ଚର୍ଚ୍ଚାରେ ନ୍ୟୁୟର୍କ ରାଜ୍ୟପାଳଙ୍କ ଦୀପାବଳି ବୟାନ, ସମସ୍ତେ କରୁଛନ୍ତି ପ୍ରଶଂସା

ନ୍ୟୁୟର୍କ,୧୩ ।୧୦: ଆମେରିକା ନ୍ୟୁୟର୍କର ରାଜ୍ୟପାଳ କୈଥି ହୋଚୁଲ ଦୀପାବଳିକୁ ନେଇ ଯାହା କହିଛନ୍ତି ତାହା ଆପଣ ବି ଶୁଣିଲେ ତାଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ । ସେ ଦୀପାବଳୀର ବାର୍ତ୍ତାରେ କହିଛନ୍ତି ବର୍ତ୍ତମାନ ସମୟ ପାଇଁ ଦୀପାବଳି ଆମ ପାଇଁ ବଡ ଶିକ୍ଷା । ଆଜି ବିଭାଜନ ଓ ଧ୍ରୁବିକରଣ ସମୟରେ ଅନ୍ଧାର ଉପରେ ଆଲୋକ ଓ ସଂଘର୍ଷ ଉପରେ ଶାନ୍ତିର ବିଜୟ ବାର୍ତ୍ତା ଲୋକଙ୍କୁ ମନେପକାଉଛି ଯେ, ଏକତାହିଁ ବାସ୍ତବରେ ବଡ ଶକ୍ତି । ମଙ୍ଗଳବାର ନ୍ୟୁୟର୍କରେ ଆୟୋଜିତ ଏକ ଦିୱାଲି ଉତ୍ସବରେ ଯୋଗଦେଇ କହିଛନ୍ତି ଦୀପାବଳୀ ଏକତା, ଆଲୋକ ଓ ସମୃଦ୍ଧିର ବାର୍ତ୍ତା ଦେଇଥାଏ । ସମସ୍ତେ ଜାଣନ୍ତି ବିବିଧତା ବାସ୍ତବରେ ଆମର ସବୁଠାରୁ ବଡ ଶକ୍ତି । ତେଣୁ ମୁଁ ଆମର ଦକ୍ଷିଣ-ଏସିଆ, ଇଣ୍ଡୋ-କାରିବିୟାନ ସମ୍ପ୍ରଦାୟ, ଆମର ହିନ୍ଦୁ, ଶିଖ, ଜୈନ ଓ ବୌଦ୍ଧ ନ୍ୟୁୟର୍କର ଲୋକଙ୍କ ସହ ଦୀପାବଳି ପାଳନ କରୁଛନ୍ତି । ହୋଚୁଲ କହିଛନ୍ତି ଏବେ ସମୟ ଆମେ ସମସ୍ତେ ଏକାଠି ହେବାର । ଏବେ ହୋଚୁଲଙ୍କର ଏହି ଦୀପାବଳି ବାର୍ତ୍ତା ଶୁଣିବା ପରେ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆବେଙ୍କ ଭାରତ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ,୧୪ା୧୨: ସିଏଏକୁ ନେଇ ବିବାଦ ପ୍ରରିପ୍ରେକ୍ଷୀରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ସ୍ଥଗିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରତିପକ୍ଷ...

ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍‌ ବ୍ୟବହାର କ୍ଷତିକାରକ: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସୁସ୍ଥ ହେବା ପାଇଁ ସଂକ୍ରମିତଙ୍କୁ ବିଭିନ୍ନ ଆଣ୍ଟିବାୟୋଟିକ୍ସ୍‌ ଦିଆଯାଉଛି। ତେବେ ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍‌...

ଇସ୍ରାଏଲ୍‌ରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତଙ୍କ ସନ୍ଦେହ ଜନକ ମୃତ୍ୟୁ

ଜେରୁଜେଲମ୍‌,୧୭।୫: ଇସ୍ରାଏଲ୍‌ରେ ଅବସ୍ଥାପିତ ଥିବା ଚାଇନା ରାଷ୍ଟ୍ରଦୂତ ଡୁ ଓ୍ବେଇଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ବାସଭବନରେ ତାଙ୍କ ମୃତଦେହ ପଡ଼ି ରହିଥିବା କୁହାଯାଉଛି।...

କରୋନାକୁ ପରାସ୍ତ କଲେ ୧୧୩ ବର୍ଷ ବୟସ୍କା ବୃଦ୍ଧା

ମାଦ୍ରିଦ୍‌,୧୩।୫: କରୋନା ସଂକ୍ରମିତ ସଂଖ୍ୟା ଅନୁସାରେ ସ୍ପେନ୍‌ ପୃଥିବୀରେ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୨ଲକ୍ଷ ୬୯ ହଜାର ୫୨୦ ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ...

ତୁର୍କୀ ଆକାଶରେ ବିଚିତ୍ର ବାଦଲ

ଅଙ୍କାରା,୨୮।୧: ତୁର୍କୀ ଏବଂ ବୁର୍ସା ଆକାଶରେ ଏକ ବିରଳ ବାଦଲ ସୃଷ୍ଟି ହୋଇଛି, ଯାହା ଅଜଣା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ) ସଦୃଶ ଦେଖାଯାଉଛି। ଗୁରୁବାର ସକାଳେ...

ଚାଇନାରେ ବଢ଼ୁଛି ସଂକ୍ରମଣ

ବେଜିଂ,୧୯।୮: ଚାଇନାର ପଶ୍ଚିମ ଭାଗରେ ଥିବା ଜିନ୍‌ଜିଆଙ୍ଗ ପ୍ରଦେଶରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ ସରକାର ସେଠାରେ ଲକ୍‌ଡାଉନ ଲାଗୁ କରିଛନ୍ତି। ଜିରୋ କୋଭିଡ୍‌...

୧୭ ତାଲିବାନୀ ମନ୍ତ୍ରୀଙ୍କ ଉପରେ ଝୁଲୁଛି ସୁରକ୍ଷା ପରିଷଦ ଖଣ୍ଡା…

ଜେନେଭା/କାବୁଲ,୧୧।୯: ତାଲିବାନର ନୂଆ ସରକାରରେ ୩୩ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୧୭ ଜଣଙ୍କ ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଅନୁମୋଦିତ ହୋଇଥିବା...

ସୋଲେମାନୀଙ୍କୁ ଅନ୍ତିମ ବିଦାୟ

ଦୁବାଇ,୬।୧: କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନରାଲ କାସିମ ସୋଲେମାନୀଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି...

Advertisement
Archives

Model This Week