ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ ଛୁଇଁଲା, …

ନୂଆଦିଲ୍ଲୀ,୧୯।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତରେ ମଧ୍ୟ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୫ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଭାରତ ସମ୍ମୁଖରେ ଦୁଇଟି ବିପଦ ଦଣ୍ଡାୟମାନ ହୋଇଛି। ପ୍ରଥମ ବିପଦ ହେଉଛି ସରକାରଙ୍କ ନୀତି ଏବଂ ଦ୍ୱିତୀୟ ବିପଦଟି ଜନସାଧାରଣଙ୍କ ଅବହେଳା।

ନୂଆବର୍ଷ ନୂଆ ଅସୁବିଧା ଆଣିବାର ଆଶଙ୍କା ରହିଛି। ଭିଡ଼ ଜମାହେବାକୁ ନେଇ ସରକାର ଚିନ୍ତାରେ ପଡ଼ିଛନ୍ତି।

ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୪୮ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦିଲ୍ଲୀରେ ୨୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୪, କେରଳରେ ୧୧, ଗୁଜୁରାଟରେ ୭, ଆନ୍ଧ୍ରପ୍ରଦେଶରେ ୧, ଚଣ୍ଡିଗଡ଼ରେ ୧, ତାମିଲନାଡୁରେ ୧, ପଶ୍ଚିମବଙ୍ଗରେ ଜଣେଙ୍କୁ ଚିହ୍ନଟ କରାଯାଇଛି।

ନାଭି ମୁମ୍ବାଇର ଘାନସୋଲିର ଶେତକାଲୀ ବିଦ୍ୟାଳୟରେ ୧୮ ଜଣ ପିଲାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ ଆସିଛି। ଏହା ପରେ ସାତ ଦିନ ପାଇଁ ସ୍କୁଲକୁ ବନ୍ଦ ରଖାଯାଇଛି। ଏହି ଘଟଣା ପରେ ସ୍କୁଲର ୮୦୦ ଛାତ୍ରଙ୍କ ନମୁନା ପରୀକ୍ଷା କରାଯାଇଛି। ନାଗପୁରରେ ମଧ୍ୟ ଜଣେ ସ୍କୁଲ ଛାତ୍ରଙ୍କୁ କରୋନା ପଜିଟିଭ ଭାବେ ଚିହ୍ନଟ କରାଯାଇଛି। ଜେନୋମ ସିକ୍ୱେନ୍ସିଙ୍ଗରୁ ଏହା ଓମିକ୍ରନ କି ନୁହେଁ ତାହା ସ୍ଥିର କରାଯିବାର ବ୍ୟବସ୍ଥା କରାଯାଇଛି।

ବିଦ୍ୟାଳୟ ଖୋଲିବା ଉପରେ ଦେଶରେ କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ। ଓମିକ୍ରନର ବିପଦ ମଧ୍ୟରେ ଦିଲ୍ଲୀରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ବିଦ୍ୟାଳୟଗୁଡ଼ିକ ପୁଣି ଖୋଲିଛି। ମୁମ୍ବାଇରେ ଶିଶୁ ବିଦ୍ୟାଳୟ ଖୋଲି ସାରିଛି। ସର୍ବାଧିକ ଓମିକ୍ରନ ମାମଲା ସତ୍ତ୍ୱେ ଡିସେମ୍ବର ୧୮ସୁଦ୍ଧା ମହାରାଷ୍ଟ୍ରରେ ସମସ୍ତ ବିଦ୍ୟାଳୟ ଖୋଲାଯାଇଛି। ସେହିପରି ଦିଲ୍ଲୀରେ ଓମିକ୍ରନର ୨୨ଟି ମାମଲା ଅଛି କିନ୍ତୁ ବିଦ୍ୟାଳୟଗୁଡ଼ିକ ଖୋଲା ଅଛି ।

ଅପରପକ୍ଷରେ ଚଣ୍ଡିଗଡ଼ରେ ଓମିକ୍ରୋନ୍‌ର ଗୋଟିଏ ମାମଲା ଅଛି କିନ୍ତୁ ବିଦ୍ୟାଳୟଗୁଡ଼ିକ ବନ୍ଦ କରାଯାଇଛି। ଏହା ପ୍ରମାଣିତ କରୁଛି ଯେ ବିଦ୍ୟାଳୟ ଖୋଲିବାରେ ଦେଶରେ କୌଣସି ନୀତି ନାହିଁ। ଓମିକ୍ରନ ସଙ୍କଟ ନେଇ ଦିଲ୍ଲୀ ସରକାର ଗଙ୍ଗାରାମ ହସପିଟାଲ, ସେକ୍ସ ସାକେତ୍‌, ଫୋର୍ଟିସ ବସନ୍ତ କୁଞ୍ଜ, ବାତ୍ରା ହସ୍ପିଟାଲ, ତୁଗଲକାବାଦ ଆଦି ୪ଟି ଘରୋଇ ହସ୍ପିଟାଲକୁ ଡେଡିକେଟେଡ୍‌ ସେଣ୍ଟର କରିଛନ୍ତି।

ଏହାପୂର୍ବରୁ କେବଳ ଲୋକନାୟକ ହସ୍ପିଟାଲ ଓମିକ୍ରନର ଡେଡିକେଟେଡ୍‌ ସେଣ୍ଟର ଥିଲା। ଓମିକ୍ରନ ମାମଲା ବଢ଼ିିପାରେ ବୋଲି ଦିଲ୍ଲୀ ସରକାର ଭୟ କରୁଛନ୍ତି।

ଉତ୍ତରପ୍ରଦେଶର ଗାଜିଆବାଦରେ ଦୁଇଟି ଓମିକ୍ରନ ମାମଲା ଚିହ୍ନଟ ହୋଇଛି। ଯାହାର ଉତ୍ସ ମଧ୍ୟ ଜଣା ପଡିନାହିଁ। ଏଭଳି ପରିସ୍ଥିତିରେ, ନିର୍ବାଚନ ପାଇଁ ରାଲି ଏବଂ ଭ୍ରମଣରେ ଭିଡ଼ ଓମିକ୍ରୋନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri