Posted inଖେଳ

ପ୍ରଥମ ଟେଷ୍ଟ: ପନ୍ତ୍‌ ନା ଶାହା

ନୂଆଦିଲ୍ଲୀ, ୧୫ା୧୨ (ପି.ଟି.)-ଆଡିଲେଡ୍‌ ଓଭାଲଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବା/ରାତ୍ର ଟେଷ୍ଟ ଗୁରୁବାରଠାରୁ ଖେଳାଯିବ। ଏଥିପାଇଁ ଚୂଡ଼ାନ୍ତ ଭାରତୀୟ ଏକାଦଶରେ ରିଷଭ ପନ୍ତ୍‌ ଓ ରିଦ୍ଧିମାନ ଶାହାଙ୍କ ମଧ୍ୟରୁ କାହାରିକୁ ନିଆଗଲେ ଭଲ ହେବ ସେଥିପାଇଁ ଟିମ୍‌ ମ୍ୟାନେଜମେଣ୍ଟ ମଧ୍ୟରେ ବିଚାର ଆଲୋଚନା ଚାଲିଛି। ସମ୍ଭବତଃ ଉଇକେଟ କିପିଂରେ ତୁଳନାତ୍ମକ ଭାବେ ଅଧିକ ଦକ୍ଷ ଯୋଗୁ ଚୂଡ଼ାନ୍ତ ଭାରତୀୟ ଏକାଦଶରେ ୨୩ ବର୍ଷୀୟ ପନ୍ତଙ୍କ ଅପେକ୍ଷା ୩୬ ବର୍ଷୀୟ ଅଭିଜ୍ଞ ସାହାଙ୍କୁ ଅଗ୍ରାଧିକାର ଦିଆଯାଇପାରେ। ତେବେ କୌଣସି ନିଷ୍ପତ୍ତି ନେବାପୂର୍ବରୁ କୋଚ୍‌ ରବି ଶାସ୍ତ୍ରୀ, ସହକାରୀ କୋଚ୍‌ ବିକ୍ରମ ରାଠୋର, ଭରତ ଅରୁଣ ଏବଂ ଟ୍ରାଭେଲିଂ ସିଲେକ୍ଟର ହରବିନ୍ଦର ସିଂ ମ୍ୟାଚ ବିଭିନ୍ନ ପରିସ୍ଥିତିରେ ଉଭୟ ସାହା ଓ ପନ୍ତଙ୍କ ପ୍ରଦର୍ଶନକୁ ବିଚାର କରି ଦେଖିବେ। ଅଷ୍ଟ୍ରେଲିଆ ଏ’ ବିପକ୍ଷ ପ୍ରଥମ ଟୁର୍‌ ମ୍ୟାଚ ବେଳେ ଭାରତ ୧୪୩/୯ ସ୍କୋରରେ ସଙ୍କଟରେ ପଡ଼ିଥିବାବେଳେ ସାହା ୫୫ ରନ ସ୍କୋର କରିଥିଲେ। ତାଙ୍କ ପରାମର୍ଶରେ ଯୁବ ଖେଳାଳି କାର୍ତ୍ତିକ ତ୍ୟାଗୀ କ୍ରିଜ୍‌ରେ ଧୈର୍ଯ୍ୟର ସହ ମହଜୁଦ ରହିଥିଲେ। ଉଭୟେ ଭାରତକୁ ପରାଜୟରୁ ବଞ୍ଚାଇ ଦେଇଥିଲେ। ସାହାଙ୍କୁ ସେତେବେଳେ ଜେମ୍ସ ପ୍ୟାଟିନସନ, ମାଇକେଲ ନେସେର ଏବଂ କାମେରନ ଗ୍ରୀନ୍‌ଙ୍କ ଭଳି ଦକ୍ଷ ବୋଲରଙ୍କୁ ସାମ୍ନା କରିବାକୁ ପଡ଼ିଥିଲା। ସେ ତୁଳନାରେ ପରେ ପିଙ୍କବଲ୍‌ ଡ୍ରେସ୍‌ ରିହରସାଲ ଯେତେବେଳେ ବ୍ୟାଟିଂ କରିବାକୁ ଆସିଥିଲେ ସେତେବେଳ ଲେଗ୍‌ ସ୍ପିନର ମିଚେଲ ସ୍ବେପସନ ଏବଂ ପାର୍ଟଟାଇମ୍‌ ବୋଲର ନିକ୍‌ ମାଡିନସନ ବୋଲିଂ କରୁଥିଲେ। ପନ୍ତ ଯୋଗ ଦେବାପୂର୍ବରୁ ଶୁବମନ ଗିଲ୍‌, ମୟଙ୍କ ଅଗ୍ରଓ୍ବାଲ ଏବଂ ହନୁମା ବିହାରୀ ଚମତ୍କାର ବ୍ୟାଟିଂ କରି ଦଳର ସ୍ଥିତିକୁ ମଜଭୁତ କରିସାରିଥିଲେ। ଦେଶ ତରଫରୁ ୩୭ଟେଷ୍ଟ ଖେଳି ସାରିଥିବା ସାହା ୧୨୩୮ରନ ସଂଗ୍ରହ କରିସାରିଥିବାବେଳେ ତାଙ୍କର ଆଭରେଜ ୩୦ରୁ ଅଧିକ ରହିଛି। ସେ ତିନୋଟି ଶତକ ମଧ୍ୟ ହାସଲ କରିଛନ୍ତି। ସେ ଉଇକେଟ ପଛରେ ଥାଇ୧୦୩ଜଣଙ୍କୁ ଆଉଟ କରିଛନ୍ତି। ତନ୍ମଧ୍ୟରେ ୯୨ କ୍ୟାଚ୍‌ ଓ ୧୧ ଷ୍ଟମ୍ପ୍ସ ରହିଛି। ଶାହାଙ୍କୁ ଯଦି ପ୍ରଥମ ଟେଷ୍ଟରେ ଖେଳାଯାଏ ଆଉ ପନ୍ତଙ୍କ ସମ୍ଭାବନା ନାହିଁ ବୋଲି କହିହେବ ନାହିଁ। ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପକ୍କା କରିବାକୁ ହେଲେ ବେଙ୍ଗଲ ଷ୍ଟମ୍ପରଙ୍କୁ ପ୍ରଥମ ଟେଷ୍ଟରେ ଉଭୟ କିପିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri