‘ଓଡିସିଏଲ୍‌ ୟୁନିଟ୍‌ ବିକ୍ରି କରା ନ ଯାଉ’

ଭୁବନେଶ୍ୱର, ୨୪ା୫(ବ୍ୟୁରୋ):ମହାମାରୀ ସମୟରେ ଓଡ଼ିଶାରେ ଥିବା ଏକମାତ୍ର ଔଷଧ ବିନିର୍ମାଣ ୟୁନିଟ୍‌ ଓଡ଼ିଶା ଡ୍ରଗ୍ସ ଆଣ୍ଡ୍‌ କେମିକାଲ୍ସ ଲିମିଟେଡ୍‌ (ଓଡିସିଏଲ୍‌)କୁ ବିକ୍ରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଉଭୟ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ରହିଥିବା ଏହି କାରଖାନା ଲାଭଦାୟୀ ହୋଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ କେନ୍ଦ୍ର ସରକାର ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯାଉଛନ୍ତି। ଏହି ମୂଲ୍ୟବାନ୍‌ ୟୁନିଟ୍‌କୁ କିପରି ବନ୍ଦ କରା ନ ଯିବ, ସେଥିରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିଠି ଲେଖି ଅନୁରୋଧ କରିଛନ୍ତି।
ଶ୍ରୀକାନ୍ତ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡିସିଏଲ୍‌ ହେଉଛି ଏକ ଲାଭଦାୟକ ୟୁନିଟ୍‌। ଏଥିରେ ରାଜ୍ୟ ସରକାର ଏବଂ ଇପିକଲର ୪୯ ପ୍ରତିଶତ ଅଂଶଧନ ରହିଛି। ଏହାସତ୍ତ୍ୱେ ଏଗୁଡିକ ଓଡିସିଏଲକୁ ବିକ୍ରି କରିବା ନେଇ ସମ୍ମତି ପ୍ରଦାନ କରିବା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି ଶ୍ରୀକାନ୍ତ କହିଛନ୍ତି। ଓଡିସିଏଲ୍‌ ୨୦୧୦-୧୧ରୁ ୨୦୨୦ ଡିସେମ୍ବରରେ ବନ୍ଦ ହେବା ପର୍ଯ୍ୟନ୍ତ ଲାଭ କରିଛି। ଏହାର ବାର୍ଷିକ ଲାଭ ପାଖାପାଖି ୨ କୋଟି ଟଙ୍କା ସହିତ ବାର୍ଷିକ ୧୦୦ କୋଟି ଟଙ୍କା ବେପାର କରିଥାଏ। ବିଗତ ବର୍ଷଗୁଡ଼ିକରେ ଥିବା ବକେୟା ପରିଶୋଧ କରି ଏହି କମ୍ପାନୀ ଋଣମୁକ୍ତ ହୋଇଥିଲା ବୋଲି ସେ କହିଛନ୍ତି। ଏହାସହ ସେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ଉପା-୨ ସରକାରଙ୍କଠାରୁ ଓଡିସିଏଲ୍‌ ୫ କୋଟି ଟଙ୍କାର ଇନ୍‌ଫ୍ୟୁଜନ୍‌ ପାଇଥିଲା। ଯାହାଫଳରେ ଏହା ଏକ ଭାଏବଲ ୟୁନିଟ୍‌ ଭାବେ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିକୃତ ଅତ୍ୟାବଶ୍ୟକ ଔଷଧ ଏହି ୟୁନିଟ୍‌ରେ ଉପତ୍ାଦନ କରାଯାଉଥିଲା। ବାର୍ଷିକ ୨ କୋଟି କ୍ୟାପ୍‌ସୁଲ, ୩ କୋଟି ବଟିକା, ୨୫ ଲକ୍ଷ ଓଆର୍‌ଏସ୍‌, ୨ ଲକ୍ଷ ଲିକ୍ୱିଡ୍‌ ଓରାଲ, ୩୦ ଲକ୍ଷ ଇଞ୍ଜେକ୍‌ଶନ୍‌ ଏଠାରେ ଉପତ୍ାଦନ ହୋଇପାରୁଥିଲା। ଏହି ୟୁନିଟ୍‌ରୁ ଅନ୍ୟ ରାଜ୍ୟକୁ ଉପତ୍ାଦ ବିକ୍ରି ହେଉଥିବାବେଳେ ଓଡ଼ିଶା ସରକାର ଏଠାରୁ କୌଣସି ଗୋଟିଏ ମଧ୍ୟ ଅର୍ଡର କରିନାହାନ୍ତି। ବର୍ତ୍ତମାନ ଏହି ୟୁନିଟ୍‌ର ଜମି ମୂଲ୍ୟ ପାଖାପାଖି ୨୦୦ କୋଟି ଟଙ୍କା ହେବ। ୧୯୭୭ରେ ଜନତା ପାର୍ଟି ସରକାର ପକ୍ଷରୁ ଓଡିସିଏଲ୍‌ ଓଡ଼ିଶାକୁ ଏକ ଉପହାର ଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଅତ୍ୟାବଶ୍ୟକ ଗୁଣାତ୍ମକ ଔଷଧ ଉପତ୍ାଦନ କରି ଓଡ଼ିଶା ଏବଂ ପୂର୍ବାଞ୍ଚଳ ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବଢ଼ିଲା ବିବାଦ, ସମସ୍ୟା କରିବ ୧୭(ଏ)

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏବେ କାମଚଳା ଡିଜିପିଙ୍କୁ ନେଇ ପୋଲିସବାହିନୀ କାର୍ଯ୍ୟ ଚଳାଇଛି । ଗତ ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆଙ୍କ…

ସାବଧାନ! ଆଜିଠୁ ବଦଳିଲା ୭ ବଡ଼ ନିୟମ: କ’ଣ ମହଙ୍ଗା, କ’ଣ ହେଲା ଶସ୍ତା, ଜାଣନ୍ତୁ…

ନୂଆଦିଲ୍ଲୀ, ୧।୯: ସେପ୍ଟେମ୍ବର ୧ ତାରିଖରୁ କେବଳ କ୍ୟାଲେଣ୍ଡରର ପୃଷ୍ଠା ବଦଳିନାହିଁ, ବରଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ସହ ଜଡ଼ିତ ଅନେକ ନିୟମ ଓ ଦରରେ…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

ମୋଦି ବିଦେଶରୁ ଜାରି କରିଛନ୍ତି ନୂଆ ଭିଡ଼ିଓ, ସୁନା କ୍ରୟ ସହ ବିଦେଶ ଯାତ୍ରା ଉପରେ ଦେଲେ ବଡ଼ ପରାମର୍ଶ

ବିଶକେକ/ନୂଆଦିଲ୍ଲୀ,୧।୯: ପ୍ରଧାନମନ୍ତ୍ରୀ ମୋଦି ବିଦେଶରୁ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଦେଶର ଅଭିବୃଦ୍ଧି ହାର ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ…

ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ

ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍‌ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…

ଜୋରଦାର ଚର୍ଚ୍ଚା, ଆଜି ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ

ଭୁବନେଶ୍ବର,୧।୯(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଅପରାହ୍ଣ ୩ଟା ୩୦ରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି…

ପତ୍ନୀଙ୍କ ନାମ ନେବାରୁ ରାଗିଲେ ଆମେରିକାର ଉପରାଷ୍ଟ୍ରପତି ଭାନ୍ସ, ହେଲେ କାହିଁକି? ଜାଣନ୍ତୁ…

ଓ୍ବାଶିଂଟନ,୧।୯: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମିଶିଗନର ଡେମୋକ୍ରାଟିକ ସିନେଟ ପ୍ରାର୍ଥୀ ଅବଦୁଲ ଏଲ-ସାୟଦଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସୋମବାର ଏକ ପ୍ରଚାର ରାଲିରେ ଭାଷଣ ଦେଇ…

ଘରେ ପଶି ସାତ ବର୍ଷର ନାବାଳିକାଙ୍କୁ ବଳାତ୍କାର; ଚିତ୍କାର ଶୁଣି ଭାଇ ଆସିବା ପରେ….

ଦେବଗଡ଼,୧।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri