ପ୍ରେମିକାଙ୍କ ମୃତ୍ୟୁପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ: କହୁକହୁ କହିଦେଲେ …

ଭୁବନେଶ୍ୱର,୨୫।୬: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। । ସୋସିଆଲ ମିଡିଆରେ ଭିଡିଓ ଜାରିକରି ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଧୀରେଧୀରେ ସବୁ ସତ ସାମ୍ନାକୁ ଆସିବ ।

ମୁଁ ସୋଲମୀଙ୍କୁ କେବେ ନିର୍ଯାତନା ଦେଇନାହିଁ । ସେ ମୋ ବିଷୟରେ ସବୁ କଥା ଜାଣିଥିଲେ । ସବୁ ସତ ଧୀରେ ଧୀରେ ସାମନାକୁ ଆସିଯିବ ।

ଲବ ଆହୁରି କହିଛନ୍ତି,”ମୋ ଜୀବନରେ ଏମିତି ଦିନ ଆସିବ କି ଏପରି ଭିଡିଓ କରିବାକୁ ପଡ଼ିବ ବୋଲି ମୁଁ କେବେ ଭା ବିନ ଥିଲି । ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛି। ମୁଁ ସୋଲମୀଙ୍କୁ କେବେ ନିର୍ଯାତନା ଦେଇନାହିଁ । ମୁଁ ଏମିତି କିଛି କରିନି ଯେଉଁଥିପାଇଁ କାହାର ଜୀବନ ଚାଲିଯିବ । ମୁଁ ଏତେ ବି ଖରାପ ନୁହେଁ ।“

ସୂଚନାଯୋଗ୍ୟ, ଲବଙ୍କ ବାନ୍ଧବୀ ସୋଲମୀ ମୁର୍ମୁ ଜଣେ ବାଇକ ରାଇଡର । ତାଙ୍କ ଘର ବିହାରରେ ହୋଇଥିବାବେଳେ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ହେଲେ ଗତ ମେ ମାସରେ ସେ ଆତ୍ମହତ୍ୟା କରିଥିଲେ ସୋଲମୀ । ଯେଉଁଥିପାଇଁ ଲବଙ୍କୁ ଦାୟି କରି ଥାନାରେ ଅଭିଯୋଗ କରିଥିଲେ ପରିବାରଲୋକେ । ଏହାପରେ ଲବ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ଥିବା କଥା ସାମନାକୁ ଆସିଥିଲା । ଏନେଇ ମାସେରଊର୍ଦ୍ଧ୍ୱ ସମୟ ଧରି ବିବାଦ ଲାଗି ରହିଥିବାବେଳେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଲବ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ପୁଣି ଦିଆଗଲା ବଳଦ ଦଣ୍ଡ, ଗୋଟିଏ ବଂଶରେ ବାହାହେଲେ ବୋଲି…

ଭୁବନେଶ୍ୱର,୧୩ା୭: ରାୟଗଡ଼ା ଜିଲାର ଲକ୍ଷ୍ମୀପୁର ବ୍ଲକର ନାରାୟଣପାଟଣା ଅଞ୍ଚଳର ପେଦା ଇଟିଗି ଗାଁରେ ପୁଣି ଏକ କଙ୍ଗାରୁ କୋର୍ଟ ଘଟଣା ସାମ୍ନାକୁ ଆସିଛି। ଗାଁ ଦାଣ୍ଡରେ...

ପୁଣି ଆସୁଛି ଯୋଡ଼ା ଲଘୁଚାପ: ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩ା୭: ବଙ୍ଗୋପସାଗରରେ ପୁଣି ଏକ ଯୋଡ଼ା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଆଗାମୀ ୨୪ ଘଣ୍ଟା...

ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା ମମତାଙ୍କ ପାର୍ଟି

ବାଲେଶ୍ୱର,୧୩ା୭: ବାଲେଶ୍ୱର ଜିଲାର ଫକୀର ମୋହନ (ସ୍ୱୟଂଶାସିତ) କଲେଜରେ ଏକ ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଛାତ୍ରୀ ଶନିବାର ନିଜ ଉପରେ କିରୋସିନ ଢାଳି ନିଆଁ...

ସବୁଠି FM ତାତି: ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ବିଜେଡି

ଭୁବନେଶ୍ୱର,୧୩ା୭: ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଛି ଘେରିଛି ଛାତ୍ର ଓ ଯୁବ ବିଜେଡି। ବାଲେଶ୍ବର ଫକୀର ମୋହନ(FM) କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ଏହି...

ସରକାରଙ୍କୁ ପିସିସି ସଭାପତିଙ୍କ କଡ଼ା ଟାର୍ଗେଟ୍‌, କହିଲେ ଛାତ୍ରୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଯାଇ…

ଭୁବନେଶ୍ୱର,୧୩ା୭: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ସରକାରଙ୍କୁ ପିସିସି ସଭାପତି ଭକ୍ତ ଦାସ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,...

ଭୟଙ୍କର ଦୁର୍ଘଟଣା: ୧୦ ଫୁଟ ଉପରକୁ ଉଡ଼ି JCB ଉପରେ ଝୁଲିଲା କାର

ମୟୂରଭଞ୍ଜ: ୧୩।୭: ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୧୦ ଫୁଟ ଉପରକୁ ଉଡିଲା କାର। ଯାଇଁ ସିଧା ଲାଗିଲା ଜେଶିବିରେ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ...

FM College Case: ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୧୩।୭: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରୁ ଫେରିବା ପରେ ସେ...

ମୁମ୍ବାଇରୁ ଆସି ଟ୍ବିଟ୍‌ କଲେ ନବୀନ, କହିଦେଲେ ଏତେ ବଡ଼କଥା

ଭୁବନେଶ୍ବର,୧୩।୭: ବାଲେଶ୍ବରର ଏଫଏମ କଲେଜ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ଏମ୍ସରେ ଛାତ୍ରୀଜଣକ ଜୀବନମରଣ ନେଇ ଗତି କରୁଥିବାବେଳେ ମନ୍ତ୍ରୀମାନେ ସେଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri