‘ଓଡିସିଏଲ୍‌ ୟୁନିଟ୍‌ ବିକ୍ରି କରା ନ ଯାଉ’

ଭୁବନେଶ୍ୱର, ୨୪ା୫(ବ୍ୟୁରୋ):ମହାମାରୀ ସମୟରେ ଓଡ଼ିଶାରେ ଥିବା ଏକମାତ୍ର ଔଷଧ ବିନିର୍ମାଣ ୟୁନିଟ୍‌ ଓଡ଼ିଶା ଡ୍ରଗ୍ସ ଆଣ୍ଡ୍‌ କେମିକାଲ୍ସ ଲିମିଟେଡ୍‌ (ଓଡିସିଏଲ୍‌)କୁ ବିକ୍ରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଉଭୟ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ରହିଥିବା ଏହି କାରଖାନା ଲାଭଦାୟୀ ହୋଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ କେନ୍ଦ୍ର ସରକାର ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯାଉଛନ୍ତି। ଏହି ମୂଲ୍ୟବାନ୍‌ ୟୁନିଟ୍‌କୁ କିପରି ବନ୍ଦ କରା ନ ଯିବ, ସେଥିରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିଠି ଲେଖି ଅନୁରୋଧ କରିଛନ୍ତି।
ଶ୍ରୀକାନ୍ତ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡିସିଏଲ୍‌ ହେଉଛି ଏକ ଲାଭଦାୟକ ୟୁନିଟ୍‌। ଏଥିରେ ରାଜ୍ୟ ସରକାର ଏବଂ ଇପିକଲର ୪୯ ପ୍ରତିଶତ ଅଂଶଧନ ରହିଛି। ଏହାସତ୍ତ୍ୱେ ଏଗୁଡିକ ଓଡିସିଏଲକୁ ବିକ୍ରି କରିବା ନେଇ ସମ୍ମତି ପ୍ରଦାନ କରିବା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି ଶ୍ରୀକାନ୍ତ କହିଛନ୍ତି। ଓଡିସିଏଲ୍‌ ୨୦୧୦-୧୧ରୁ ୨୦୨୦ ଡିସେମ୍ବରରେ ବନ୍ଦ ହେବା ପର୍ଯ୍ୟନ୍ତ ଲାଭ କରିଛି। ଏହାର ବାର୍ଷିକ ଲାଭ ପାଖାପାଖି ୨ କୋଟି ଟଙ୍କା ସହିତ ବାର୍ଷିକ ୧୦୦ କୋଟି ଟଙ୍କା ବେପାର କରିଥାଏ। ବିଗତ ବର୍ଷଗୁଡ଼ିକରେ ଥିବା ବକେୟା ପରିଶୋଧ କରି ଏହି କମ୍ପାନୀ ଋଣମୁକ୍ତ ହୋଇଥିଲା ବୋଲି ସେ କହିଛନ୍ତି। ଏହାସହ ସେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ଉପା-୨ ସରକାରଙ୍କଠାରୁ ଓଡିସିଏଲ୍‌ ୫ କୋଟି ଟଙ୍କାର ଇନ୍‌ଫ୍ୟୁଜନ୍‌ ପାଇଥିଲା। ଯାହାଫଳରେ ଏହା ଏକ ଭାଏବଲ ୟୁନିଟ୍‌ ଭାବେ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିକୃତ ଅତ୍ୟାବଶ୍ୟକ ଔଷଧ ଏହି ୟୁନିଟ୍‌ରେ ଉପତ୍ାଦନ କରାଯାଉଥିଲା। ବାର୍ଷିକ ୨ କୋଟି କ୍ୟାପ୍‌ସୁଲ, ୩ କୋଟି ବଟିକା, ୨୫ ଲକ୍ଷ ଓଆର୍‌ଏସ୍‌, ୨ ଲକ୍ଷ ଲିକ୍ୱିଡ୍‌ ଓରାଲ, ୩୦ ଲକ୍ଷ ଇଞ୍ଜେକ୍‌ଶନ୍‌ ଏଠାରେ ଉପତ୍ାଦନ ହୋଇପାରୁଥିଲା। ଏହି ୟୁନିଟ୍‌ରୁ ଅନ୍ୟ ରାଜ୍ୟକୁ ଉପତ୍ାଦ ବିକ୍ରି ହେଉଥିବାବେଳେ ଓଡ଼ିଶା ସରକାର ଏଠାରୁ କୌଣସି ଗୋଟିଏ ମଧ୍ୟ ଅର୍ଡର କରିନାହାନ୍ତି। ବର୍ତ୍ତମାନ ଏହି ୟୁନିଟ୍‌ର ଜମି ମୂଲ୍ୟ ପାଖାପାଖି ୨୦୦ କୋଟି ଟଙ୍କା ହେବ। ୧୯୭୭ରେ ଜନତା ପାର୍ଟି ସରକାର ପକ୍ଷରୁ ଓଡିସିଏଲ୍‌ ଓଡ଼ିଶାକୁ ଏକ ଉପହାର ଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଅତ୍ୟାବଶ୍ୟକ ଗୁଣାତ୍ମକ ଔଷଧ ଉପତ୍ାଦନ କରି ଓଡ଼ିଶା ଏବଂ ପୂର୍ବାଞ୍ଚଳ ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri