ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୦ା୮(ନି.ପ୍ର.): ଗଡଜାତ ପରମ୍ପରା ଅନୁସାରେ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳର ଜନସାଧାରଣଙ୍କ ପାଇଁ ନୂଆଁଖାଇ ଲଗ୍ନ ଶୁକ୍ରବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖ ଭାଦ୍ରବ ଶୁକ୍ଳ ଋଷି ପଞ୍ଚମୀ ଗୁରୁବାର ଦିନ ସମଲେଇ ମନ୍ଦିରରୁ ସ୍ବତନ୍ତ୍ର ଭାବେ ପାହୁର ଶୋଭାଯାତ୍ରା ସକାଳ ୮ଟା ୨୦ମିନଟରୁ ୯ଟା ୨୦ମିନିଟ ମଧ୍ୟରେ ବାହାରିବ। ଏହା ଅଷ୍ଟଚଣ୍ଡୀ ଓ ବଡ ହନୁମାନଙ୍କ ପୀଠକୁ ଯିବ। ସକାଳ ୧୦ଟା ୭ମିନିଟରୁ ୧୦ଟା ୨୧ମିନିଟ ମଧ୍ୟେ ତୁଳା ଲଗ୍ନ ମୀନ ନବାଂଶେ ମହେନ୍ଦ୍ର ବେଳାରେ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ଲାଗିବ। ଏହାପରେ ଜିଲାବାସୀ ତଥା ପୁରାତନ ଗଡଜାତ ସୋନପୁରବାସୀ ନବାହ୍ନ ଭକ୍ଷଣ କରିବେ। ପଣ୍ଡିତମାନେ ସମବେତ ହୋଇ ଏହି ଲଗ୍ନ ଧାର୍ଯ୍ୟ କରିଛନ୍ତି। ସମସ୍ତଙ୍କ ସମ୍ମତି ହେବା ପରେ ପଣ୍ଡିତଙ୍କ ଦ୍ୱାରା ବିଶେଷ ପୂଜାର୍ଚ୍ଚନା ହୋଇଥିଲା। ଲଗ୍ନ ପତ୍ର ଜଗନ୍ନାଥଙ୍କ ଠାରେ ଅର୍ପଣ କରିବା ସହିତ ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ପୌର ପରିଷଦ ପକ୍ଷରୁ ଏହି ଲଗ୍ନରେ ନବାନ୍ନ ଅର୍ପଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପଣ୍ଡିତ ମହାସଭାରେ ଜ୍ୟୋତିର୍ବିଦ୍‌ ରାଜେନ୍ଦ୍ର କୁମାର ମହାପାତ୍ର, ମହେଶ କୁମାର ପୂଜାରୀ, ରାମଜୀଲାଲ ନେଗୀ, ବୈକୁଣ୍ଠନାଥ ଶତପଥୀ ଓ ଅଚ୍ୟୁତ ପୂଜାହାରୀଙ୍କ ସମେତ ବହୁ ପଣ୍ଡିତ ଲଗ୍ନଧାର୍ଯ୍ୟରେ ସାମିଲ ଥିଲେ। ଏଥିରେ ସୁବର୍ଣ୍ଣପୁର ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ପ୍ରାକ୍ତନ ପୌରାଧ୍ୟକ୍ଷ କଇରୁ ସ୍ବାଇଁ, ପ୍ରକାଶ ସାହୁ, ସାମାଜିକ କର୍ମୀ ଶ୍ରୀବତ୍ସ ମଲ୍ଳିକ, ଶଶାଙ୍କ ଶେଖର ସିଂହଦେଓ, ଅଭିମନ୍ୟୁ କୁଶଳ, ସନ୍ତୋଷ ପାଢୀ, ଷଷ୍ଠି କୁମାର ବଡମାଳି, ଶିବରାମ ସାହୁ, ସୁବାଷ ଚନ୍ଦ୍ର ନେଗୀ, ଲଡୁ କିଶୋର ମଲ୍ଳିକ, କାଉନସିଲର ପିୟୁଷ କୁମାର ପଣ୍ଡା, ରାଜ କିଶୋର ରାଓ, ଶେଷଦେବ ମେହେର ଓ ଇଶ୍ୱର ବିଶି ପ୍ରମୁଖ ଉପସ୍ଥିତ ଥିଲେ। ପରମ୍ପରା ଅନୁଯାୟୀ ନନ୍ଦୋତ୍ସୋବ ତିଥିରେ ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଥାଏ। ଦେବୋତ୍ତର ବିଭାଗ ମ୍ୟୁନିସିପାଲିଟିକୁ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂର୍ବରୁ ଦାୟିତ୍ୱ ନ୍ୟସ୍ତ କରିଛି। ନୂଆଁଖାଇ ଓ ପାହୁର ଯାତ୍ରା ସହିତ ପ୍ରସିଦ୍ଧ ସୋନପୁର ବଳିଯାତ୍ରାର ସମ୍ପର୍କ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri