ନୂଆଁଖାଇ ପାଇଁ ଗାଁଠାରୁ ସହର ଚଳଚଞ୍ଚଳ

ନୂଆପଡ଼ା ଅଫିସ,୨୭।୮: ପଶ୍ଚିମ ଓଡିଶାର ନୂଆଁଖାଇ ଆଉ ୫ ଦିନ ବାକି ରହିଥିବା ବେଳେ ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ ହୋଇଉଠୁଛି। ଗତ ୨ ବର୍ଷ କରୋନା ଯୋଗୁ କେବଳ ନୂଆଁଖାଇ ନୁହେଁ ଅନ୍ୟ ପର୍ବ ମଧ୍ୟ ଫିକା ପଡିଥିଲା। ଚଳିତବର୍ଷ ବର୍ଷ ଠିକଭାବେ ବର୍ଷା ହୋଇଥିବାରୁ ଚାଷୀଙ୍କ ମୁହଁରେ ହସ ଦେଖା ଦେଇଛି। ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଦୁର ଦୁରାନ୍ତରେ ରହିଥିବା ଶ୍ରମିକ, ଖଟିଖିଆ, ଦିନମଜୁରିଆ ଓ କମ୍ପାନୀରେ ଚାକିରି କରୁଥିବା ଲୋକ ଘରକୁ ପ୍ରତ୍ୟାବର୍ତନ କରୁଛନ୍ତି। ନୂଆଁଖାଇ ଆଉ ମାତ୍ର ୫ ଦିନ ବାକି ରହିଥିବା ବେଳେ ଗାଁରେ ମହିଳାମାନେ ଘର, ଦ୍ୱାର ଲିପା ପୋଛା କରିବା ସହ ଘର ଜିନିଷ ପତ୍ରକୁ ଧୋଇ ସଫା କରାଯାଉଛି। ଗାଁ ଦାଣ୍ଡ ସବୁ ଅଇଳା ଆବର୍ଜନା ସଫା କରିବାରେ ଲୋକେ ବ୍ୟସ୍ତ ରହିଛନ୍ତି। ନୂଆଁଖାଇ ଦିନ ନୂତନ ବସ୍ତ୍ର ପରିଧ୍ୟାନ କରି ନୂଆଁ ଅର୍ଣ୍ଣ ଭକ୍ଷଣ କରାଯାଉଥିବାରୁ କପଡା ଦୋକାନରେ ଭିଡ ଜମିବାରେ ଲାଗିଛି। ଏହା ସହିତ ଦୈନିକ ବଜାର ଓ ସପ୍ତାହିକ ହାଟ ସବୁ ଭିଡ ଜମିବାରେ ଲାଗିଛି। ଏହା କେବଳ ଓଶ୍ଚିମ ଓଡିଶାବାସୀ ପାଳନ କରନ୍ତି ତାହା ନୁହେଁ ପଡୋଶୀ ଛତିଶଗଡର ମଧ୍ୟ ଅଧା ଅଧିକ ଲୋକେ ଏହି ଗଣପର୍ବ ପାଳନ କରିଥାନ୍ତି। ପଶ୍ଚିମ ଓଡିଶା ସୀମାବର୍ତ୍ତୀ ଛତିଶଗଡର ଲୋକଙ୍କ ସମ୍ପର୍କ ଓଡିଶା ସହିତ ରହିଥିବାରୁ ଏହି ପର୍ବ ଧୁମଧାମରେ ପାଳନ କରିଥାନ୍ତି। ଛତିଶଗଡ ସୀମାବର୍ତ୍ତି ଅଞ୍ଚଳରେ ମଧ୍ୟ ଲୋକେ ଚଳଚଞ୍ଚଳ ହୋଇ ନୂଆଁଖାଇ ପର୍ବ ପାଇଁ ସଜବାଜ ହେଉଥିବା ଦେଖିବାକୁ ମିଳିଛି। ନୂଆଁଖାଇ ପରବର୍ତ୍ତି ଦିନକୁ ନୂଆଁଖାଇ ବାସୀ ବା ମିଳନର ପର୍ବ ରୂପେ ପାଳନ କରିଥାନ୍ତି। ଘରକୁ କୁଣିଆ ଆସିଲେ ଭୋଜିଭାତ କରି ପରସ୍ପର ମଧ୍ୟରେ ଜୁହାର ଭେଟ ହୋଇଥାନ୍ତି। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପରସ୍ପର ମଧ୍ୟରେ ଜୁହାର ଭେଟ ପାଇଁ ଗାଁରେ ପ୍ରସ୍ତୁତି ଚାଲିଛି। ନୂଆଁଖାଇଠାରୁ ବାସୀ ପର୍ବ ବଡଆଡମ୍ବର ସହ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri