Posted inଖେଳ

ପ୍ରଥମ ଟେଷ୍ଟ: ପନ୍ତ୍‌ ନା ଶାହା

ନୂଆଦିଲ୍ଲୀ, ୧୫ା୧୨ (ପି.ଟି.)-ଆଡିଲେଡ୍‌ ଓଭାଲଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବା/ରାତ୍ର ଟେଷ୍ଟ ଗୁରୁବାରଠାରୁ ଖେଳାଯିବ। ଏଥିପାଇଁ ଚୂଡ଼ାନ୍ତ ଭାରତୀୟ ଏକାଦଶରେ ରିଷଭ ପନ୍ତ୍‌ ଓ ରିଦ୍ଧିମାନ ଶାହାଙ୍କ ମଧ୍ୟରୁ କାହାରିକୁ ନିଆଗଲେ ଭଲ ହେବ ସେଥିପାଇଁ ଟିମ୍‌ ମ୍ୟାନେଜମେଣ୍ଟ ମଧ୍ୟରେ ବିଚାର ଆଲୋଚନା ଚାଲିଛି। ସମ୍ଭବତଃ ଉଇକେଟ କିପିଂରେ ତୁଳନାତ୍ମକ ଭାବେ ଅଧିକ ଦକ୍ଷ ଯୋଗୁ ଚୂଡ଼ାନ୍ତ ଭାରତୀୟ ଏକାଦଶରେ ୨୩ ବର୍ଷୀୟ ପନ୍ତଙ୍କ ଅପେକ୍ଷା ୩୬ ବର୍ଷୀୟ ଅଭିଜ୍ଞ ସାହାଙ୍କୁ ଅଗ୍ରାଧିକାର ଦିଆଯାଇପାରେ। ତେବେ କୌଣସି ନିଷ୍ପତ୍ତି ନେବାପୂର୍ବରୁ କୋଚ୍‌ ରବି ଶାସ୍ତ୍ରୀ, ସହକାରୀ କୋଚ୍‌ ବିକ୍ରମ ରାଠୋର, ଭରତ ଅରୁଣ ଏବଂ ଟ୍ରାଭେଲିଂ ସିଲେକ୍ଟର ହରବିନ୍ଦର ସିଂ ମ୍ୟାଚ ବିଭିନ୍ନ ପରିସ୍ଥିତିରେ ଉଭୟ ସାହା ଓ ପନ୍ତଙ୍କ ପ୍ରଦର୍ଶନକୁ ବିଚାର କରି ଦେଖିବେ। ଅଷ୍ଟ୍ରେଲିଆ ଏ’ ବିପକ୍ଷ ପ୍ରଥମ ଟୁର୍‌ ମ୍ୟାଚ ବେଳେ ଭାରତ ୧୪୩/୯ ସ୍କୋରରେ ସଙ୍କଟରେ ପଡ଼ିଥିବାବେଳେ ସାହା ୫୫ ରନ ସ୍କୋର କରିଥିଲେ। ତାଙ୍କ ପରାମର୍ଶରେ ଯୁବ ଖେଳାଳି କାର୍ତ୍ତିକ ତ୍ୟାଗୀ କ୍ରିଜ୍‌ରେ ଧୈର୍ଯ୍ୟର ସହ ମହଜୁଦ ରହିଥିଲେ। ଉଭୟେ ଭାରତକୁ ପରାଜୟରୁ ବଞ୍ଚାଇ ଦେଇଥିଲେ। ସାହାଙ୍କୁ ସେତେବେଳେ ଜେମ୍ସ ପ୍ୟାଟିନସନ, ମାଇକେଲ ନେସେର ଏବଂ କାମେରନ ଗ୍ରୀନ୍‌ଙ୍କ ଭଳି ଦକ୍ଷ ବୋଲରଙ୍କୁ ସାମ୍ନା କରିବାକୁ ପଡ଼ିଥିଲା। ସେ ତୁଳନାରେ ପରେ ପିଙ୍କବଲ୍‌ ଡ୍ରେସ୍‌ ରିହରସାଲ ଯେତେବେଳେ ବ୍ୟାଟିଂ କରିବାକୁ ଆସିଥିଲେ ସେତେବେଳ ଲେଗ୍‌ ସ୍ପିନର ମିଚେଲ ସ୍ବେପସନ ଏବଂ ପାର୍ଟଟାଇମ୍‌ ବୋଲର ନିକ୍‌ ମାଡିନସନ ବୋଲିଂ କରୁଥିଲେ। ପନ୍ତ ଯୋଗ ଦେବାପୂର୍ବରୁ ଶୁବମନ ଗିଲ୍‌, ମୟଙ୍କ ଅଗ୍ରଓ୍ବାଲ ଏବଂ ହନୁମା ବିହାରୀ ଚମତ୍କାର ବ୍ୟାଟିଂ କରି ଦଳର ସ୍ଥିତିକୁ ମଜଭୁତ କରିସାରିଥିଲେ। ଦେଶ ତରଫରୁ ୩୭ଟେଷ୍ଟ ଖେଳି ସାରିଥିବା ସାହା ୧୨୩୮ରନ ସଂଗ୍ରହ କରିସାରିଥିବାବେଳେ ତାଙ୍କର ଆଭରେଜ ୩୦ରୁ ଅଧିକ ରହିଛି। ସେ ତିନୋଟି ଶତକ ମଧ୍ୟ ହାସଲ କରିଛନ୍ତି। ସେ ଉଇକେଟ ପଛରେ ଥାଇ୧୦୩ଜଣଙ୍କୁ ଆଉଟ କରିଛନ୍ତି। ତନ୍ମଧ୍ୟରେ ୯୨ କ୍ୟାଚ୍‌ ଓ ୧୧ ଷ୍ଟମ୍ପ୍ସ ରହିଛି। ଶାହାଙ୍କୁ ଯଦି ପ୍ରଥମ ଟେଷ୍ଟରେ ଖେଳାଯାଏ ଆଉ ପନ୍ତଙ୍କ ସମ୍ଭାବନା ନାହିଁ ବୋଲି କହିହେବ ନାହିଁ। ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପକ୍କା କରିବାକୁ ହେଲେ ବେଙ୍ଗଲ ଷ୍ଟମ୍ପରଙ୍କୁ ପ୍ରଥମ ଟେଷ୍ଟରେ ଉଭୟ କିପିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri