ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୧ା୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଥିବାବେଳେ ମୃତ୍ୟୁସଂଖ୍ୟା ୧.୩୨ ଲକ୍ଷରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୫,୮୮୨ ନୂଆ ମାମଲା ସାମ୍ନାକୁ ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି। ଏବେ ସକ୍ରିୟ ମାମଲା ୪.୪୩ ଲକ୍ଷ ରହିଛି। ସଂକ୍ରମିତ ହୋଇଥିବା ୮୪.୨୮ ଲକ୍ଷ ଲୋକ ସୁସ୍ଥହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଗୁରୁବାର ୧୦.୮୩ ଲକ୍ଷ ସାମ୍ପଲ ପରୀକ୍ଷାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୧୩ କୋଟି ଟେଷ୍ଟ ସରିଥିବା ଆଇସିଏମ୍‌ଆର୍‌ ପକ୍ଷରୁ ଦର୍ଶାଯାଇଛି।
୧୭.୬୩ ଲକ୍ଷ ସଂକ୍ରମିତ ହୋଇଥିବାବେଳେ କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ନାଟକ ସ୍ଥିତି ଜଟିଳ ରହିଛି। ରାଜଧାନୀ ଦିଲ୍ଲୀରେ ଗତ କିଛିଦିନ ହେବ ସଂକ୍ରମଣ ବୃଦ୍ଧି ପାଇଥିବାବେଳେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ସୁଦ୍ଧା ଏଠାରେ ୫.୧୦ ଲକ୍ଷ ସଂକ୍ରମିତ ହୋଇଥିବାବେଳେ ୮,୦୪୧ ଜଣଙ୍କ ଜୀବନ ଯାଇଛି।
ଗୁଜରାଟର ଅହମଦାବାଦରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଗୁଜରାଟ ସରକାର ଶୁକ୍ରବାର ରାତି ୯ଟାରୁ ଏଠାରେ ୬୦ ଘଣ୍ଟା ଲାଗି କର୍ଫ୍ୟୁ ଜାରି କରିଛନ୍ତି। ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। କେବଳ ଔଷଧ, କ୍ଷୀର ଦୋକାନଗୁଡ଼ିକ ଏଠାରେ ଖୋଲା ରହିବ ବୋଲି କୁହାଯାଇଛି। କର୍ଫ୍ୟୁ ପରେ ରାତି ୯ଟାରୁ ସକାଳ ୬ଟା ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ଆର୍‌.କେ. ଗୁପ୍ତା ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଲଗାଯିବାର କୌଣସି ସମ୍ଭାବନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ପ୍ରକାଶ କରିଛନ୍ତି।

ବିଶ୍ୱରେ ୬ ଗୁଣ ଅଧିକ ସଂକ୍ରମଣ

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫.୭୩ କୋଟି ପାର୍‌ କରିଛି। ମହାମାରୀ ସଂକ୍ରମଣରେ ୧୩.୬୮ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ପ୍ରାୟ ୧୧ ମାସ ହେବ ବିଶ୍ୱବାସୀ କରୋନାକୁ ନେଇ ଚିନ୍ତାରେ ଅଛନ୍ତି। ଏବେବି ସ୍ଥିତିରେ ସୁଧାର ଆସିପାରିନି। ସମସ୍ତଙ୍କ ଅପେକ୍ଷା ଟିକାକୁ। ହେଲେ ସୂଚନା ଅପେକ୍ଷା ବିଶ୍ୱରେ ୬ ଗୁଣ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି। ଅଷ୍ଟ୍ରେଲିଆର ଜାତୀୟ ବିଶ୍ୱବିଦ୍ୟାଳୟ(ଏଏନ୍‌ୟୁ) ଏବଂ ମେଲବନର୍ର୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ୧୫ ଦେଶର ସଂକ୍ରମଣ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ଅପେକ୍ଷା ସଂକ୍ରମଣ ସ୍ଥିତି ୬.୨ ଗୁଣ ଅଧିକ ବୋଲି ଜାଣିବାକୁ ପାଇଥିଲେ।
ଜର୍ନାଲ ରୟାଲ ସୋସାଇଟି ଓପନ ସାଇନ୍ସରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବ୍ରିଟେନ, ଫ୍ରାନ୍ସ, ବେଲଜିୟମ୍‌ ଓ ଇଟାଲୀରେ ସୂଚନା ଅନୁଯାୟୀ କରୋନା ସଂକ୍ରମଣ ହାର ଯଥେଷ୍ଟ ଅଧିକ। ଇଟାଲୀରେ ଏହି ହାର ୧୭ ଗୁଣ ଅଧିକ ବୋଲି ଜଣାପଡ଼ିଛି। ୧୧ ୟୁରୋପୀୟ ରାଷ୍ଟ୍ରର ୮୦ କୋଟି ଲୋକଙ୍କ ସହ ଅଷ୍ଟ୍ରେଲିଆ, କାନାଡ଼ା, ଦକ୍ଷିଣ କୋରିଆ ଏବଂ ଆମେରିକାରେ ଏଭଳି ଗବେଷଣା କରାଯାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଅଷ୍ଟ୍ରେଲିଆରେ ଅଗଷ୍ଟ ସୁଦ୍ଧା ସୂଚନା ଅପେକ୍ଷା ସଂକ୍ରମଣ ସ୍ଥିତି ୫ ଗୁଣ ଅଧିକ ଥିବା ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?