Posted inଖେଳ

ଓସିଏ ଟି୨୦ କ୍ରିକେଟ ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି କିଟ୍‌ ଗ୍ରାଉଣ୍ଡରେ ଏବଂ ସମ୍ପାଦକ ସଞ୍ଜୟ ବେହେରା ବାରବାଟୀ ଷ୍ଟାଡିୟମରେ ଲିଗ୍‌ର ଉଦ୍‌ଘାଟନ କରିଛନ୍ତି। କିଟ୍‌ ଗ୍ରାଉଣ୍ଡରେ ଏହାର କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅକ୍ଷୟ କୁମାର ସାମନ୍ତ ବିଡ଼ାନାସୀ ଗ୍ରାଉଣ୍ଡ, ଯୁଗ୍ମ ସମ୍ପାଦକ ମେହେତାବ ଖାଁ ନିମପୁର ଗ୍ରାଉଣ୍ଡ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ସେଞ୍ଚୁରିଅନ ଗ୍ରାଉଣ୍ଡ, ଆପେକ୍ସ କାଉନ୍ସିଲ ସଦସ୍ୟ ସୁବାଶିଷ ସେନାପତି ରେଭେନ୍ସା ଗ୍ରାଉଣ୍ଡ, ରଶ୍ମିତା ମହାନ୍ତି ଟାଉନ୍‌ କ୍ଲବ ପଡ଼ିଆ, ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା ବିକାଶ ଗ୍ରାଉଣ୍ଡ ଏବଂ ଡ୍ରିମ୍ସ ଚେୟାରମ୍ୟାନ ପ୍ରମୋଦ ଚନ୍ଦ୍ର ରଥ ଅତିଥିଭାବେ ଯୋଗଦେଇ ଡ୍ରିମ୍ସ କଲେଜ ଗ୍ରାଉଣ୍ଡରେ ପ୍ରତିଯୋଗିତାକୁ ଆରମ୍ଭ କରିଛନ୍ତି। ପ୍ରଥମ ଦିବସରେ ମୋଟ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ କଟକ-ଏ, ରାଉରକେଲା, ନୟାଗଡ଼, ଯାଜପୁର, ସୋନପୁର, ମୟୂରଭଞ୍ଜ, ଭୁବନେଶ୍ୱର-ଏ, ଭୁବନେଶ୍ୱର-ବି, ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ, ଇକୋର୍ସା, କଟକ-ବି, ଗଞ୍ଜାମ, ଢେଙ୍କାନାଳ, କୋରାପୁଟ ଓ ନବରଙ୍ଗପୁର ଦଳ ବିଜୟ ହାସଲ କରିଛନ୍ତି। ଡ୍ରିମ୍ସରେ ବାଲେଶ୍ୱର ବିପକ୍ଷରେ ଯାଜପୁର ଏବଂ ଟାଉନ୍‌ କ୍ଲବ ପଡ଼ିଆରେ ନୂଆପଡ଼ା ବିପକ୍ଷରେ କନ୍ଧମାଳ ୧ ରନରେ ରୋମାଞ୍ଚକ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦୁଝରକୁ ୮ ଉଇକେଟରେ କଟକ-ଏ, ଜଗତ୍‌ସିଂହପୁରକୁ ନୟାଗଡ଼ ୮୩ ରନରେ, ପୁରୀକୁ ଭୁବନେଶ୍ୱର-ଏ ୮ ଉଇକେଟରେ, ଝାରସୁଗୁଡ଼ାକୁ ଭୁବନେଶ୍ୱର-ବି ୮ ଉଇକେଟରେ, ବୌଦ୍ଧକୁ ୮୧ ରନରେ ସୁନ୍ଦରଗଡ଼, ଖୋର୍ଦ୍ଧାକୁ ୯୭ ରନରେ ଇକୋର୍ସା, ରାୟଗଡ଼ାକୁ ଖୋର୍ଦ୍ଧା ୧୦ ଉଇକେଟରେ ଏବଂ ଦେବଗଡ଼କୁ ୧୦ ଉଇକେଟରେ ନବରଙ୍ଗପୁର ହରାଇ ବୃହତ୍‌ ବିଜୟ ହାସଲ କରିଛି। ବ୍ୟକ୍ତିଗତ ପ୍ରଦର୍ଶନ ଦୃଷ୍ଟିରୁ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ଗୋବିନ୍ଦ ପୋଦ୍ଦାର ୯୫ ଓ କେନ୍ଦୁଝରର ଶୁଭ୍ରାଂଶୁ ସେନାପତି ୭୮ ରନ କରି ଟପ୍‌ ସ୍କୋରର ରହିଥିବାବେଳେ ବୋଲରଙ୍କ ମଧ୍ୟରେ ମୟୂରଭଞ୍ଜର ଦିବ୍ୟରଞ୍ଜନ ସାହୁ, କନ୍ଧମାଳର ରଶ୍ମିରଞ୍ଜନ ସାହୁ ୫ ଉଇକେଟ ସଫଳତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri