କରୋନାରେ ପରମାଣୁ ବୈଜ୍ଞାନିକ ଶେଖର ବାସୁଙ୍କ ପରଲୋକ

କୋଲକାତା, ୨୪।୯: କରୋନାରେ ଆକ୍ରାନ୍ତ ହୋଇ ପରମାଣୁ ବୈଜ୍ଞାନିକ ଡ.ଶେଖର ବାସୁଙ୍କ ଗୁରୁବାର ଭୋର ୪ଟା ୫୦ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡ୍‌ନୀ ସମସ୍ୟା ମଧ୍ୟ ଥିଲା। ଆଟମିକ୍‌ ଏନର୍ଜି କମିଶନର ସେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଡ.ବାସୁଙ୍କୁ ଆଣବିକ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଭାରତର ପ୍ରଥମ ଆଣବିକ ଶକ୍ତି ଦ୍ୱାରା ପରିଚାଳିତ ସବ୍‌ମେରାଇନ୍‌ ଆଇଏନଏସ୍‌ ଅରିହନ୍ତର ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ପୁଣି ବଢ଼ିଲା ସୁନା ଦାମ: ଟପିଲା ୪୩ ହଜାର

ନୂଆଦିଲ୍ଲୀ,୨୫।୨: ଚାଇନାରେ ଦେଖାଦେଇଥିବା କରୋନା ଆତଙ୍କ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏବେ ସୁନା ଦାମ ୧୦ ଗ୍ରାମ୍‌ ପିଛା ୪୩...

ମୁଥୁଟ ଗ୍ରୁପ୍‌ର ଅଧ୍ୟକ୍ଷଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୭।୩: ଦେଶର ବହୁ ଲୋକଙ୍କୁ ସୁନା ବଦଳରେ ଋଣ ଦେଉଥିବା ଅଗ୍ରଣୀ ଘରୋଇ କମ୍ପାନୀ ମୁଥୁଟ ଗ୍ରୁପର ଚେୟାରମ୍ୟାନ୍‌ ଏମ.ଜି. ଜର୍ଜ ମୁଥୁଟ୍‌ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି।...

ଔଦ୍ୟୋଗିକ ଉତ୍ପାଦନ ହ୍ରାସ:ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି

ନୂଆଦିଲ୍ଲୀ,୧୩-୯:ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ଖୁସି ଆଣିନାହିଁ। ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ହାର ୪.୩% ରହିଛି।...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୬।୮: ପାକିସ୍ତାନ ଆତଙ୍କବାଦୀଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରେ ଆକ୍ରମଣ ଆଶଙ୍କା କରି ଶୁକ୍ରବାର ଅପରାହ୍ନରେ ଭାରତୀୟ ବାୟୁସେନା ଓ ସ୍ଥଳ ସେନାଙ୍କୁ ସଜାଗ ରଖାଯିବା ସହ ସେଠାରେ...

ଏଲ୍‌ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ

ନୂଆଦିଲ୍ଲୀ,୧୫।୬: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଦଳ କନ୍ଦଳ ବଢ଼ିବାରେ ଲାଗିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରଜଭାନଙ୍କୁ...

ମୋଦିଙ୍କ ନୂଆ ଟିମ୍‌ରେ ୪ ଡାକ୍ତର

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରିମଣ୍ଡଳ ବୁଧବାର ସମ୍ପ୍ରସାରଣ ହୋଇଛି। ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ ନେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ମୋଦିଙ୍କ ନୂଆ ଟିମ୍‌ରେ ୪...

କରୋନାରେ ପ୍ରାଣ ହରାଇଥିଲେ ୨ ସାମ୍ବାଦିକ: ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ଉଭୟ ସାମ୍ବାଦିକଙ୍କ ପରିବାର ପିଛା ୧୫ ଲକ୍ଷ...

ଦିନେ ବଢ଼ୁଛି ଦିନେ କମୁଛି: ରାଜ୍ୟରେ ପୁଣି ୧୧,୧୦୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ଶୁକବ୍ରାର କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଶନିବାର ଏଥିରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୧୦୮ ନୂଆ କରୋନା...

Advertisement


Archives

Model This Week