ନର୍ସଙ୍କୁ ପିଟିପିଟି ମାରିଦେଲେ ଶାଶୁଘର ଲୋକେ: ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ପାଟଣାଗଡ଼/ ବଲାଙ୍ଗୀର,୧୯ା୪(ସଚ୍ଚିଦାନନ୍ଦ ମହାକୁର/ ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ପାଟଣଗଡ଼ ଥାନା ନେହେନାବନ୍ଧ ଗଁାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗଁାରେ ଜଣେ ନର୍ସଙ୍କୁ ତାଙ୍କ ସ୍ବାମୀ ଓ ପରିବାର ଲୋକେ ପିଟି ପିଟି ହତ୍ୟା କରିଥିବା ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଧିକ ଯୌତୁକ ପାଇଁ ଝିଅ କ୍ରିଷ୍ଣା ସାହୁ(୨୫)ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଠାକୁର ସାହୁ ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଛନ୍ତି। ପାଟଣାଗଡ଼ ପୋଲିସ ଏକ ମାମଲା (ନଂ.୧୧୭/୨୫) ରୁଜୁ କରିବା ସହ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପାଟଣାଗଡ଼ ହସ୍ପିଟାଲକୁ ପଠାଇଛି। ଏହି ମାମଲାରେ ଅଭିଯୁକ୍ତ ସ୍ବାମୀ ଆଲୋକ ସାହୁ (୨୮)ଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ ବରଗଡ଼ ଜିଲା ଗାଇସିଲେଟ ଥାନା ଅନ୍ତର୍ଗତ ସେମେଲମୁଣ୍ଡା ଗଁାର ଠାକୁର ସାହୁଙ୍କ ଝିଅ କ୍ରିଷ୍ଣା ୨୦୨୨ ମସିହାରେ ପାଟଣାଗଡ଼ ଥାନା ନେହେନାବନ୍ଧ ଗଁାର ଆଲୋକଙ୍କୁ ବିବାହ କରିଥିଲେ। ତାଙ୍କର ୨ବର୍ଷର ଜଣେ ଶିଶୁପୁତ୍ର ଅଛି। ସେ ବରଗଡ଼ ଜିଲା ପଦ୍ମପୁରର ଏକ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। ଗୁରୁବାର କ୍ରିଷ୍ଣା ତାଙ୍କ ମାଆ ବେଲମତୀଙ୍କ ମୋବାଇଲକୁ ଏକ ଭିଡିଓ ପଠାଇଥିଲେ। ଉକ୍ତ ଭିଡିଓରେ ସେ କାନ୍ଦି କାନ୍ଦି ତାଙ୍କୁ ଯୌତୁକ ପାଇଁ ଶାଶୁଙ୍କ ନିର୍ଦ୍ଦେଶରେ ସ୍ବାମୀ ମାଡ଼ ମାରିଥିବା କହିଥିଲେ। ଶୁକ୍ରବାର ଗୁରୁତର ଅବସ୍ଥାରେ କ୍ରିଷ୍ଣାଙ୍କୁ ଶାଶୁଘର ଲୋକେ ପାଟଣାଗଡ଼ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ ପରିସ୍ଥିତିିରେ ମୃତ୍ୟୁ ହେଲା ସେନେଇ ବାପଘର ଲୋକଙ୍କୁ ଠିକ୍‌ ସୂଚନା ଦିଆଯାଇ ନ ଥିବା ଠାକୁର କହିଛନ୍ତି। ଗଣମାଧ୍ୟମରେ ସେ କହିଛନ୍ତି, ବିବାହ ବେଳେ ଝିଅକୁ ବିଭିନ୍ନ ସାମଗ୍ରୀ ସହ ଏକ ଅଲ୍‌ଟୋ କାର୍‌ ଯୌତୁକ ଦେଇଥିଲେ। ଅଲ୍‌ଟୋ କାର୍‌ ଛୋଟ ହୋଇଯାଉଛି , ବଡ଼ କାର୍‌ କାହିଁକି ନ ଆଣିଲୁ ବୋଲି କହି କୁଆଡ଼େ ମାଡ଼ ମାରୁଥିଲେ। ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୂଜାରୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଅଭିଯୋଗକୁ ଭିତ୍ତିକରି ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲେ ଇଶାନ କିଶାନ: ଫାଇନାଲ୍‌ରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୧୦।୯: ଶେଷରେ ୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି ଇଶାନ କିଶାନ। ଫାଇନାଲ ମ୍ୟାଚ୍‌ରେ ସାଉଥ ଜୋନକୁ ପରାସ୍ତ କରି ଇଷ୍ଟ ଜୋନ ଦଳ ଦୁଲିପ ଟ୍ରଫି…

ମୋଦିଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିବେ ସି ଜିନପିଙ୍ଗ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ନୂଆଦିଲ୍ଲୀ/ବେଜିଂ,୧୦।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତ କରିବେ। ଦିଲ୍ଲୀକୁ ସି-ଙ୍କ ଗସ୍ତ ନେଇ କିଛି ସମୟ…

ଗାଁକୁ ନିଶାମୁକ୍ତ କରିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା, ପ୍ରତିଶ୍ରୁତି ଦେଇ ଥାନାଧିକାରିଣୀ କହିଲେ…

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ଦେଉଳପଡ଼ା ପଞ୍ଚାୟତ ବାଙ୍କୀଛନ୍ଦା ଗ୍ରାମରେ ଦୀର୍ଘବର୍ଷ ଧରି ବେଆଇନ ମଦ ବ୍ୟବସାୟୀମାନେ ଦେଶୀ ବିଦେଶୀ…

Watch: ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଭାଙ୍ଗଡ଼ା ନାଚିଲେ ଈଶାନ କିଶନ, କିନ୍ତୁ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଦୁଲିପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହେବା ପରେ ‘ଇଷ୍ଟ ଜୋନ’ (East Zone) ଚାମ୍ପିୟନ…

ହିଟ୍‌ମ୍ୟାନ୍‌ଙ୍କ ଟି-ଶର୍ଟକୁ ନେଇ ବଢୁଛି ଚର୍ଚ୍ଚା: କାହାକୁ ନେଇ କଲେ ଏମିତି କଟାକ୍ଷ, ଜାଣନ୍ତୁ

ନୂଆଦିଲ୍ଲୀ,୧୦।୮: ଆଜିକାଲି ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ଏକ ଟି-ଶର୍ଟ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକମାନେ ଏହାକୁ ଅଜିତ ଅଗରକରଙ୍କ ସହ ଯୋଡ଼ି ଦେଖୁଛନ୍ତି। ସୋନି…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ଏସିଆ କପ୍‌ରେ ଏକପାଖିଆ ବିଜୟ

ନୂଆଦିଲ୍ଲୀ,୧୦।୯: କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ…

ଓଡ଼ିଶା, ଆଇଏଚ୍‌ସି, ଆଦାନୀ ମଧ୍ୟରେ ୧୪ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୧୦।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ବୈଦେଶିକ ନିବେଶ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି।…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri