Posted inରାଜ୍ୟ

ସମୁଦ୍ର ତଟାଞ୍ଚଳରେ ୭ ନଦୀକୁ ସଂଯୋଗ କରାଯାଉ

କେନ୍ଦ୍ରାପଡ଼ା ଅଫିସ, ୧୭।୩: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳର ଗୋବିନ୍ଦପୁର, ଡିମିରିପାଳ, ପେତପଡ଼ା, ସଂସିଧା, ଏରଡ଼ଙ୍ଗ, ଦେସାହି, ପାଳମୀ, କେତୁଆପାଳ ଆଦି ୧୦ ପଞ୍ଚାୟତକୁ କାଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀ ଘେରି ରହିଛି। ବାଳକାଟୀ, କୋଳଢ଼ିହ ଓ ମହୁ ଗ୍ରାମକୁ ଖରସ୍ରୋତା ଗିଳିଚାଲିଛି। ଚୂନବନ୍ଧଠାରୁ ସାନଆଙ୍କୋ, ପତ୍ରପୁରଠାରୁ ଗୋପାଳପୁର, ଟୁଙ୍ଗାଠାରୁ ବଉଳଯୋଡ଼ି ନଦୀବନ୍ଧରେ ପଥର ପ୍ୟାକିଂ ହୋଇଥିଲେ ମଧ୍ୟ ତାହା ଶୋଚନୀୟ ଅବସ୍ଥାରେ ଅଛି। କେବଳ ଆଳି ବ୍ଲକ ଅଞ୍ଚଳରେ ଏହି ନଦୀବନ୍ଧ ସମସ୍ୟା ଦେଖାଯାଇନାହିଁ। ବରଂ ଜିଲାର ୭ ନଦୀ ଓ ୨୭ ଶାଖା କେନାଲ ବନ୍ଧର ଦୁରବସ୍ଥା ସ୍ଥାନୀୟ ଗ୍ରାମବାସୀଙ୍କୁ ଆତଙ୍କିତ କରିଥିବା ବେଳେ ଚାଷ ନଷ୍ଟ କରୁଛି। ନଦୀଗୁଡ଼ିକରେ ପ୍ରତିବର୍ଷ ବନ୍ୟାଜଳ ଆସି ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫୫ଟି ପଞ୍ଚାୟତବାସୀଙ୍କ ଜୀବନଯାତ୍ରାରେ ବାଧା ସୃଷ୍ଟି କରୁଛି। ପ୍ରଶାସନ ପକ୍ଷରୁ ଏହି ନଦୀବନ୍ଧକୁ ବର୍ଷାଦିନେ ମରାମତି କରାଯାଉଥିବାରୁ ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରୁଛନ୍ତି। ଲୁଣା ତଟବନ୍ଧରୁ ପଥର ପ୍ୟାକିଂ ଖସିଯାଉଥିବାରୁ ସମୁଦ୍ର ମାଡ଼ି ଆସିବା ଭୟ ସେମାନଙ୍କୁ ଆତଙ୍କିତ କରୁଛି। ମେ’ ମାସ ସୁଦ୍ଧା ସମସ୍ତ ନଦୀ ଓ କେନାଲ ବନ୍ଧ ମରାମତି କାର୍ଯ୍ୟ ସାରିବା, ସମୁଦ୍ରରେ ପଡ଼ିଥିବା ୭ ନଦୀକୁ ଏକ ବୃହତ୍‌ କେନାଲ ମାଧ୍ୟମରେ ସଂଯୋଗୀକରଣ କରି ବନୀକରଣକୁ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ଦାବି କରିଛନ୍ତି।

ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କୁହନ୍ତି, କେନ୍ଦ୍ରାପଡ଼ା ଜିଲାରେ ଜଳସମ୍ପଦ ବିଭାଗର ଦୁଇ ଡିଭିଜନ ସହ ଆଳି ତଟବନ୍ଧ କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ମାଧ୍ୟମରେ ଜିଲାରେ ଥିବା ନଦୀ ଓ କେନାଲର ପରିଚାଳନା ହେଉଛି। ସେହିପରି ଜିଲାର ଶେଷମୁଣ୍ଡରେ ଥିବା ୪୮ କି.ମି. ଲମ୍ବର ସମୁଦ୍ରତଟର ସୁରକ୍ଷା ଦାୟିତ୍ୱ ନେଇଛନ୍ତି। ଏହା ସତ୍ତ୍ୱେ କ୍ଷେତ ପାଇଁ ଜଳ ପରିଚାଳନା ଏଠାରେ ଏକ ବଡ଼ ସମସ୍ୟା ହୋଇଛି। ସେହିପରି ପ୍ରତିବର୍ଷ ବନ୍ୟା ଭୟରେ ୫୫ ପଞ୍ଚାୟତବାସୀ ଆତଙ୍କିତ ହେଉଛନ୍ତି। ନଦୀବନ୍ଧର ସୁଦୃଢ଼ୀକରଣ ବର୍ଷାଦିନକୁ ଛାଡି ଅନ୍ୟ ଋତୁରେ ହୋଇପାରନ୍ତା। ତେବେ ବିଭାଗୀୟ ଅଧିକାରୀ ବର୍ଷାଦିନ ଆରମ୍ଭରେ ଦୁର୍ବଳ ଚିହ୍ନିତ ନଦୀବନ୍ଧରେ ମାଟି ଓ ବାଲି ପକାଇ ଅର୍ଥ ଲୁଟୁଛନ୍ତି। ଯୋଜନାର ଅର୍ଥ ଖର୍ଚ୍ଚ ସତ୍ତ୍ୱେ ସମସ୍ୟାର ସମାଧାନ ହେଉନାହିଁ। ଏବେଠାରୁ ବନ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ଚିହ୍ନଟ କରିବା ସହ ଆସନ୍ତା ମେ’ ସୁଦ୍ଧା ବନ୍ଧ ସୁଦୃଢ଼ ପାଇଁ ସେ ଦାବି କରିଛନ୍ତି। ଏ ବିଷୟରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି ଓ ପରିବେଶବିତ୍‌ ହେମନ୍ତ କୁମାର ରାଉତ କୁହନ୍ତି, ନଦୀଜଳ ପରିଚାଳନା ଜିଲାର ବଡ଼ ସମସ୍ୟା ହୋଇଛି। ସମୁଦ୍ର ମୁହାଣ ପୋତି ହେଉଛି। ଏହାକୁ ଡ୍ରେଜିଂ କରା ନ ଯିବାରୁ ବନ୍ୟା ସମୟରେ ଉଦ୍‌ବୃତ ଜଳ ନିଷ୍କାସନ ହୋଇପାରୁନାହିଁ। ଏହା ବ୍ୟତୀତ ଜାନୁୟାରୀଠାରୁ ନଦୀଗୁଡିକ ଶୁଖିବା ଆରମ୍ଭ ହେଉଛି। ଫଳରେ ସ୍ଥାନୀୟ ଚାଷ ସହ ହେନ୍ତାଳ ବଣ ନଷ୍ଟ ହେଉଛି। ହେନ୍ତାଳ ବଣ ନଷ୍ଟ ଫଳରେ ତଟ କ୍ଷୟ ଅନ୍ୟ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ନିକଟରେ ସାତଭାୟାବାସୀ ୧୫ କି.ମି. ଦୂର ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ୱାଲ ଜୁଆର ମାଡ଼କୁ ସହିପାରୁନାହିଁ। ଏଥିପାଇଁ ସମୁଦ୍ରର ୧୫ କି.ମି. ଦୂର ନଦୀରେ ଶେଷମୁଣ୍ଡକୁ ଯୋଡ଼ି ତଟାଞ୍ଚଳରେ ଏକ ବୃହତ୍‌ କେନାଲ ଖୋଳାଯିବା ଆବଶ୍ୟକ। ଏହାଦ୍ୱାରା ଖରାଦିନେ ଆବଶ୍ୟକ ପରିମାଣର କ୍ଷେତ ଓ ଜାତୀୟ ଉଦ୍ୟାନ ଭିତରକନିକାକୁ ମଧୁର ଜଳ ଛଡ଼ାଯାଇପାରିବ। ସେହିପରି ନଦୀ ଓ ନାଳରେ ବ୍ୟାରେଜ୍‌ ଓ କ୍ରିକ୍‌ ବନ୍ଧ ପାଇଁ ସେମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କୁହନ୍ତି, ଚଳିତ ବର୍ଷ ପାଇଁ ଦୁର୍ବଳ ନଦୀବନ୍ଧର ସ୍ଥାନ ଚିହ୍ନଟ ହୋଇଛି। ଖରାଦିନ ମଧ୍ୟରେ ଏହାର ମରାମତି ହୋଇଯିବ। ୭ ନଦୀ ସଂଯୋଗୀକରଣ ସମ୍ପର୍କରେ ଅଦ୍ୟାବଧି କୌଣସି ପ୍ରସ୍ତାବ ନାହିଁ। ସ୍ଥାନ ଚିହ୍ନଟ, ଲୋକଙ୍କ ବିସ୍ଥାପନ, ପରିବେଶ ଓ ପରିସ୍ଥିତି ଅନୁଧ୍ୟାନ ପରେ ଏପରି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri