Posted inଖେଳ

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ : କଟକ ‘ଏ’, କେନ୍ଦ୍ରାପଡ଼ା, ବାଲେଶ୍ୱରର ବୃହତ୍‌ ବିଜୟ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ମଙ୍ଗଳବାର ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। କଟକ-ଏ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ବୃହତ୍‌ ବିଜୟ ହାସଲ କରିଛନ୍ତି। ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ବିପ୍ଳବ ସାମନ୍ତରାୟ ଅପରାଜିତ ଶତକ ହାସଲ କରିଥିବାବେଳେ କଟକ-ଏ ନୟାଗଡ଼କୁ ୧୭୧ ରନରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା କଟକ-ଏ ବିପ୍ଳବଙ୍କ ଅପରାଜିତ ୧୩୦ ରନ ସହାୟତାରେ ୨୦ ଓଭରରେ ୫ ଉଇକେଟ ହରାଇ ୨୩୮ ରନ କରିଥିବାବେଳେ ନୟାଗଡ଼ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ମାତ୍ର ୬୭ ରନ କରିବାକୁ ସକ୍ଷମ ହୋଇଥିଲା। ବିପ୍ଳବଙ୍କ ବ୍ୟତୀତ ରାଜେଶ ଧୂପର ଦର୍ଶନୀୟ ଇନିଂସ ଖେଳି ୮୫ ରନ ସ୍କୋର କରିଥିଲେ। ସେହିପରି ଟାଉନ୍‌ କ୍ଲବ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ କେନ୍ଦ୍ରାପଡ଼ା ୧୮୬ ରନରେ ଦେବଗଡ଼କୁ ହରାଇ ଦେଇଛି। ଗୌରବ ଚୌଧୁରୀଙ୍କ ଶତକ ସହାୟତାରେ କେନ୍ଦ୍ରାପଡ଼ା ୨୦ ଓଭରରେ ୬ ଉଇକେଟ ହରାଇ ୨୧୭ ରନ କରିଥିଲା। ଗୌରବ ୧୧୭ ରନ ସ୍କୋର କରିଥିଲେ। ଜବାବରେ ଦେବଗଡ଼ ୩୧ ରନକରି ଅଲଆଉଟ ହୋଇଯାଇଥିଲା। କେନ୍ଦ୍ରାପଡ଼ାର ମନୋଜ କାଶ୍ୟପ ମାତ୍ର ୯ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚରେ ବାଲେଶ୍ୱର ୧୨୦ ରନରେ ଗଜପତିକୁ ହରାଇ ଦେଇଛି। ବାଲେଶ୍ୱର ୨୦ ଓଭରରେ ୫ ଉଇକେଟ ହରାଇ ୨୨୫ ରନ କରିଥିବାବେଳେ ଗଜପତି ୨୦ ଓଭରରେ ୩ ଉଇକେଟ ହରାଇ ୧୦୫ ରନ କରିଥିଲା। ବିଜୟୀ ଦଳର ସ୍ପର୍ଶ ସୋମାନି ସର୍ବାଧିକ ୫୬ ରନ କରିଥିଲେ।
ଡ୍ରିମ୍ସରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ରାଉରକେଲା ୮ ଉଇକେଟରେ ଯାଜପୁରକୁ ହରାଇଛି। ସେହିପରି ଟାଉନ୍‌ କ୍ଲବ ପଡ଼ିଆରେ ଅନୁଷ୍ଠିତ ଦିବସର ଦ୍ୱିତୀୟ ମ୍ୟାଚରେ ଖୋର୍ଦ୍ଧା ରୋମାଞ୍ଚକଭାବେ ୫ ରନରେ କୋରାପୁଟକୁ ହରାଇ ଦେଇଛି। କୋରାପୁଟର ଆଦିତ୍ୟ ରାଉତ ଦ୍ରୁତ ୧୪୨ ରନର ଇନିଂସ ଖେଳିଥିଲେ ହେଁ ଦୁର୍ଭାଗ୍ୟଜନକଭାବେ ଦଳକୁ ଜିତାଇ ପାରି ନ ଥିଲେ। ଖୋର୍ଦ୍ଧା ପକ୍ଷରୁ ରଞ୍ଜିତ ପାଇକରାୟ ୮୩ ରନ କରି ଅପରାଜିତ ରହିଥିଲେ। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ମାଲକାନଗିରି ୩ ଉଇକେଟରେ ଜଗତ୍‌ସିଂହପୁରକୁ ପରାସ୍ତ କରିଛି। ବିଜୟୀ ଦଳର ସୁବିର ସର୍ଦ୍ଦାର ସର୍ବାଧିକ ୫୯ ରନ ସ୍କୋର କରିଥିଲେ। ରେଭେନ୍ସା ଗ୍ରାଉଣ୍ଡ ମ୍ୟାଚରେ ଢେଙ୍କାନାଳ ୩୮ ରନରେ ଅନୁଗୋଳକୁ ଏବଂ ଇକୋର୍ସା ୯ ଉଇକେଟରେ ଗଞ୍ଜାମକୁ ହରାଇ ଦେଇଛି। ସେହିପରି କିଟ୍‌ରେ ଅନୁଷ୍ଠିତ ୨ଟି ମ୍ୟାଚରେ ଯଥାକ୍ରମେ ନବରଙ୍ଗପୁର ୯୬ ରନରେ ପାରାଦୀପକୁ ଏବଂ କଳାହାଣ୍ଡି ୬ ଉଇକେଟରେ ରାୟଗଡ଼ାକୁ ପରାସ୍ତ କରିଛି। ନବରଙ୍ଗପୁରର ପୂର୍ଣ୍ଣ ମାଝି ୮୪ ଓ ସୁକେଶ ହୀରା ୬୨ ରନ ସ୍କୋର କରିଥିଲେ। କଳାହାଣ୍ଡିର ଦୀନେଶ ମାଝି ୫୪ ଓ ଉତ୍ସବ ଭୋଇ ୫୧ ରନ କରି ଦଳର ବିଜୟକୁ ସହଜ କରିଥିଲେ।
ନିମପୁର ଗ୍ରାଉଣ୍ଡରେ ଅନୁଷ୍ଠିତ ୨ଟି ମ୍ୟାଚରେ ଭଦ୍ରକ ୮ ଉଇକେଟରେ ମୟୂରଭଞ୍ଜକୁ ଏବଂ କେନ୍ଦୁଝର ୬ ଉଇକେଟରେ ସୋନପୁରକୁ ହରାଇ ଦେଇଛି। କେନ୍ଦୁଝରର ଶୁଭ୍ରାଂଶୁ ସେନାପତି ୫୭ ରନ କରି ଅପରାଜିତ ରହିଥିଲେ। ସେଞ୍ଚୁରିଅନ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର-ବି ସୁପରଓଭରରେ ବରଗଡ଼କୁ ହରାଇଛି। ନିର୍ଦ୍ଧାରିତ ୨୦ ଓଭରରେ ଉଭୟ ଦଳ ୧୨୭ ରନ ସ୍କୋର କରିଥିଲେ। ବରଗଡ଼ର ପ୍ରବୀଣ ଲୁହା ୫୭ ରନ କରି ଅପରାଜିତ ରହିଥିଲେ। ଅନ୍ୟଏକ ମ୍ୟାଚରେ ଭୁବନେଶ୍ୱର-ଏ ୭୧ ରନରେ କିଟ୍‌କୁ ପରାସ୍ତ କରିଛି। ବିଜୟୀ ଦଳର ସନ୍ଦୀପ ପଟ୍ଟନାୟକ ସର୍ବାଧିକ ୬୫ ରନ ସ୍କୋର କରିଥିଲେ। ବିଡ଼ାନାସୀ ପଡ଼ିଆରେ ଆୟୋଜିତ ମ୍ୟାଚରେ ଝାରସୁଗୁଡ଼ା ୭୧ ରନରେ ନୂଆପଡ଼ାକୁ ହରାଇଛି। ନୂଆପଡ଼ାର ଗୌରବ ରାଉତ ୫୫ ରନ କରିଥିଲେ। ଅନ୍ୟଏକ ମ୍ୟାଚରେ ସୁନ୍ଦରଗଡ଼ ୬୬ ରନରେ ପୁରୀକୁ ପରାସ୍ତ କରିଛି। ବିଜୟୀ ଦଳର ସୁନୀଲ ଦୋରା ସର୍ବାଧିକ ୬୧ ରନ କରିଥିଲେ। ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ୨ଟି ମ୍ୟାଚରେ ଯଥାକ୍ରମେ ବଲାଙ୍ଗୀର ୪ ଉଇକେଟରେ କନ୍ଧମାଳକୁ ଏବଂ ସମ୍ବଲପୁର ୧୩ ରନରେ ବୌଦ୍ଧକୁ ହରାଇ ଦେଇଛି। ବଲାଙ୍ଗୀରର ଦେବାଶିଷ ଖଣ୍ଡ ୧୧ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ। ସମ୍ବଲପୁରର ଆୟୁଷ ନାୟକ ସର୍ବାଧିକ ୭୪ ଏବଂ ବୌଦ୍ଧର ବିଭୂତି ମଲିକ ୫୩* ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri