ଅକ୍ଟୋବରରେ ଚମକିବ ଏହି ୫ ରାଶିର ଭାଗ୍ୟ: ଆକସ୍ମିକ ଧନଲାଭର ଯୋଗ, ମାନ ସମ୍ମାନ ସାଙ୍ଗକୁ ପ୍ରେମ ଜୀବନରେ… 

ଅକ୍ଟୋବର ମାସ ଅନେକ ରାଶିର ଜାତକଧାରୀଙ୍କ ପାଇଁ ଲାଭକାରୀ। ଏହି ମାସ ଆରମ୍ଭ ଶାରଦୀୟ ନବରାତ୍ରର ଅଷ୍ଟମୀ ତିଥିରୁ ହେଉଛି। ମାସରେ ଦୀପାବଳିଠାରୁ ଛଠ ପର୍ବ ପାଳନ କରାଯିବ। ଏହାଛଡ଼ା ଗ୍ରହ ନକ୍ଷତ୍ରର ସ୍ଥିତି ବିଷୟରେ କହିଲେ, ଏହି ମାସରେ ସୂର୍ଯ୍ୟ, ମଙ୍ଗଳ, ବୁଧ, ଶୁକ୍ର ଆଦି ରାଶି ପରିବର୍ତ୍ତନ କରିବେ, ଯାହାର ପ୍ରଭାବ ୧୨ ରାଶିର ଜୀବନରେ ଅବଶ୍ୟ ପଡ଼ୁଥିବା ଦେଖିବାକୁ ମିଳିବ। ଗ୍ରହର ସ୍ଥିତି ପରିବର୍ତ୍ତନ ହେବା କାରଣରୁ ମହାଲକ୍ଷ୍ମୀ, ଗଜକେଶରୀ, ବୁଧାଦିତ୍ୟ, ନବପଞ୍ଚମ, ବିପରୀତ, ମାଲବ୍ୟ ଭଳି ରାଜଯୋଗ୍ୟ ନିର୍ମାଣ ହେଉଛି।
ଜ୍ୟୋତିଷଶାସ୍ତ୍ର ଅନୁସାରେ ଅକ୍ଟୋବର ୩ରେ ବୁଧ ତୁଳା ରାଶିରେ ପ୍ରବେଶ କରିବେ। ଅକ୍ଟୋବର ୨୪ରେ ବିଛା ରାଶିକୁ ଯିବେ।  ଏହି ଗ୍ରହର ସ୍ଥିତିର ପ୍ରଭାବ ଅନେକ ରାଶି ଉପରେ ବିଶେଷ ଲାଭକାରୀ ହୋଇପାରେ। ଏହି ସମୟରେ ଶନି ମୀନ ରାଶିରେ ବକ୍ରି ହୋଇ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ରହିବେ। ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସର ମାସିକ ରାଶିଫଳ…
ମେଷ ରାଶିର ମାସିକ ରାଶିଫଳ: ଅକ୍ଟୋବର ଆପଣଙ୍କ ଉର୍ଜା ଏବଂ ଆତ୍ମବିଶ୍ୱାସର ମାସ। କର୍ମକ୍ଷେତ୍ରରେ ନୂଆ ପରିସ୍ଥିତି ସୃଷ୍ଟି ହେବ। ହେଲେ ଆପଣ ସେସବୁକୁ ସାହସର ସହ ପୂରଣ କରିବେ। ବ୍ୟବସାୟୀମାନଙ୍କୁ ନୂଆ ଡିଲ୍‌ ମିଳିବ। ଆର୍ଥିକ ସ୍ଥିତି ମଜଭୂତ ହେବ। ହେଲେ ଖର୍ଚ୍ଚ ମଧ୍ୟ ବଢ଼ିବ। ପରିବାରରେ ପାରିପାଶ୍ୱିକ ସହଯୋଗ ବଢ଼ିବ। ପ୍ରେମ ଜୀବନ ମଧୁର ହେବ। ସ୍ବାସ୍ଥ୍ୟକୁ ନେଇ ନିୟମିତ ଜୀବନଚର୍ଯ୍ୟା ପ୍ରତି ଧ୍ୟାନ ଦିଅନ୍ତୁ।
ବୃଷ ରାଶି: ଏହି ମାସରେ ସ୍ଥିରତା ଏବଂ ସନ୍ତୁଳନ ରହିବ। କ୍ୟାରିୟରରେ ନିଜର ପ୍ରୟାସକୁ ପ୍ରଶଂସା କରିବ। ଅଟକି ଥିବା କାମ ପୂରଣ ହେବ। ଧନଲାଭର ସମ୍ଭାବନା ରହିଛି। ହେଲେ ବଡ଼ ନିବେଶ ପୂର୍ବରୁ ବୁଝି ବିଚାରି ପଦକ୍ଷେପ ନିଅନ୍ତୁ। ପରିବାରଲୋକ ସ୍ଥିତି ବଜାୟ ରହିବେ। ଦାମ୍ପତ୍ୟ ଜୀବନରେ କିଛି ଅସୁବିଧା ଉପୁଜିପାରେ, ହେଲେ ପାରସ୍ପରିକ କଥାବାର୍ତ୍ତା ଦ୍ୱାରା ନିଷ୍କର୍ସ ବାହାରିବେ। ସ୍ବାସ୍ଥ୍ୟରେ ସୁଧାର ହେବ।
ମିଥୁନ ରାଶି: ଅକ୍ଟୋବର ଆପଣଙ୍କ ପାଇଁ ଅବସର ଏବଂ ନୂଆ ସମ୍ପର୍କ କରିବାର ସମୟ। କର୍ମକ୍ଷେତ୍ରରେ ନୂଆ ଲୋକ ମିଳିବେ ଯିଏ ଭବିଷ୍ୟତରେ ସହଯୋଗୀ ସାବ୍ୟସ୍ତ ହେବେ। ଆର୍ଥିକ ଦୃଷ୍ଟିରୁ ମାସର ଦ୍ୱିତୀୟ ଭାଗରେ ଲାଭ ମିଳିବ। ପରିବାରରେ ଖୁସିର ବାତାବରଣ ରହିବ। ଜୀବନରେ ପ୍ରେମ ସ୍ଥାପନ ହେବ। ସ୍ବାସ୍ଥ୍ୟକୁ ନେଇ ସତର୍କତା ଜରୁରୀ ଅଟେ। ବିଶେଷକରି ଗଳା ଏବଂ ଶ୍ୱାସ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି।
କର୍କଟ ରାଶି: ଏହି ମାସ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ। ପରିଶ୍ରମର ଫଳ ଧିରେ ଧିରେ ମିଳିବ। ଆର୍ଥିକ ସ୍ଥିତି ସନ୍ତୁଳିତ ରହିବ। ହେଲେ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ପରିବାରରେ ବଡ଼ ଲୋକଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ତାଳମେଳ ଭଲ ରହିବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ। ସ୍ବାସ୍ଥ୍ୟ ସାମାନ୍ୟ ରହିବ।
ସିଂହ ରାଶିର ରାଶିଫଳ: ଅକ୍ଟୋବର ମାସ ପ୍ରଗତି ଏବଂ ସଫଳତାର ସମୟ। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଚେଷ୍ଠାକୁ ପ୍ରଶଂସା କରାଯିବ। ପଦୋନ୍ନତି ନଚେତ ସମ୍ମାନର ସମ୍ଭାବନା ରହିଛି। ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ। ପରିବାରରେ ଉତ୍ସବ କିମ୍ବା ଯାତ୍ରାର ଯୋଜନା ହୋଇପାରେ। ପ୍ରେମ ଜୀବନ ଖୁସିମୟ ରହିବ। ସ୍ବାସ୍ଥ୍ୟ ଉତ୍ତମ ରହିବ।
କନ୍ୟା ରାଶି: ଏହି ମାସ ଆପଣଙ୍କ ପାଇଁ ପରିଶ୍ରମ ଏବଂ ଦାୟିତ୍ୱପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ଆପଣଙ୍କ କୌଶଳକୁ ପ୍ରଶଂସା କରାଯିବ। ହେଲେ ଚାପ ରହିବ। ଆର୍ଥିକ ସ୍ଥିତି ସୁଧାର ହେବ। ପରିବାରରେ ଉତ୍‌୍‌ଥାନ ପତନ ହୋଇପାରେ। ହେଲେ ପରସ୍ପରର ସହଯୋରେ ସବୁ ସମାଧାନ ହେବ। ଜୀବନସାଥୀଙ୍କ ଭଲପାଇବା ମିଳିବ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଜରୁରୀ।
ତୁଳା ରାଶିର ମାସିକ ରାଶିଫଳ:
ଅକ୍ଟୋବର ଆପଣଙ୍କ ପାଇଁ ସନ୍ତୁଳନ ଏବଂ ବିକାଶର ମାସ। କ୍ୟାରିୟରକୁ ନୂଆ ଦିଗ ମିଳିବ। ପାଟର୍ନରଶିପ ପାଇଁ ଭଲ ସମୟ। ଆର୍ଥିକ ଦୃଷ୍ଟିରୁ ଧନର ଆୟ ବଢ଼ିବ। ପରିବାରରେ ମଧୁରତା ରହିବ। ପ୍ରେମ ଜୀବନରେ ଗଭୀରତା ଆସିବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ। ସ୍ବାସ୍ଥ୍ୟ ଭଲ ରହିବ।
ବିଛା ମାସିକ ରାଶିଫଳ:
ପ୍ରତି ମାସରେ ପରିବର୍ତ୍ତନ ଏବଂ ଅବସର ନେଇ ଆସିବ। କର୍ମକ୍ଷେତ୍ରରେ ନୂଆ ପରିସ୍ଥିତି ମିଳିବ ଯାହାକୁ ଆପଣ ସଫଳତାପୂର୍ବକ ସମ୍ଭାଳିବେ। ଆର୍ଥିକ ସ୍ଥିତି ସୁଧାର ରହିବ। ଅଚାନକ ଧନଲାଭ ହୋଇପାରେ। ପରିବାରରେ ପରସ୍ପାରିକ ମିଳାମିଶା ବଢ଼ିବ। ପ୍ରେମ ଜୀବନରେ ଉତ୍ଥାନ ପତନ ଆସିପାରେ। ସ୍ବାସ୍ଥ୍ୟ ପ୍ରତି ସାବଧାନ ରହିବେ।
ଧନୁ ରାଶିର ମାସିକ ରାଶିଫଳ:
ଅକ୍ଟୋବର ଆପଣଙ୍କ ପାଇଁ ଯାତ୍ରା ଏବଂ ନୂଆ ଅନୁଭବର ସମୟ। କ୍ୟାରିୟରରେ ଉତ୍‌ଥାନର ଯୋଗ। ବ୍ୟବସାୟରେ ବିଦେଶରେ ଲାଭ ମିଳିବ। ଆର୍ଥିକ ସ୍ଥିତି ମଜଭୂତ ରହିବ। ପରିବାର ସୁଖଶାନ୍ତି ବଜାୟ ରହିବ। ପ୍ରେମ ଜୀବନ ରୋମାଞ୍ଚକର ରହିବ। ବିଦ୍ୟାର୍ଥୀଙ୍କୁ ଭଲ ପରିଣାମ ରହିବ। ସ୍ବାସ୍ଥ୍ୟ ଭଲ ରହିବ।
ମକର ରାଶିର ମାସିକ ରାଶିଫଳ:
ଏହି ମାସରେ ଆପଣଙ୍କ ଯୋଜନା କାର୍ଯ୍ୟକାରୀ କରିବାର ସମୟ। କର୍ମକ୍ଷେତ୍ରରେ ଆପଣଙ୍କ ନିର୍ଣ୍ଣୟ ମହତ୍ୱପୂର୍ଣ୍ଣ। ଧନ ମାମଲାରେ ମାସର ପ୍ରଥମ ଭାଗରେ ଲାଭ ମିଳିବ। ପରିବାରରେ ଖୁସି ଏବଂ ମିଳାମିଶା ବଢ଼ିବ। ଦାମ୍ପତ୍ୟ ଜୀବନରେ ସହଯୋଗ ମିଳିବ। ସ୍ବାସ୍ଥ୍ୟ ସାମାନ୍ୟ ରହିବ ହେଲେ ଥକାପଣରୁ ରକ୍ଷା ପାଆନ୍ତୁ।
କୁମ୍ଭ ରାଶିର ମାସିକ ରାଶିଫଳ:
ଅକ୍ଟୋବର ଆପଣଙ୍କ ପାଇଁ ବିଚାର ଏବଂ ରଚନାତ୍ମକର ମାସ। କର୍ମକ୍ଷେତ୍ରରେ ଆପଣଙ୍କ ଯୋଜନା ସଫଳ ହେବ। ବ୍ୟବସାୟୀଙ୍କୁ ନୂଆ ଅବସର ମିଳିବ। ଆର୍ଥିକ ସ୍ଥିତି ମଜଭୂତ ହେବ। ପରିବାରରେ ସୌହାର୍ଦ୍ଦର ମାହୋଲ ରହିବ। ପ୍ରେମ ଜୀବନରେ ନୂଆପଣ ଆସିବ। ସ୍ବାସ୍ଥ୍ୟ ଭଲ ରହିବ। ହେଲେ ନିଦ ପୂରଣ କରିବା ଜରୁରୀ।
ମୀନ ରାଶିର ମାସିକ ରାଶିଫଳ:
ଏହି ମାସରେ ଆପଣଙ୍କ ଲାଗି ଆତ୍ମବିଶ୍ୱାସ ଏବଂ ସନ୍ତୁଳନ ଆଣିବ। କ୍ୟାରିୟରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୂତ ରହିବ। ପରିବାରରେ ସହଯୋଗ ଏବଂ ସମ୍ମାନ ମିଳିବ। ପ୍ରେମ ଜୀବନ ରୋମାନ୍ସ ବଢ଼ିବ। ବିଦ୍ୟାର୍ଥୀଙ୍କ ପାଇଁ ସମ୍ମାନ ଭଲ ରହିବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଭୋଜନ ଏବଂ ଯୋଗ ଉପରେ ଧ୍ୟାନ ଦିଅନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?