Posted inଖେଳ

ଟି୨୦ ବିଶ୍ୱକପ୍‌ ୨୦୨୨ ଯୋଗ୍ୟତା:୧୫ ସ୍ଥାନ ପାଇଁ ୮୬ ଦଳ, ଖେଳାଯିବ ୨୨୫ ମ୍ୟାଚ

ଦୁବାଇ, ୧୫ା୧୨ (ପି.ଟି.)-ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ୨୦୨୨ର ୧୫ଟି ସ୍ଥାନ ପାଇଁ ଲଢେଇ କରିବେ ୮୬ଟି ଟିମ୍‌। ୧୩ ମାସ ଧରି ଖେଳାଯିବ ୨୨୫ ମ୍ୟାଚ। ଏହା ଆସନ୍ତାବର୍ଷ ଏପ୍ରିଲରେ ଆରମ୍ଭ ହେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ସୋମବାର ଘୋଷଣା କରାଯାଇଛି। ୪ ପାଦ ବିଶିଷ୍ଟ କ୍ୱାଲିଫାଇଂ ପ୍ରକ୍ରିୟା ଜରିଆରେ ୧୫ଟି ସ୍ଥାନ ନିରୂପିତ ହେବ। କୋଭିଡ୍‌-୧୯ ମହାମାରୀ ଯୋଗୁ ୫ଟି ଅଞ୍ଚଳରେ ୧୧ଟି ରିଜିଓନାଲ କ୍ୱାଲିଫିକେଶନ ଟୁର୍ନାମେଣ୍ଟ ୨୦୨୧ରେ ଅନୁଷ୍ଠିତ ହେବ। ପୁରୁଷ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା ପାଇଁ ପ୍ରଥମ ଥର ହଙ୍ଗେରୀ, ରୋମାନିଆ ଓ ସର୍ବିୟା ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଫିନ୍‌ଲାଣ୍ଡ ପ୍ରଥମଥର ଏକ ଆଇସିସି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଜାପାନ ମଧ୍ୟ ପ୍ରଥମ ଥର ଏକ ପୁରୁଷ ଟି୨୦ ବିଶ୍ୱକପ୍‌ କ୍ୱାଲିଫାୟର ଆୟୋଜନ କରିବ। ଆଞ୍ଚଳିକ ସ୍ତରରେ ୬୭ ସହଯୋଗୀ ସଦସ୍ୟ ଅଂଶଗ୍ରହଣ କରିବେ। ଆଫ୍ରିକା ଓ ୟୁରୋପରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଉଭୟ ଅଞ୍ଚଳରେ ସବ୍‌ ରିଜିଓନାଲ କ୍ୱାଲିଫାୟର୍ସ ହେବ। ତାପରେ ଅଞ୍ଚଳରେ ଏକ ଫାଇନାଲ କ୍ୱାଲିଫାୟର ହେବ। ଆଫ୍ରିକା, ଆମେରିକା, ଇଏପି (ଇଷ୍ଟ ଏସିଆ ଓ ପ୍ୟାସିଫିକ୍‌) ଓ ୟୁରୋପରେ ଗୋଟିଏ ଲେଖାଏଁ ଟପ୍‌ ଟିଅର ରିଜିଓନାଲ କ୍ୱାଲିଫାୟର ଏବଂ ଏସିଆରେ ଏ’ ଓ ବି’ରୁ ଦୁଇଟି ୮ଦଳ ବିଶିଷ୍ଟ ଗ୍ଲୋବାଲ କ୍ୱାଲିଫାୟର୍ସକୁ ଉନ୍ନୀତ ହେବେ। ଗ୍ଲୋବାଲ କ୍ୱାଲିଫାୟର୍ସରେ ଉପଲବ୍ଧ ୧୬ଟି ସ୍ଥାନ ଉପଲବ୍ଧ। ଆଫ୍ରିକା ଓ ଇଏପି କ୍ୱାଲିଫାୟରରୁ ଗୋଟିଏ ଲେଖାଏଁ ଟିମ୍‌ ଏଥିରେ ରହିବେ। ସେମାନଙ୍କ ସହ ଆମେରିକା ଓ ୟୁରୋପ କ୍ୱାଲିଫାୟର୍ସରୁ ଦୁଇଟି ଲେଖାଏଁ ଦଳ ଯୋଗଦେବେ। ଟି୨୦ ବିଶ୍ୱକପ୍‌ ୨୦୨୧ ଷ୍ଟାଣ୍ଡିଂ ଶେଷ ୪ଟି ଦଳ ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗକୁ ଭିତ୍ତି କରି ନେପାଳ, ସିଙ୍ଗାପୁର, ୟୁଏଇ ଏବଂ ଜିମ୍ବାଓ୍ବେକୁ ନେଇ ଅବଶିଷ୍ଟ ୮ଟି ସ୍ଥାନ ପୂରଣ ହେବ। ଦୁଇଟି ଗ୍ଲୋବାଲ କ୍ୱାଲିଫାୟର୍ସରୁ ଚାରୋଟି ଦଳ ଏବଂ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ୨୦୨୧ର ୧୧ଟି ଦଳ ଆପେ ୧୬ଟି ଦଳକୁ ନେଇ ହେବାକୁଥିବା ଟି୨୦ ବିଶ୍ୱକପ୍‌ ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଦିନିକିଆ ମ୍ୟାଚ୍‌: ଜାଣନ୍ତୁ କେଉଁଠି, କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ତ୍ରିନିଦାଦ,୧।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଆଜି ଖେଳାଯିବ। ଏପର୍ଯ୍ୟନ୍ତ ଭାରତ ଏବଂ...

ଏହି କ୍ରିକେଟର୍‌ଙ୍କ ଆଗରେ ସର୍ତ୍ତ ରଖିଥିଲେ ଗର୍ଲଫ୍ରେଣ୍ଡ: ଲଗାତାର ୩ ଛକା ମାରିଲେ ବିବାହ କରିବି

ଆଜି ଭାରତର ପୂର୍ବତନ ଅଧିନାୟକ ମନସୁର ଅଲି ଖାନ ପଟୌଦିଙ୍କ ୮୧ ତମ ଜନ୍ମ ବାର୍ଷିକୀ। ଭାରତୀୟ କ୍ରିକେଟ ଇତିହାସରେ ତାଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ...

୨୪୦ ରନ୍‌ର ଟାର୍ଗେଟ ଛିଡ଼ା କଲା ଭାରତ

ଜୋହାନ୍ସବର୍ଗ,୫।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଭାରତୀୟ ଦଳ।...

ଆଇପିଏଲ୍‌ ଇତିହାସରେ ତୃତୀୟଥର ଘଟିଲା ଏମିତି ଘଟଣା

ଆଇପିଏଲ ଇତିହାସରେ ଅନେକ ନିଆରା ଘଟଣା ଘଟିଛି, ଯେତେବେଳେ ବ୍ୟାଟ୍ସମ୍ୟାନ୍‌ ୯୯ ରନରେ ଆଉଟ୍‌ ହୋଇଛନ୍ତି ଏବଂ ମାତ୍ର ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ...

ଦିନିକିଆ ସିରିଜ: ଶ୍ରୀଲଙ୍କାର କ୍ଲିନ୍‌ ସୁଇପ୍‌

କଲମ୍ବୋ,୧।୮- ବାଂଲାଦେଶ ବିପକ୍ଷ ଦିନିକିଆ ସିରଜ୍‌ରେ ଘରୋଇ ଶ୍ରୀଲଙ୍କା କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ଆର. ପ୍ରେମଦାସା ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ...

୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଲେ ଅନ୍ତର୍ଜାତୀୟ ଷ୍ଟାର

ଲାହୋର,୧।୧- ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିସାରିଥିବା ନସିମ ଶାହଙ୍କୁ ୧୯ ବର୍ଷରୁ କମ୍‌ ପାକିସ୍ତାନ ବିଶ୍ୱକପ୍‌ ଦଳରୁ ବାଦ୍‌ ଦିଆଯାଇଛି। ଆସନ୍ତା ୧୭ ତାରିଖରୁ ଦକ୍ଷିଣ...

ପାକିସ୍ତାନକୁ ନେଇ ଚର୍ଚ୍ଚା ବଢ଼ିବା ପରେ କଡ଼ା ଜବାବ ଦେଲେ ଗମ୍ଭୀର: କହିଲେ ‘ଆଇପିଏଲ୍‌ ଯୋଗୁ…’

ନୂଆଦିଲ୍ଲୀ,୧୮।୮: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଟିମ୍‌ ବ୍ୟସ୍ତ ଥିଲେ ହେଁ ଏବେଠାରୁ ବିଶ୍ୱକପ୍‌କୁ ନେଇ ଚର୍ଚ୍ଚା ହେବାରେ ଲାଗିଲାଣି। ଏହା ପଛର କାରଣଟି...

ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ

ଦୋହା, ୧୫।୧୨: ଦୁଇଥର ଲେଖାଏ ଟାଇଟଲ ଜିତିଥିବା ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଚଳିତ ଫିଫା ବିଶ୍ୱକପର ଫାଇନାଲ ଅନୁଷ୍ଠିତ ହେବ। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ...

Advertisement
Archives

Model This Week