ନୂଆପଡ଼ା: ଏବେ ବି ନାହିଁ ନେଟ୍‌ୱର୍କ

ନୂଆପଡ଼ା,୧ା୧୧(ମକାରୁ ବେମାଲ):ଦେଶ ଏବେ ବିକାଶ ପଥରେ ଅଗ୍ରସର ହେଉଛି। ଭାରତ ଆତ୍ମନିର୍ଭର ହେବା ନେଇ କେନ୍ଦ୍ର ସରକାର କହୁଛନ୍ତି। ହେଲେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏକାଧିକ ଗାଁରେ ମୋବାଇଲ ଫୋନ୍‌ ନେଟ୍‌ୱର୍କ ମୂଳରୁ ନାହିଁ। ଯଦି ନେଟୱର୍କ ନ ଥିବ ତେବେ ଜଣେ ମୋବାଇଲ ଫୋନ୍‌ ବ୍ୟବହାର କରିପାରିବ ନାହିଁ। ଏଥିରୁ ସେଠାକାର ଲୋକଙ୍କ ସମସ୍ୟା କେତେ ଜଟିଳ ହୋଇଥିବ ତାହା ସହଜେ ଅନୁମେୟ। ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ କାଦୋମେରୀ ଗ୍ରାମ ପଞ୍ଚାୟତର କୋନ୍ଦାଢାପ ଗାଁରେ ମୋବାଇଲ ନେଟ୍‌ୱର୍କ ଉପଲବ୍ଧ ନ ଥିବାବେଳେ ଆମେ ସେଠାରେ ଉପନିର୍ବାଚନ ସ୍ଥିତି ସମ୍ପର୍କରେ ବୁଝିବାକୁ ଯାଇଥିଲୁ। ନିର୍ବାଚନ କଥା ପଚାରିବାବେଳେ ସେହି ଗାଁର ବହୁ ଯୁବତୀ ଓ ଯୁବକ ଆମକୁ ଘେରିଯାଇ କହିଥିଲେ, ଆଜ୍ଞା ନେତାମାନେ ଯେମିତି ଆସି ନିଜ ସ୍ବାର୍ଥପୂରଣ ପାଇଁ ବାକଚାତୁରି କଥା କହିଦେଇ ଯାଉଛନ୍ତି, ବର୍ତ୍ତମାନ ସମୟରେ ଗଣମାଧ୍ୟମ ଯଦି ନିଜ ଦାୟିତ୍ୱ ଭୁଲିଯାଏ, ତେବେ ଦେଶର ଅବସ୍ଥା ରସାତଳଗାମୀ ହେବାକୁ ଆଉ ବେଶିଦିନ ଲାଗିବ ନାହିଁ। ଏହି କ୍ରମରେ ନୂଆପଡ଼ା ବ୍ଲକ ଅନ୍ତର୍ଗତ କେନ୍ଦୁବାହାରା ପଞ୍ଚାୟତର ସିରଗିଡ଼ି, ଭଇଷାଦରା ଓ କେରମେଲି ପଞ୍ଚାୟତର କାଙ୍ଗେରମେଞ୍ଜି, ଗୋଳାବନ୍ଧ, ମାରାଗୁଡା ଆଦି ଗାଁକୁ ଯାଇ ନେଟ୍‌ୱର୍କ ବିଷୟରେ ବୁଝିଥିଲୁ। କେରମେଲିର ଲିଙ୍ଗରାଜ ମାଝୀ କହୁନ୍ତି, ଏଠାରେ ସୁବିଧା କହିଲେ କିଛି ନାହିଁ। ସବୁଠୁ ଦୁଃଖର ବିଷୟ ଏଠାରେ ମୋବାଇଲ ନେଟ୍‌ୱର୍କ ନାହିଁ। ଆମପିଲା ପାଠ ପଢ଼ିପାରୁନି। ସରକାର ବିଭିନ୍ନ ଜରୁରିକାଳୀନ ସେବା ପାଇଁ ଟୋଲଫ୍ରି ନମ୍ବର ଜାରି କରୁଛନ୍ତି। ଥରେ ଚିନ୍ତା କରନ୍ତୁ, ଏହି ଗାଁରେ ଦୁର୍ଭ୍ୟାଗ୍ୟବଶତଃ ଯଦି କାହା ଘରେ ନିଆଁ ଲାଗିଯାଏ, ଯଦି କାହାର କିଛି ହଠାତ୍‌ ଦେହ ଅସୁସ୍ଥ ହୋଇପଡ଼େ, ମୋବାଇଲ ନେଟୱର୍କ ବିନା ଆମ ଗାଁ ଲୋକ କ’ଣ କରିପାରିବେ। କେନ୍ଦୁବାହାରା ଓ କେରମେଲି ପଞ୍ଚାୟତର ହିତାଧିକାରୀମାନେ ରାଶନ ସାମଗ୍ରୀ ଆଣିବା ପାଇଁ ଯାଇ ହଟହଟା ହେଉଛନ୍ତି। ପଞ୍ଚାୟତ କର୍ମଚାରୀମାନେ ପାହାଡ଼ିଆ କିମ୍ବା ଢିପ ସ୍ଥାନକୁ ଯାଇ ନେଟୱର୍କ ସର୍ଚ୍ଚ କରୁଛନ୍ତି, ଯେଉଁଠାରେ ନେଟ୍‌ୱର୍କ ଆସେ ସେଠାରେ ରହି ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେଇଥାନ୍ତି। ପାହାଡ଼ ଉପରେ ହିତାଧିକାରୀମାନେ ଫିଙ୍ଗର ପ୍ରିଣ୍ଟ ଦେଇ ପଞ୍ଚାୟତକୁ ଯାଇ ଚାଉଳ ନେଇଥାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri