Posted inଖେଳ

ପୂଜାରୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର,୧୮।୧୨(ସ୍ପୋଟର୍‌ସ ବ୍ୟୁରୋ): ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଆଥଲେଟିକ ଆସୋସିଏଶନ ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଦସ୍ୟ ହରିନାରାୟଣ ପୂଜାରୀଙ୍କୁ ଏକ ଗୁରୁ ଦାୟିତ୍ୱ ମିଳିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟୁର, ଫିକ୍ସଚର ଓ ଟେକ୍‌ନିକାଲ କମିଟିରେ ତାଙ୍କୁ ସାମିଲ କରାଯାଇଛି। ସେ ଏହି ୫ ଜଣିଆ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏ ନେଇ ଶନିବାର ବିସିସିଆଇ ଘୋଷଣା କରିଛି।
କୋଲକାତାରେ ଚଳିତ ମାସରେ ଅନୁଷ୍ଠିତ ବିସିସିଆଇ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ବିଭିନ୍ନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସିନିୟର ଟୁର୍ନାମେଣ୍ଟ କମିଟି, ଅମ୍ପାୟର୍ସ କମିଟି ସମେତ ବିଭିନ୍ନ କମିଟି ଗଠନ କରାଯାଇଛି। ପୂଜାରୀ ଏହି ଗୁରତ୍ୱପୂର୍ଣ୍ଣ କମିଟିକୁ ମନୋନୀତ ହେବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ପୂଜାରୀ ଏଥିପାଇଁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଓସିଏ ଓ ବିସିସିଆଇର ବିଭିନ୍ନ ପଦାଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଆଗକୁ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଓସିଏ କର୍ମକର୍ତ୍ତାମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କି ଭୁଲ କରିଦେଲେ ସଞ୍ଜୁ…

ନୂଆଦିଲ୍ଲୀ,୯।୮: ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ଲାଗି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଏଥିରେ ପୂର୍ବ ଅଧିନାୟକ ବିରାଟ କୋହଲି...

ଶୁକ୍ରବାର ଘୋଷଣା ହେବ ଏସିଆ କପ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୧୩।୭: ଏସିଆ କପ ୨୦୨୩ର କାର୍ଯ୍ୟସୂଚୀ ଖୁବ୍‌ଶୀଘ୍ର ଜାରି କରାଯିବ। ତେବେ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ବିଶ୍ୱାସ କରାଯାଉଛି। କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚରେ...

ଟୁର୍ନାମେଣ୍ଟ ଖେଳିବିନି ପଛେ କରୋନା ଟିକା ନେବିନି

ନୂଆଦିଲ୍ଲୀ,୧୩।୧୧: ଭାରତୀୟ ଦଳର ପୂର୍ବତନ ଓପନର୍‌ ମୁରଲୀ ବିଜୟ ଆଗାମୀ ସୟଦ ମୁସ୍ତାକ ଅଲି ଟ୍ରଫିରେ ଅଂଶଗ୍ରହଣ କରିବେ ନାହିଁ। ତାମିଲନାଡୁ କ୍ରିକେଟର କୋଭିଡ -୧୯...

ଖେଳାଳି ପଜିଟିଭ୍‌ ପାଇଁ ଇଂଲିଶ କାଉଣ୍ଟି ମ୍ୟାଚ ବାତିଲ

ଲଣ୍ଡନ, ୮ା୯ (ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ଜଣେ ଖେଳାଳି ପଜିଟିଭ୍‌ ହେବାରୁ ଦୁଇ ଇଂଲିଶ କାଉଣ୍ଟି ଦଳ ମଧ୍ୟରେ ଖେଳାଯିବାକୁଥିବା ୪ଦିନିଆ ମ୍ୟାଚ ପ୍ରଥମ ଦିବସରୁ...

ଗୁପ୍‌ଚୁପ୍‌ ପ୍ରସ୍ତୁତ କରୁଛନ୍ତି ଧୋନୀ

ଭାରତକୁ ୨ଟି ବିଶ୍ୱକପ୍‌ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। କ୍ରିକେଟ ଖେଳୁ ନ ଥିଲେ...

କୌଣସି ବି ପରିସ୍ଥିତିରେ ମୁଁ ଦଳକୁ ଜିତାଇବାକୁ ଚାହେଁ: କୋହଲି

ଦୁବାଇ,୨୭।୮: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଏସିଆ କପ୍‌ ମୁକାବିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ହେଲେ...

୧୨.୫ କୋଟିରେ ଶ୍ରେୟସଙ୍କୁ ନେଲା କୋଲକାତା

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ-୧୫ ମେଗା ଅକ୍ସନ ଶନିବାର ଆରମ୍ଭ ହୋଇଯାଇଛି। ଅକ୍ସନର ପ୍ରଥମ ଦିନରେ ନାମୀଦାମୀ ଖେଳାଳିଙ୍କୁ ମୋଟା ଦାମରେ କିଣିଛନ୍ତି...

‘କାହା କ୍ୟାରିୟରକୁ କ୍ଷତି ପହଞ୍ଚାଇବା ମୋ ଉଦ୍ଦେଶ୍ୟ ନୁହେଁ’

ମୁମ୍ବାଇ,୨୨।୨: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ ସାକ୍ଷାତ୍‌କାର...

Advertisement
Archives

Model This Week