Posted inଜାତୀୟ

ସେକ୍ସ ସିନ୍‌ ବେଳେ ଗୀତା ପାଠକୁ ବିରୋଧ

ନୂଆଦିଲ୍ଲୀ,୨୪ା୭: ବିଶ୍ୱର ପ୍ରଥମ ପରମାଣୁ ବୋମାର ମାଷ୍ଟରମାଇଣ୍ଡ ରବର୍ଟ ଓପେନ୍‌ହାଇମରଙ୍କ ବାୟୋପିକ୍‌ (ଆତ୍ମଜୀବନୀ ଚଳଚ୍ଚିତ୍ର) ଶୁକ୍ରବାର ରିଲିଜ୍‌ ହୋଇଛି। ଏହା ଭଲ ରେଟିଂ ହାସଲ କରିବା ସହ ବକ୍ସ ଅଫିସ୍‌ରେ ଚହଳ ସୃଷ୍ଟି କରିଛି। କିନ୍ତୁ ଏହାର ଏକ ବିବାଦୀୟ ସିନ୍‌ ଅନେକ ଭାରତୀୟ ଦର୍ଶକଙ୍କୁ ମର୍ମାହତ କରିଛି। ଖ୍ରୀଷ୍ଟୋଫର ନୋଲନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ଓପେନ୍‌ହାଇମର’ରେ ଏକ ସେକ୍ସ ସିନ୍‌ରେ ଭଗବଦ୍‌ ଗୀତା ପଢ଼ିବା ନେଇ ‘ସେଭ୍‌ କଲ୍‌ଚର ସେଭ୍‌ ଇଣ୍ଡିଆ ଫାଉଣ୍ଡେଶନ ପକ୍ଷରୁ ବିରୋଧ କରାଯାଇଛି।

ରବର୍ଟ ଓପେନ୍‌ହାଇମର ଭୂମିକାରେ ଅଭିନୟ କରୁଛନ୍ତି ସିଲିୟନ ମର୍ଫି। ଫିଲ୍ମର ଏକ ଦୃଶ୍ୟରେ ଜଣେ ମହିଳା ଓପେନ୍‌ହାଇମରଙ୍କ ସହ ସମ୍ଭୋଗ କରୁଛନ୍ତି। ଏହି ସମୟରେ ମହିଳା ଜଣକ ଓପେନ୍‌ହାଇମରଙ୍କ ଦ୍ୱାରା ବଡ଼ପାଟିରେ ଭଗବଦ୍‌ ଗୀତା ପଢ଼ାଉଥିବା ଦେଖିବାକୁ ମିଳିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତୁରନ୍ତ ଏହାର ତଦନ୍ତ କରି ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଫାଉଣ୍ଡେଶନ ପକ୍ଷରୁ ଦାବି କରାଯାଇଛି। ଫାଉଣ୍ଡେଶନ ପକ୍ଷରୁ ହୋଇଥିବା ଏହି ଅଭିଯୋଗମୂଳକ ପ୍ରେସ୍‌ ବିଜ୍ଞପ୍ତିକୁ ଭାରତ ସରକାରଙ୍କ ସୂଚନା କମିଶନର ଉଦୟ ମହୁରକର ଟୁଇଟ୍‌ କରି ପ୍ରଶ୍ନ କରିଛନ୍ତି ଯେ, ଏହି ଦୃଶ୍ୟ ଥିବା ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି) କିଭଳି ମଞ୍ଜୁରୀ ଦେଇଛି। ଏଥିରେ ଯେକେହି ବି ହତବାକ୍‌ ହେବ ବୋଲି ସେ ଦର୍ଶାଇଛନ୍ତି।

ଏହା ଖ୍ରୀଷ୍ଟୋଫର ନୋଲନଙ୍କ ପ୍ରଥମ ଫିଲ୍ମ ଭାବେ ‘ଆର୍‌’ ରେଟିଂ ପାଇଛି। ଅର୍ଥାତ୍‌ ଏହା ପ୍ରତିବନ୍ଧିତ। ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ। କୌଣସି ଫିଲ୍ମରେ କଠୋର ଭାଷା, ତୀବ୍ର ଗ୍ରାଫିକ ହିଂସା, ଡ୍ରଗ ଅପବ୍ୟବହାର ଏବଂ ନଗ୍ନତା ରହିଥିଲେ ତାହାକୁ ‘ଆର’ ରେଟିଂ ମିଳିଥାଏ। କିନ୍ତୁ ଷ୍ଟ୍ୟୁଡିଓରେ ସେକ୍ସ ସିନ୍‌ର ଅବଧିକୁ କାଣ୍ଟଛାଣ୍ଟ କରାଯିବା ପରେ ଭାରତୀୟ ସେନ୍‌ସର ବୋର୍ଡ ଏହି ଫିଲ୍ମକୁ ‘ୟୁ/ଏ’ ରେଟିଂ ଦେଇଛି, ଯାହାକୁ ପିଲାଙ୍କଠାରୁ ବୟସ୍କଙ୍କ ଯାଏ ଦେଖିପାରିବେ। ଅନ୍ୟପକ୍ଷରେ ଫିଲ୍ମ ସମୀକ୍ଷକମାନେ ଏହାକୁ ଭଲ ରେଟିଂ ଦେଇଛନ୍ତି। ଏନ୍‌ଡିଟିଭି ସିନେ ସମୀକ୍ଷକ ସାଇବାଲ୍‌ ଚାଟାର୍ଜୀ ୫ ତାରକା ମଧ୍ୟରୁ ୪.୫ ତାରକା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?