ନୂଆପଡ଼ା ଉପନିର୍ବାଚନ: ଭାଷା ପ୍ରତି ନାହିଁ ଆନ୍ତରିକତା

ନୂଆପଡ଼ା,୬ା୧୧ (ପୀତାମ୍ବର ସାହୁ): ଏବେ ଉପନିର୍ବାଚନ ପାଇଁ ନୂଆପଡ଼ାରେ ସାରା ରାଜ୍ୟରୁ ବିଭିନ୍ନ ଦଳର ମାଳ ମାଳ ନେତା ଡେରା ପକାଇଛନ୍ତି। ଏଠାକାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଆସନ୍ତା ୧୧ ତାରିଖରେ ଉପନିର୍ବାଚନ ହେବ। ଭାଜପାରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝୀଙ୍କ ସମେତ ସମୁଦାୟ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ପ୍ରଚାର ପାଇଁ ରାଜ୍ୟର ଅଧିକାଂଶ ସାଂସଦ, ବିଧାୟକ, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ଏମ୍‌ପି, ହେଭିୱେଟ ନେତା ଓ କର୍ମୀ ପ୍ରଚାର ପାଇଁ ଆସିଛନ୍ତି। ପ୍ରତିଦିନ ସକାଳୁ ଆରମ୍ଭ ହେଉଥିବା ପ୍ରଚାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲୁଛି। ପ୍ରଚାର ସମୟରେ ଏଠାରେ ଉପକୂଳ ନେତାଙ୍କ ସମେତ ରାଜ୍ୟର ଅନ୍ୟ ପ୍ରାନ୍ତର ନେତାଙ୍କ ପାଇଁ ସ୍ଥାନୀୟ ଭାଷା ଏକ ବଡ଼ ସମସ୍ୟା ଭାବେ ଉଭା ହେଉଛି। ଏଠାକାର ପ୍ରାୟ ଅନେକ ସ୍ଥାନରେ ଲୋକେ ଛତିଶଗଡୀ ଲରିଆ ଭାଷାରେ କଥାବାର୍ତ୍ତା ହେଉଛନ୍ତି। ଆମେ ମଧ୍ୟ ଏଠାକୁ ଉପନିର୍ବାଚନ ଖବର ସଂଗ୍ରହ ପାଇଁ ଆସି ଲୋକଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛୁ। ଏହି ସମୟରେ ଛତିଶଗଡ଼ ସୀମାନ୍ତ ଗ୍ରାମରେ ସତେ ଯେମିତି ଓଡ଼ିଆ ଭାଷା ପ୍ରତି ଏମାନଙ୍କ ଆଦର ନ ଥିବା ଦେଖିବାକୁ ପାଇଲୁ।
ବିଭିନ୍ନ ଦଳର ନେତା ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ ମଧ୍ୟ କେହି ଯେମିତି କାହିଁକି ଏହି ଅଞ୍ଚଳର ଲୋକେ ଓଡ଼ିଆ ଭାଷାକୁ ଆଗ୍ରହ କରୁନାହାନ୍ତି ତାହା ଜଣାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁନାହିଁ। ଯେଭଳି ଭାବେ ଲୋକେ ଛତିଶଗଡୀ ଲରିଆ ଓ ହିନ୍ଦୀ ଭାଷା ବ୍ୟବହାର କରୁଛନ୍ତି, ଯଦି ଜଣେ ଦେଖିବ ପ୍ରକୃତରେ ଏହିସବୁ ଅଞ୍ଚଳ ଓଡ଼ିଶା ନୁହେଁ ବରଂ ଛତିଶଗଡ଼ର କହିବ ବୋଲି ଜଣେ ବିଜେଡି ଯୁବନେତା ପ୍ରକାଶ କରିଛନ୍ତି।
ଛତିଶଗଡକୁ ଲାଗି ରହିଛି ନୂଆପଡ଼ା ଜିଲା। ଜିଲାରେ ନୂଆପଡ଼ା, କୋମନା, ଖଡିଆଳ ଓ ଖରିଆର ରୋଡ୍‌ ଆଦି ଛୋଟ ଛୋଟ ସହର ଅଛି। ଏଠାରେ ପ୍ରାୟତଃ ସବୁ ଜିନିଷ ମିଳି ନ ଥାଏ। ତେଣୁ ପ୍ରାୟତଃ ଜିନିଷ ପାଇଁ ଛତିଶଗଡ଼ ଉପରେ ଲୋକେ ନିର୍ଭର କରନ୍ତି। ଚିକିତ୍ସା କିମ୍ବା ଉଚ୍ଚଶିକ୍ଷା ପାଇଁ ରାୟପୁର, ମହାସମୁନ୍ଦ ଭଳି ଛତିଶଗଡ଼ର ସହର ଉପରେ ନିର୍ଭର କରିଥାନ୍ତି। ଛତିଶଗଡକୁ ଅଧିକ ସଂଯୋଗ ରହୁଥିବାରୁ ଏଠାକାର ଲୋକେ ହିନ୍ଦୀ ଓ ଛତିଶଗଡୀ ଲରିଆ ଭାଷାର ବହୁଳ ବ୍ୟବହାର କରନ୍ତି ବୋଲି କାଦୋମେରୀ ପଞ୍ଚାୟତ ଗୁଡାପଦର ଗ୍ରାମର ଶୈଳେଶ ପଟେଲ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳକୁ ପ୍ରାୟତଃ ଛତିଶଗଡ଼ ଅଞ୍ଚଳର ବ୍ୟବସାୟୀ ଆସି ବ୍ୟବସାୟ କରିଥାନ୍ତି। ତେଣୁ ଅଧିକାଂଶ ହିନ୍ଦୀ ଓ ଲରିଆ ଭାଷା କୁହନ୍ତି ବୋଲି ପଞ୍ଚମପୁରର ସୋମନାଥ ଦେବାଙ୍ଗନ କହିଛନ୍ତି।
ଏହି ଅଞ୍ଚଳର ଗାଁ ଓ ସହରର କାନ୍ଥ, ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ଘରୋଇ ସ୍କୁଲ କଲେଜରେ ହିନ୍ଦୀ, ଇଂଲିଶରେ ସୂଚନା ଓ ନାମଫଳକ ଲେଖାଯାଇଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଥିବା ବେଳେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଅନ୍ୟଭାଷାରେ ନାମ ଫଳକ କିମ୍ବା ସୂଚନା ଲେଖିଲେ ମଧ୍ୟ ଓଡ଼ିଆ ଲେଖିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ କରିଛନ୍ତି। ମାତ୍ର ଏଠାରେ ତାହାର ଖୋଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ଅନେକ ଗ୍ରାମରେ ପୁରୁଷମାନେ ସ୍ଥାନୀୟ ଓଡ଼ିଆ (କୋଶଳୀ/ସମ୍ବଲପୁରୀ) ଭାଷା କହିପାରୁଥିଲେ ମଧ୍ୟ ମହିଳାମାନେ ଓଡ଼ିଆ ଭାଷା ଆଦୌ କହିପାରୁ ନାହାନ୍ତି। ଏଠାକାର ବିଭିନ୍ନ ସ୍କୁଲରେ ଓଡ଼ିଆ ଭାଷାରେ ପାଠପଢା ହେଉଥିଲେ ମଧ୍ୟ ପିଲାମାନେ ସ୍କୁଲ ପରେ ଆଉ ଓଡ଼ିଆ ଭାଷାରେ କଥାବାର୍ତ୍ତା ନ ହୋଇ ଲରିଆ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି ବୋଲି ଚୁହ୍ଲାଭାଟ ପଞ୍ଚାୟତ ଗଙ୍ଗାଦିଗଡ ଗ୍ରାମର ନରସିଂହ ମାଝୀ ପ୍ରକାଶ କରିଛନ୍ତି।
ନୂଆପଡାରେ ଥିବା ସମୁଦାୟ ୬୩ ପଞ୍ଚାୟତ ମଧ୍ୟରୁ ପ୍ରାୟ ୪୦ରୁ ଅଧିକ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଛତିଶଗଡ଼ୀ ଲରିଆ ଭାଷାରେ ଲୋକେ କଥାବାର୍ତ୍ତା ହୋଇଥାନ୍ତି। ନୂଆପଡ଼ା ବ୍ଲକର ସାରାବଙ୍ଗ, କେନ୍ଦୁବାହାର, ଆମନଆରା, ମୋଟାନୂଆପଡ଼ା, ଧରମବନ୍ଧା, ଭରୁଆମୁଣ୍ଡା, ଚୁହ୍ଲାଭଟା, ଭେରା, ଡୁମେରପାଣି, ଭାଲେଶ୍ୱର, ବେଲଟୁକୁରୀ, କାଦୋମେରୀ, ବିଶୋରା, ଭାନପୁର, ବୋଇରଭାଡି, ଖଇରାନୀ, ଜାମପାଣି, କୋଟେନଚୁଆଁ, ଟାନୱାଟ ସମେତ ନୂଆପଡ଼ା ସଦର ଓ ଖରିଆର ରୋଡ୍‌ରେ ମଧ୍ୟ ପ୍ରାୟତଃ ଅଧିକାଂଶ ଲୋକ ଲରିଆ ଭାଷା ବ୍ୟବହାର କରିଥାନ୍ତି। ସେହିପରି କୋମନା ବ୍ଲକର କୁରୁମପୁରୀ, ସମରସିଙ୍ଗ, ଲଖନା, ମୁଣ୍ଡାପଡ଼ା, ତରବୋଡ, ଜଡ଼ାମୁଣ୍ଡା, ପେଣ୍ଡ୍ରାବନ୍ଦ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁଳ ଭାବେ ଲରିଆ ଭାଷାରେ ଲୋକେ କଥାବାର୍ତ୍ତା ହୋଇଥାନ୍ତି। ଏବେ ଉପନିର୍ବାଚନ ପ୍ରଚାର ବେଳେ କାନ୍ଥବାଡ଼, ପୋଷ୍ଟର, ବ୍ୟାନରରେ ହିନ୍ଦୀ ଭାଷାରେ ଲେଖାଯାଉଛି। ଗୀତ ମଧ୍ୟ ଲରିଆ ଭାଷାରେ ପ୍ରସ୍ତୁତ କରାଯାଇ ପ୍ରଚାର କରାଯାଉଛି। ଏଠାରୁ ବିଭିନ୍ନ ଦଳର ପ୍ରତିନିଧି ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ କେହି ବି ଓଡ଼ିଆ ଭାଷାର ପ୍ରସାର ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ସ୍ଥାନୀୟ ନେତାମାନେ ଏବେ ପ୍ରଚାର ବେଳେ ଓଡ଼ିଆ ଭାଷା ପରିବର୍ତ୍ତେ ଛତିଶଗଡୀ ଭାଷାରେ ଭାଷଣ ଦେଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଦୀର୍ଘଦିନ ଧରି ଶାସନରେ ଥିବା କଂଗ୍ରେସ ଓ ବିଜେଡି କେବେହେଲେ ଏଠାରେ ଓଡ଼ିଆ ଭାଷାର ବ୍ୟବହାର ଓ ଏଥିପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି କରିବା ପାଇଁ ସେମିତି କିଛି ପ୍ରୟାସ କରି ନ ଥିବାବେଳେ ଓଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ଭାଜପା ଏଠାରେ ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାର ବେଳେ ଦଳର ନେତାମାନେ ଛତିଶଗଡୀ ଲରିଆ ଭାଷାରେ ଭାଷଣ ଦେବା ଓଡ଼ିଆ ଭାଷା ପ୍ରତି ତାଙ୍କର କେତେ ଦରଦ ତାହା ସ୍ପଷ୍ଟ ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?