Posted inଖେଳ

ପୃଥ୍ବୀଙ୍କଠାରୁ ଋତୁରାଜଙ୍କ ଯାଏ… ଅଧାରେ ରହିପାରେ ଏହି ଖେଳାଳିଙ୍କ ଦିନିକିଆ ବିଶ୍ୱକପ୍‌ ଖେଳିବା ସ୍ବପ୍ନ

ନୂଆଦିଲ୍ଲୀ,୩।୧: ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩ର ପ୍ରସ୍ତୁତିରେ ବ୍ୟସ୍ତ ଅଛି ବିସିସିଆଇ। ଏହି ଟୁର୍ନାମେଣ୍ଟ ଲାଗି ବୋର୍ଡ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କରିଛି। ବିଧିବଦ୍ଧ ଭାବେ ବୋର୍ଡ ସେମାନଙ୍କ ନାମ ଜାରି କରି ନ ଥିଲେ ହେଁ ଆଗାମୀ ଦିନରେ ଏହାକୁ ନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ତେବେ ବୋର୍ଡ ମାତ୍ର ୨୦ ଖେଳାଳିଙ୍କୁ ଶଟ୍‌ଲିଷ୍ଟ କରିବାର ନିଷ୍ପତ୍ତି ନେଇଥିବାରୁ କିଛି ତାରକା କ୍ରିକେଟର ନିରାଶ ହୋଇପାରନ୍ତି। ଏହାର ଅର୍ଥ ସେମାନଙ୍କର ବିଶ୍ୱକପ୍‌ ଖେଳିବା ସ୍ବପ୍ନ ଅଧାରେ ରହିପାରେ। ଆସନ୍ତୁ ଜାଣିବା ଏଭଳି ୫ ଖେଳାଳିଙ୍କ ବିଷୟରେ:-

-ପୃଥ୍ବୀ ଶ’-ଭାରତୀୟ ଟିମ୍‌ ପାଖରେ ଦିନିକିଆ କ୍ରିକେଟରେ ଓପନିଂ ଲାଗି ଅନେକ ବିକଳ୍ପ ରହିଛି। ପୃଥ୍ବୀ ଏହି ବିକଳ୍ପରେ ସାମିଲ ଅଛନ୍ତି। ହେଲେ ଏବେ ସେ ଦଳରେ ସ୍ଥାନ ପାଇବା ଦୌଡ଼ରେ ପଛରେ ରହିଛନ୍ତି। ଶିଖର ଧାଓ୍ବନ, ଇଶାନ କିଷନ, ଶୁଭମନ ଗିଲ, ଅଧିନାୟକ ରୋହିତ ଶର୍ମାଙ୍କ ଭଳି ଖେଳାଳି ରହିଥିବା ବେଳେ ପୃଥ୍ବୀଙ୍କୁ ସୁଯୋଗ ମିଳିବା ସହଜ ନୁହେଁ ବୋଲି କୁହାଯାଉଛି।

-ଋତୁରାଜ ଗାଏକଓ୍ବାଡ:-ଏହି ଓପନର ଅନ୍ତର୍ଜାତୀୟସ୍ତରରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିନାହାନ୍ତି। ସେ ଏଯାବତ ୯ ମୁକାବିଲା ଖେଳି ମାତ୍ର ୧୩୫ ରନ୍‌ କରିଛନ୍ତି। ମୋଟାମୋଟି ଭାବେ କହିଲେ ତାଙ୍କୁ ଚୟନକର୍ତ୍ତା ଦଳରେ ସାମିଲ କରିବା ବିଷୟରେ ଚିନ୍ତା କରି ନ ପାରନ୍ତି ବୋଲି କୁହାଯାଉଛି।

-ଦୀପକ ହୁଡ୍ଡା:- ବ୍ୟଟିଂ ଅଲରାଉଣ୍ଡର ଦୀପକଙ୍କୁ ସୁଯୋଗ ମିଳିବା ସହଜ ନୁହେଁ। ହେଲେ ଯଦି କୌଣସି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଏ ନଚେତ କେହି ଆହତ ହୁଅନ୍ତି ତେବେ ତାଙ୍କୁ ଖେଳାଯାଇପାରେ ବୋଲି କୁହାଯାଉଛି। ଦୀପକ ଏଯାବତ ୧୦ ଦିନିକିଆରେ ୧୫୩ ରନ୍‌ ସହ ୩ ଉଇକେଟ ନେଇଛନ୍ତି।

-ଦୀପକ ଚାହର:-ଦ୍ରୁତ ବୋଲର ଦୀପକ ବର୍ତ୍ତମାନ ସମୟରେ ଖେଳରୁ ଅଧିକ ଆହତ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଟି୨୦ ବିଶ୍ୱକପ୍‌ ୨୦୨୨ରେ ତାଙ୍କୁ ଷ୍ଟାଣ୍ଡ ବାଇରେ ରଖାଯାଇଥିଲା। ହେଲେ ଆହତ ହେବା କାରଣରୁ ସେ ବାହାର ହୋଇଥିଲେ। ଏହାପରଠାରୁ ପିଠି ସମସ୍ୟାକୁ ନେଇ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିପାରିନାହାନ୍ତି। ଜସପ୍ରିତ ବୁମ୍‌ରା, ଶାମି, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ଏବଂ ଉପମାନ ମଲିକ ଥିବା ବେଳେ ଦୀପକଙ୍କୁ ସୁଯୋଗ ମିଳିବା ଏକ ପ୍ରକାର ଅସମ୍ଭବ ବୋଲି କୁହାଯାଉଛି।

-ପ୍ରସିଦ୍ଧ କ୍ରିଷ୍ଣା:- ୨୬ ବର୍ଷୀୟ ଏହି ଦ୍ରୁତ ବୋଲର ଭାରତ ପାଇଁ ୧୪ ଦିନିକିଆ ମ୍ୟାଚ୍‌ ଖେଳି ୨୫ ଉଇକେଟ ନେଇଛନ୍ତି। ଏହି ପ୍ରଦର୍ଶନ ଦେଖିଲେ ତାଙ୍କୁ ଦଳରେ ସୁଯୋଗ ମିଳିବାର ଯୋଗ୍ୟ ବୋଲି କହିପାରିବେ। ହେଲେ ସେ ମଧ୍ୟ ଆହତ ହୋଇଥିବା କାରଣରୁ ଚୟନକର୍ତ୍ତା ତାଙ୍କ ସ୍ଥାନରେ ଅର୍ଶଦୀପ ଏବଂ ଉମରାନଙ୍କ ଭଳି ଫିଟ୍‌ ଖେଳାଳିଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?