୟମରେ ଲୋକଙ୍କ ଆର୍ଥିକ ମାନଦଣ୍ଡରେ କିଭଳି ଉନ୍ନତି ଆସିବ, ବନ୍ୟା ନିୟନ୍ତ୍ରଣ, ଜଳବାୟୁ ପରିବର୍ତ୍ତନକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଜଳବାୟୁ ପରିବର୍ତ୍ତନରକୁ ପ୍ରଭାବକୁ ରୋକିବା ପାଇଁ ନୂତନ ଜଳଭଣ୍ଡାର ମାଧ୍ୟମରେ ଜଳ ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଛି ବୋଲି ଗୌଡ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ,୧୯୨୮ରେ ଇଣ୍ଟରନ୍ୟାଶନାଲ କମିଶନ ଅନ୍‌ ଲାର୍ଜ ଡେମ ଗଠନ ହୋଇଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ପ୍ୟାରିସରେ ଅଛି। ଏଥିରେ ବର୍ତ୍ତମାନ ୧୦୬ଟି ଦେଶର ୧୦ ହଜାରରୁ ଊଦ୍ଦର୍‌ବ ଯନ୍ତ୍ରୀ ସଭ୍ୟାସଭ୍ୟ ଅଛନ୍ତି। ସେଥିରେ ଗୌଡ ପ୍ରଥମ ଓଡ଼ିଆ ଯନ୍ତ୍ରୀ ଭାବେ ସଦସ୍ୟ ହୋଇଛନ୍ତି। ଏହି ସଂଗଠନ ଡେମ ନକ୍ସା, ନିର୍ମାଣ, ରକ୍ଷଣାବେକ୍ଷଣ, ପରିଚାଳନା ସମ୍ବନ୍ଧୀୟ ନିର୍ଦ୍ଦେଶନାମା standards and guidelines(ଷ୍ଟାଣ୍ଡରଡ୍ସ ଓ ଗାଇଡ୍‌ଲାଇନ୍ସ ସମଗ୍ର ବିଶ୍ବ ପାଇଁ ପ୍ରସ୍ତୁତ କରିଥାଏ)। ଏହି ଅବସରରେ ଗୌଡ଼ ବିଶ୍ୱର ୩୧୫ ମିଟର ଉଚ୍ଚତା ବିଶିଷ୍ଟ
ଡେମ ସୁଆଙ୍ଗଜିଆଙ୍କକୋ ସମେତ ଅନ୍ୟାନ୍ୟ ଡେମ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri