ପରମାଣୁ ଶାନ୍ତିଯାତ୍ରା

୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’ ବୋଲି କୁହାଯାଉଥିବା ଏକ ବଡ଼ ଧାତବ ବଲ ୧୦୦ ଫୁଟ ଉଚ୍ଚ ସ୍ତମ୍ଭର ଶୀର୍ଷରେ ରଖାଯାଇଥାଏ। ଏହି ଗାଜେଟ ନାମକ ଗୁପ୍ତ ଅସ୍ତ୍ର ଭିତରେ ଆଉ ଏକ ଗୋଲାକାର ଧାତବ ପରଖ ଭିତରେ ଉପ କ୍ରାନ୍ତିକ ମାତ୍ରାରେ ପ୍ଲୁଟୋନିୟମ ରଖାଯାଇଥିଲା । ଏହା ଥିଲା ବିଶ୍ୱର ପ୍ରଥମ ପରମାଣୁ ଅସ୍ତ୍ରର ଏକ ପ୍ରତିକୃତି, ଯାହା ଦ୍ୱତୀୟ ବିଶ୍ୱଯୁଦ୍ଧକୁ ସମାପ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହା ପରଠୁ ପରମାଣୁ ଯୁଗ ଏକ ବିସ୍ଫୋଟ ସହିତ ଆରମ୍ଭ ହୋଇଥିଲା ଓ ମାନବ ସମାଜ ପ୍ରଥମ କରି ହିରୋଶିମା ଓ ନାଗାସାକିର କରୁଣ ରୂପ ଦେଖିଲା। ପରମାଣୁ ଶକ୍ତି କିପରି ବିନାଶ କରିପାରେ ଏହା ସମସ୍ତଙ୍କୁ ଭୟଭୀତ କରୁଥିଲା I
ସେହି ସମୟରେ ପରମାଣୁର ଏହି ଅପାର ଶକ୍ତିକୁ କିପରି ମାନବ କଲ୍ୟାଣ ଦିଗରେ ବିନିଯୋଗ କରାଯାଇପାରିବ, ମ୍ୟାନହାଟନ ପ୍ରକଳ୍ପ ଭାବରେ ପରିଚିତ ଏହି ଯୋଜନାର ବିନ୍ଧାଣି ଥିବା ବୈଜ୍ଞାନିକ ଓପେନ ହାଇମର ପରମାଣୁର ବିନାଶ ଲୀଳା ଦେଖିବା ପରେ ଅଧ୍ୟାତ୍ମବାଦୀ ହୋଇ ଆଜୀବନ ଗୀତା ପାଠରେ ନିଜକୁ ନିୟୋଜିତ କରିଦେଲେ।
ଆମେରିକାର ୩୪ତମ ରାଷ୍ଟ୍ରପତି ଡୱିଟ୍‌ ଡେଭିଡ୍‌ ଆଇଜେନହାୱର୍‌ ଜାତିସଂଘରେ କହିଥିଲେ ଯେ ଆଉ କେବେ ହେଲେ ଦ୍ୱତୀୟ ଥର ପରମାଣୁ ବୋମାର ବ୍ୟବହାର ନ ହେଉ। ସେ ଏହା ମଧ୍ୟ କହିଥିଲେ ଏହି ଅପାର ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ ପାଇଁ ଉଦ୍ୟମ ହେଉ। କିନ୍ତୁ ଦ୍ୱତୀୟ ବିଶ୍ବଯୁଦ୍ଧ ସମୟରେ ଆମେରିକାର ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ଓ ସେନାଦ୍ୱାରା ନିୟନ୍ତ୍ରିତ ଏହି ପରମାଣୁ ବୋମାର ଜ୍ଞାନ କୌଶଳ ବିପକ୍ଷ ରୁଷିଆ ଓ ତା’ର ସହଯୋଗୀଙ୍କୁ ଶୀତଳ ଯୁଦ୍ଧରେ ପଛରେ ପକାଇଦେଇଥିଲା I ଆମେରିକା ଭାବିଥିଲା ଯେ ଶୋଭିଏଟ ରୁଷକୁ ପରମାଣୁ ବୋମାର ଜ୍ଞାନ କୌଶଳ ବିକଶିତ କରିବା ପାଇଁ ହୁଏତ କୋଡ଼ିଏ ବର୍ଷ ଲାଗିଯାଇପାରେ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଶୋଭିଏଟ ରୁଷ ୧୯୪୯ରେ ପରୀକ୍ଷାମୂଳକ ବିସ୍ଫୋରଣ କରିଦେଲା। ତେବେ ଆମେରିକାରେ ପରମାଣୁ ଅସ୍ତ୍ରର ନିୟନ୍ତ୍ରଣ କାହା ହାତରେ ରହିବ ସେଥିପାଇଁ ତର୍କ ବିତର୍କ ହେବାକୁ ଲାଗିଲା। ବୁଦ୍ଧିଜୀବୀ ଓ ବୈଜ୍ଞାନିକମାନେ ଏହାକୁ ବେସାମରିକ ନିୟନ୍ତ୍ରଣରେ ରଖିବାକୁ ଯୁକ୍ତି ବାଢ଼ିବା ବେଳେ ସେନା ଏହାକୁ ନିଜ ହାତରେ ରଖିବାକୁ ଚାହିଁଲା। ଶେଷରେ ୧୯୪୬ରେ ଆମେରିକା ସରକାର ପରମାଣୁ ଶକ୍ତି ଅଧିନିୟମ ଆଣିଲେ ଓ ପରମାଣୁ ଶକ୍ତି ସମ୍ପର୍କିତ ସବୁ ତଥ୍ୟ ଗୁପ୍ତ ରଖିବା ସହିତ ଏହାକୁ ବେସାମରିକ ନିୟନ୍ତ୍ରଣରେ ରଖିବାକୁ ନିଷ୍ପତ୍ତି ନେଲେ। ଅବଶ୍ୟ ଏହା ପୂର୍ବରୁ ମାନହାଟନ ପ୍ରୋଜେକ୍ଟରେ ପରମାଣୁ ବୋମାର ପ୍ରସ୍ତୁତି ଏତେ ଗୁପ୍ତ ଥିଲା ଯେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟଙ୍କ ଅକାଳ ବିୟୋଗ ପରେ ହ୍ୟାରୀ ତ୍ରୁମ୍ୟାନ ନୂତନ ରାଷ୍ଟ୍ରପତି ହେଲେ। ଏହା ପରେ ସେ ଏବିଷୟରେ ଜାଣିବାକୁ ପାଇଥିଲେ। ତାଙ୍କ ଡାଏରୀରେ ସେ ଏହାକୁ ”ବିଶ୍ୱ ଇତିହାସର ସବୁଠାରୁ ଭୟଙ୍କର ବୋମା“ ଭାବରେ ବର୍ଣ୍ଣନା କରି ଏହାକୁ ବାଇବେଲ ବର୍ଣ୍ଣିତ ‘ଅଗ୍ନି ବିନାଶ’ ଭବିଷ୍ୟବାଣୀ ସହିତ ତୁଳନା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ତ୍ରୁମ୍ୟାନ ପରମାଣୁ ବୋମାର ବ୍ୟବହାର ଜାପାନ ଉପରେ କରିବାକୁ ନିଷ୍ପତ୍ତି ନେଇଥିଲେ।
ତେବେ ଗୋଟିଏ ପଟରେ ହିରୋଶିମା-ନାଗାସାକିର ଭୟାବହତାକୁ ଆଖିଆଗରେ ରଖି ଭବିଷ୍ୟତରେ ପରମାଣୁ ଅସ୍ତ୍ରର ପୁନଃ ପ୍ରୟୋଗ ନ କରି ସବୁ ଦେଶକୁ ଆଗେଇ ଆସିବାକୁ ବିଶ୍ୱରେ ଚେଷ୍ଟା ଚାଲିଥିଲାବେଳେ ରୁଷିଆ ଓ ଆମେରିକା ଭିତରେ ପରମାଣୁ ବୋମା ଗଚ୍ଛିତ କରିବାର ପ୍ରତିଯୋଗିତା ଲାଗିଗଲା। ଶୋଭିଏଟ୍‌ ରୁଷର ୧୯୪୯ରେ ପରୀକ୍ଷାମୂଳକ ବିସ୍ଫୋରଣ ଜବାବରେ ଆମେରିକା ହିରୋଶିମାଠାରୁ ୫୦୦ ଗୁଣ ଅଧିକ ଶକ୍ତିଶାଳୀ ତାପ-ଆଣବିକ ବୋମା ବିସ୍ଫୋଟ କରି ପରମାଣୁର ଶାନ୍ତି ଯାତ୍ରାରେ ବ୍ୟାଘାତ ସୃଷ୍ଟି କଲା। ପରମାଣୁ ଶକ୍ତିକୁ ବ୍ୟାପକ ଜନକଲ୍ୟାଣରେ ଉପଯୋଗ କରିବାର ଆଶା ରଖିଥିବା ବୈଜ୍ଞାନିକମାନଙ୍କ ଲକ୍ଷ୍ୟ ପଥଚ୍ୟୁତ ହେଲେ। ଆମେରିକା ଓ ରୁଷିଆ ମଧ୍ୟରେ ଅସ୍ତ୍ର ପ୍ରତିଯୋଗିତା ବଢ଼ିଲା। ୧୯୫୩ରେ ଆମେରିକୀୟ ରାଷ୍ଟ୍ରପତି ଆଇଜେନହାୱର ଜାତିସଂଘ ଭାଷଣରେ ଚେତାବନୀ ଦେଇ କହିଥିଲେ, ଭବିଷ୍ୟତରେ ଆଣବିକ ପ୍ରଯୁକ୍ତିବିଦ୍ୟା ସହଜରେ ସବୁ ଦେଶ ପାଖରେ ପହଞ୍ଚତ୍ୟାଇ ପାରେ। ତେଣୁ ପରମାଣୁ ବୋମାର ନିର୍ମାଣ ଜ୍ଞାନ କୌଶଳ ତଥା ଆଣବିକ ଶକ୍ତି ଉପରେ କଟକଣା ଲାଗୁ କରିବା ପାଇଁ ଏକ ଅନ୍ତର୍ଜାତୀୟ ସଂସ୍ଥା ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ପରେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ଭାବରେ ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ୧୯୫୭ରେ ପ୍ରତିଷ୍ଠା କରାଯାଇଥିଲା। ଆମେରିକା ପାଇଁ ଦିନେ ଗୁପ୍ତଥିବା ପରମାଣୁ ପ୍ରଯୁକ୍ତି ବିଦ୍ୟା ମାତ୍ର କିଛି ବର୍ଷ ପରେ ସମ୍ପୂର୍ଣ୍ଣ ଉନୁ୍ମକ୍ତ ହୋଇଯିବା କାରଣରୁ ଅନେକ ଦେଶ ଏହି ଜ୍ଞାନ କୌଶଳକୁ ହାତେଇବା ପାଇଁ ଆଗଭର ହୋଇଥିଲେ ମଧ୍ୟ ସମସ୍ତଙ୍କୁ ବିଫଳତା ମିଳିଥିଲା। ତେବେ ବିଶ୍ୱର ଅନେକ ବୈଜ୍ଞାନିକ ପଣମାଣୁ ଶକ୍ତିକୁ ବିଶ୍ୱ ଶାନ୍ତିରେ ଲଗେଇବାକୁ ଚିନ୍ତାକଲେ। ଅନେକ ଦେଶ ଏହିପରି କ୍ରିୟାରେ ଲାଗିପଡ଼ିଥିଲେ କିନ୍ତୁ ଏଥିରେ ରୁଷିଆ ବାଜିମାରି ନେଇ ୧୯୫୪ରେ ବିଶ୍ୱର ପ୍ରଥମ ପରମାଣୁ ବିଜୁଳି ଘର ନିର୍ମାଣ କରି ଆଶ୍ଚର୍ଯ୍ୟ କରିଦେଲା। ହିରୋଶିମା ଓ ନାଗାସାକିର ଭୟଙ୍କର ଜନ ସଂହାର ସହିଥିବା ଜାପାନ ବିସ୍ଫୋରଣର ଦଶ ବର୍ଷ ମଧ୍ୟରେ ୧୯୫୫ରେ ବିଜୁଳିଶକ୍ତି ନିମନ୍ତେ ଆଣବିକ ରିଆକ୍ଟର ତିଆରି କରିବା ପାଇଁ ଆଇନ ପ୍ରଣୟନ କଲା। ପରମାଣୁର ଶାନ୍ତି ଯାତ୍ରା ଅତ୍ୟନ୍ତ କଠିନ ହୋଇଥିଲେ ମଧ୍ୟ ପରେ ପରେ ଏହା ସମାଜର ଅଭିନ୍ନ ଅଙ୍ଗ ପାଲଟିଗଲା। ଶକ୍ତିଶାଳୀ ବିକିରଣ ଦେଉଥିବା ରେଡିଓ ଆଇସୋଟୋପ ବ୍ୟବହାର କରି କେମୋଥେରାପି ଦ୍ୱାରା କ୍ୟାନ୍ସର ଉପଶମକାରୀ ଭାବରେ ବିକିରଣ ସଫଳତାର ସହିତ ଜନକଲ୍ୟାଣରେ ବ୍ୟବହୃତ ହେଉଛିି। ପରମାଣୁ ଶକ୍ତିର ଉପଯୋଗ କରି ଅନେକ ଉନ୍ନତ ଫସଲ କିସମ ବିକଶିତ ହୋଇଛି I ଶସ୍ୟଜାତ ଦ୍ରବ୍ୟର ସଂରକ୍ଷଣ ପାଇଁ ପରମାଣୁ ବିକିରଣ ସବୁଠୁ ଶସ୍ତା ଓ ସଫଳ ଉପାୟ ଭାବରେ ଉପଯୋଗ କରାଯାଉଛି। ଭବିଷ୍ୟତରେ ପାରମ୍ପରିକ ଶକ୍ତି ଉତ୍ସର ଅବକ୍ଷୟ ପରେ ପରମାଣୁ ବିଜୁଳି ଏକମାତ୍ର ବିକଳ୍ପ ଭାବରେ ସାହା ହେବ ବୋଲି କୁହାଯାଉଛିି।

ନରେନ୍ଦ୍ର ସେଠୀ

ଯାଦୁଗୁଡ଼ା
ମୋ:୭୦୦୪୦୬୮୧୧୦

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?