Posted inଖେଳ

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ : କଟକ ‘ଏ’, କେନ୍ଦ୍ରାପଡ଼ା, ବାଲେଶ୍ୱରର ବୃହତ୍‌ ବିଜୟ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ମଙ୍ଗଳବାର ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। କଟକ-ଏ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ବୃହତ୍‌ ବିଜୟ ହାସଲ କରିଛନ୍ତି। ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ବିପ୍ଳବ ସାମନ୍ତରାୟ ଅପରାଜିତ ଶତକ ହାସଲ କରିଥିବାବେଳେ କଟକ-ଏ ନୟାଗଡ଼କୁ ୧୭୧ ରନରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା କଟକ-ଏ ବିପ୍ଳବଙ୍କ ଅପରାଜିତ ୧୩୦ ରନ ସହାୟତାରେ ୨୦ ଓଭରରେ ୫ ଉଇକେଟ ହରାଇ ୨୩୮ ରନ କରିଥିବାବେଳେ ନୟାଗଡ଼ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ମାତ୍ର ୬୭ ରନ କରିବାକୁ ସକ୍ଷମ ହୋଇଥିଲା। ବିପ୍ଳବଙ୍କ ବ୍ୟତୀତ ରାଜେଶ ଧୂପର ଦର୍ଶନୀୟ ଇନିଂସ ଖେଳି ୮୫ ରନ ସ୍କୋର କରିଥିଲେ। ସେହିପରି ଟାଉନ୍‌ କ୍ଲବ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ କେନ୍ଦ୍ରାପଡ଼ା ୧୮୬ ରନରେ ଦେବଗଡ଼କୁ ହରାଇ ଦେଇଛି। ଗୌରବ ଚୌଧୁରୀଙ୍କ ଶତକ ସହାୟତାରେ କେନ୍ଦ୍ରାପଡ଼ା ୨୦ ଓଭରରେ ୬ ଉଇକେଟ ହରାଇ ୨୧୭ ରନ କରିଥିଲା। ଗୌରବ ୧୧୭ ରନ ସ୍କୋର କରିଥିଲେ। ଜବାବରେ ଦେବଗଡ଼ ୩୧ ରନକରି ଅଲଆଉଟ ହୋଇଯାଇଥିଲା। କେନ୍ଦ୍ରାପଡ଼ାର ମନୋଜ କାଶ୍ୟପ ମାତ୍ର ୯ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚରେ ବାଲେଶ୍ୱର ୧୨୦ ରନରେ ଗଜପତିକୁ ହରାଇ ଦେଇଛି। ବାଲେଶ୍ୱର ୨୦ ଓଭରରେ ୫ ଉଇକେଟ ହରାଇ ୨୨୫ ରନ କରିଥିବାବେଳେ ଗଜପତି ୨୦ ଓଭରରେ ୩ ଉଇକେଟ ହରାଇ ୧୦୫ ରନ କରିଥିଲା। ବିଜୟୀ ଦଳର ସ୍ପର୍ଶ ସୋମାନି ସର୍ବାଧିକ ୫୬ ରନ କରିଥିଲେ।
ଡ୍ରିମ୍ସରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ରାଉରକେଲା ୮ ଉଇକେଟରେ ଯାଜପୁରକୁ ହରାଇଛି। ସେହିପରି ଟାଉନ୍‌ କ୍ଲବ ପଡ଼ିଆରେ ଅନୁଷ୍ଠିତ ଦିବସର ଦ୍ୱିତୀୟ ମ୍ୟାଚରେ ଖୋର୍ଦ୍ଧା ରୋମାଞ୍ଚକଭାବେ ୫ ରନରେ କୋରାପୁଟକୁ ହରାଇ ଦେଇଛି। କୋରାପୁଟର ଆଦିତ୍ୟ ରାଉତ ଦ୍ରୁତ ୧୪୨ ରନର ଇନିଂସ ଖେଳିଥିଲେ ହେଁ ଦୁର୍ଭାଗ୍ୟଜନକଭାବେ ଦଳକୁ ଜିତାଇ ପାରି ନ ଥିଲେ। ଖୋର୍ଦ୍ଧା ପକ୍ଷରୁ ରଞ୍ଜିତ ପାଇକରାୟ ୮୩ ରନ କରି ଅପରାଜିତ ରହିଥିଲେ। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ମାଲକାନଗିରି ୩ ଉଇକେଟରେ ଜଗତ୍‌ସିଂହପୁରକୁ ପରାସ୍ତ କରିଛି। ବିଜୟୀ ଦଳର ସୁବିର ସର୍ଦ୍ଦାର ସର୍ବାଧିକ ୫୯ ରନ ସ୍କୋର କରିଥିଲେ। ରେଭେନ୍ସା ଗ୍ରାଉଣ୍ଡ ମ୍ୟାଚରେ ଢେଙ୍କାନାଳ ୩୮ ରନରେ ଅନୁଗୋଳକୁ ଏବଂ ଇକୋର୍ସା ୯ ଉଇକେଟରେ ଗଞ୍ଜାମକୁ ହରାଇ ଦେଇଛି। ସେହିପରି କିଟ୍‌ରେ ଅନୁଷ୍ଠିତ ୨ଟି ମ୍ୟାଚରେ ଯଥାକ୍ରମେ ନବରଙ୍ଗପୁର ୯୬ ରନରେ ପାରାଦୀପକୁ ଏବଂ କଳାହାଣ୍ଡି ୬ ଉଇକେଟରେ ରାୟଗଡ଼ାକୁ ପରାସ୍ତ କରିଛି। ନବରଙ୍ଗପୁରର ପୂର୍ଣ୍ଣ ମାଝି ୮୪ ଓ ସୁକେଶ ହୀରା ୬୨ ରନ ସ୍କୋର କରିଥିଲେ। କଳାହାଣ୍ଡିର ଦୀନେଶ ମାଝି ୫୪ ଓ ଉତ୍ସବ ଭୋଇ ୫୧ ରନ କରି ଦଳର ବିଜୟକୁ ସହଜ କରିଥିଲେ।
ନିମପୁର ଗ୍ରାଉଣ୍ଡରେ ଅନୁଷ୍ଠିତ ୨ଟି ମ୍ୟାଚରେ ଭଦ୍ରକ ୮ ଉଇକେଟରେ ମୟୂରଭଞ୍ଜକୁ ଏବଂ କେନ୍ଦୁଝର ୬ ଉଇକେଟରେ ସୋନପୁରକୁ ହରାଇ ଦେଇଛି। କେନ୍ଦୁଝରର ଶୁଭ୍ରାଂଶୁ ସେନାପତି ୫୭ ରନ କରି ଅପରାଜିତ ରହିଥିଲେ। ସେଞ୍ଚୁରିଅନ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର-ବି ସୁପରଓଭରରେ ବରଗଡ଼କୁ ହରାଇଛି। ନିର୍ଦ୍ଧାରିତ ୨୦ ଓଭରରେ ଉଭୟ ଦଳ ୧୨୭ ରନ ସ୍କୋର କରିଥିଲେ। ବରଗଡ଼ର ପ୍ରବୀଣ ଲୁହା ୫୭ ରନ କରି ଅପରାଜିତ ରହିଥିଲେ। ଅନ୍ୟଏକ ମ୍ୟାଚରେ ଭୁବନେଶ୍ୱର-ଏ ୭୧ ରନରେ କିଟ୍‌କୁ ପରାସ୍ତ କରିଛି। ବିଜୟୀ ଦଳର ସନ୍ଦୀପ ପଟ୍ଟନାୟକ ସର୍ବାଧିକ ୬୫ ରନ ସ୍କୋର କରିଥିଲେ। ବିଡ଼ାନାସୀ ପଡ଼ିଆରେ ଆୟୋଜିତ ମ୍ୟାଚରେ ଝାରସୁଗୁଡ଼ା ୭୧ ରନରେ ନୂଆପଡ଼ାକୁ ହରାଇଛି। ନୂଆପଡ଼ାର ଗୌରବ ରାଉତ ୫୫ ରନ କରିଥିଲେ। ଅନ୍ୟଏକ ମ୍ୟାଚରେ ସୁନ୍ଦରଗଡ଼ ୬୬ ରନରେ ପୁରୀକୁ ପରାସ୍ତ କରିଛି। ବିଜୟୀ ଦଳର ସୁନୀଲ ଦୋରା ସର୍ବାଧିକ ୬୧ ରନ କରିଥିଲେ। ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ୨ଟି ମ୍ୟାଚରେ ଯଥାକ୍ରମେ ବଲାଙ୍ଗୀର ୪ ଉଇକେଟରେ କନ୍ଧମାଳକୁ ଏବଂ ସମ୍ବଲପୁର ୧୩ ରନରେ ବୌଦ୍ଧକୁ ହରାଇ ଦେଇଛି। ବଲାଙ୍ଗୀରର ଦେବାଶିଷ ଖଣ୍ଡ ୧୧ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ। ସମ୍ବଲପୁରର ଆୟୁଷ ନାୟକ ସର୍ବାଧିକ ୭୪ ଏବଂ ବୌଦ୍ଧର ବିଭୂତି ମଲିକ ୫୩* ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?