ଓମିକ୍ରନ୍‌ ଆତଙ୍କ ସହିତ ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨।୧୨: ଓମିକ୍ରନ୍‌ ଆତଙ୍କ ସହିତ ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାର ୭୬୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୭୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୮ ହଜାର ୫୪୮ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୬ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୯୯ ହଜାର ୭୬୩ ରହିଛି। ୫୪୪ ଦିନ ପରେ ଏହା ସର୍ବନିମ୍ନ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୯୪ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୯୮ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୨୯ ପ୍ରତିଶତରେ ପହଞ୍ଚିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୯ ହଜାର ୭୨୪ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୬ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୨୪ କୋଟି ୯୬ ଲକ୍ଷ ୧୯ ହଜାର ୫୧୫ ଜଣଙ୍କୁ ଟିକାଦାନ ସରିଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୩୭ ହଜାର ୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୬ ଲକ୍ଷ ୬ ହଜାର ୫୪୧ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦତ୍ତାତ୍ରେୟ ନୂଆ ସରକାର୍ଯ୍ୟବାହ ନିର୍ବାଚିତ

ବେଙ୍ଗାଲୁରୁ,୨୦।୩: ଦୀର୍ଘ ୧୨ ବର୍ଷ ପରେ ଆର୍‌ଏସ୍‌ଏସ୍‌ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଅଖିଳ ଭାରତୀୟ ପ୍ରତିନିଧି ସଭା ପକ୍ଷରୁ ଦତ୍ତାତ୍ରେୟ ହୋସାବୋଲେଙ୍କୁ ନୂଆ ସରକାର୍ଯ୍ୟବାହ...

ପ୍ରିୟଙ୍କାଙ୍କୁ ଅଳକାଙ୍କ ପତ୍ର

ଗାଜିପୁର୨୮ ।୧୦: ଉତ୍ତପ୍ରଦେଶ ଗାଜିପୁର ଜିଲା ମହମ୍ମଦାବାଦ ବିଧାନସଭା ଆସନର ବିଧାୟିକା ତଥା କୃଷ୍ଣାନନ୍ଦ ରାୟଙ୍କ ପତ୍ନୀ ଅଳକା ରାୟ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ...

ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଭାଜପା ଆଶ୍ୱସ୍ତ, ବିଜୟୀ ଘୋଷଣା ହେବା ପରେ ସାରା ଦେଶର ଆଦିବାସୀ ଗାଁରେ ପାଳନ ହେବ ଉତ୍ସବ

ନୂଆଦିଲ୍ଲୀ,୧୪ ।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ପ୍ରକାର ଆଶ୍ୱସ୍ତ ରହିଛି । ଯେମିତି...

ଟ୍ରୋଲ ହେବାରୁ ଥାନାରେ ପହଞ୍ଚିଲେ ଅଭିନେତ୍ରୀ

କୋଲକାତା,୨।୭: ଶ୍ୟାମଳ ବର୍ଣ୍ଣ କାରଣରୁ ସୋସିଆଲ ମିଡିଆରେ ଟ୍ରୋଲ ହେବାରୁ ଥାନାରେ ପହଞ୍ଚିଛନ୍ତି ବଙ୍ଗାଳି ଅଭିନେତ୍ରୀ। ଟିଭି ସିରିଏଲ ‘ତ୍ରିନୟନି’ ଜରିଆରେ କ୍ୟାରିୟର ଆରମ୍ଭ କରିଥିବା...

ରୋବୋ କରିବ ନାଳ ସଫା

ବିଶାଖାପଟ୍ଟନମ୍‌, ୨୧।୧: ନାଳ ସଫା କାର୍ଯ୍ୟରେ ଏବେ ରୋବୋକୁ ନିୟୋଜିତ କରାଯିବ। ବିଶାଖାପଟ୍ଟନମ୍‌ ମ୍ୟୁନିସ୍‌ପାଲ୍‌ କର୍ପୋରେଶନ ପକ୍ଷରୁ ଏଭଳି ରୋବୋ କିଣିବା ଲାଗି ଯୋଜନା କରାଯାଇଛି।...

ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ: କ୍ୱାରାଣ୍ଟାଇନ୍‌ ସେଣ୍ଟରର ୧୧୯, ଲୋକାଲ କେସ୍‌ ୧୦

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରବିବାର ରାଜ୍ୟରେ ସର୍ବାଧିକ ୧୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ୍‌ ୧୯ ଜିଲାର ଥିବା ବେଳେ କେନ୍ଦ୍ରାପଡ଼ାରୁ ସର୍ବାଧିକ ଆକ୍ରାନ୍ତ ଅଛନ୍ତି।...

ମହଙ୍ଗା ଭତ୍ତା ବୃଦ୍ଧି ୨୦୨୧ ଜୁଲାଇ ଯାଏ ସ୍ଥଗିତ

ନୂଆଦିଲ୍ଲୀ,୨୪।୪(ପି.ଟି.): କୋଭିଡ୍‌-୧୯ ଜନିତ ସଙ୍କଟକୁ ନେଇ ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନଧାରୀମାନଙ୍କୁ ମହଙ୍ଗା ଭତ୍ତା ବୃଦ୍ଧି ୨୦୨୧ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ...

ପ୍ରତି ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ: ମହିଳାଙ୍କ ମୃତ୍ୟୁ ହାର ଅଧିକ

ନୂଆଦିଲ୍ଲୀ, ୨୫।୬: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଦେଶରେ ପ୍ରତି ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ...

Advertisement
Archives

Model This Week