ଜେଇଇ ମେନ୍ ୨୦୨୪ ପାଇଁ ଏନଟିଏ ପ୍ରକାଶ କଲା ଯୋଗ୍ୟତା ମାନଦଣ୍ଡ, ଯୁକ୍ତ ଦୁଇରେ ଏତିକି ପ୍ରତିଶତ ମାର୍କ ରଖିବା ଜରୁରୀ

ନୂଆଦିଲ୍ଲୀ, ୮।୧୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ମେନ୍ ୨୦୨୪ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଇଞ୍ଜିନିଅରିଂ ପାଠ ପଢିବାକୁ ଚାହୁଁଥିବା ଆଶାୟୀ ବିଦ୍ୟାର୍ଥିମାନେ ଅଫିସିଆଲ ୱେବସାଇଟ jeemain.nta.ac.in ରେ ଯାଇ ଆବେଦନ କରିପାରିବେ। ନଭେମ୍ବର ୩୦ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ। ଏହାରି ମଧ୍ୟରେ ଏନଟିଏ ପରୀକ୍ଷା ସମୟସୂଚୀ ସହିତ ଯୋଗ୍ୟତା ମାନଦଣ୍ଡ ମଧ୍ୟ ପ୍ରକାଶ କରିଛି।

ଏହି ନୂତନ ମାନଦଣ୍ଡ ଅନୁଯାୟୀ ଏନଆଇଟି, ଆଇଆଇଟି ଏବଂ ଅନ୍ୟାନ୍ୟ ସିଏଫଟିଆଇରେ ନାମ ଲେଖାଇବା ପାଇଁ ଯେଉଁ ବିଦ୍ୟାର୍ଥୀମାନେ ଯୋଗ୍ୟତା ହାସଲ କରୁଛନ୍ତି ସେମାନଙ୍କୁ ଜେଇଇ ର୍ୟାଙ୍କ ଅନୁଯାୟୀ ପ୍ରବେଶ ମିଳିଥାଏ। ଏହା ବ୍ୟତୀତ ଏହି ଯୋଗ୍ୟ ବିଦ୍ୟାର୍ଥୀ ମାନଙ୍କୁ ଯୁକ୍ତ ଦୁଇରେ ଅତି କମରେ ୭୫ ପ୍ରତିଶତ ମାର୍କ ରଖଵାକୁ ପଡିବ କିମ୍ବା ଶୀର୍ଷରେ ରହିବାକୁ ପଡିବ। ସେହିଭଳି ପରୀକ୍ଷାରେ ଏସସି/ଏସଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ଯୁକ୍ତ ଦୁଇରେ ଅତି କମରେ ୬୫ ପ୍ରତିଶତ ମାର୍କ ରଖିବା ଜରୁରୀ।

୨୦୨୦ ମସିହାରେ କରୋନା ମହାମାରୀ ହେତୁ ଗତ ତିନି ବର୍ଷରେ ଯୋଗ୍ୟତା ମାନଦଣ୍ଡ ହଟାଯାଇଥିଲା, କିନ୍ତୁ ଏହା ୨୦୨୩ ବ୍ୟାଚ୍ ପାଇଁ ପୁନଃସ୍ଥାପିତ ହୋଇଥିଲା। ତେବେ ଗତ ବର୍ଷ ୭୫ ପ୍ରତିଶତ ଯୋଗ୍ୟତା ମାନଦଣ୍ଡକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାର କାରଣ ହେଉଛି ଯେ ଜେଇଇ ମେନ୍ ୨୦୨୩ ପରୀକ୍ଷାରେ ଉପସ୍ଥିତ ଥିବା ଛାତ୍ରମାନେ ଦାବି କରିଥିଲେ ଯେ ଯୋଗ୍ୟତା ମାନଦଣ୍ଡ ଏନଟିଏ ଦ୍ୱାରା କୌଣସି ପୂର୍ବ ସୂଚନା ବିନା ପୁଣି ଲାଗୁ ହୋଇଛି, ଯାହା ଛାତ୍ରମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ବିଶେଷକରି ସେହି ଛାତ୍ରମାନେ ଯେଉଁମାନେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୭୫ ପ୍ରତିଶତ ମାର୍କ ହାସଲ କରିବାରେ ବିଫଳ ହୋଇଥିଲେ ଏବଂ ଯେଉଁମାନଙ୍କ ପାଇଁ ଏହା ୨୦୨୩ ରେ ପ୍ରବେଶ ପରୀକ୍ଷାରେ ହାଜର ହେବାର ଶେଷ ସୁଯୋଗ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା, ଏହିଦିନ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର,୩୦।୪:  ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବିଏସଇ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ…

ଘୋଷଣା ହେଲା CBSE ଦ୍ବିତୀୟ ବୋର୍ଡ ପରୀକ୍ଷା ତାରିଖ, ସକାଳ ୧୦ଟା ୩୦ରୁ…

ନୂଆଦିଲ୍ଲୀ,୨୩।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ୨୦୨୬ ମସିହାର ଦ୍ୱିତୀୟ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ତାରିଖ ପତ୍ର…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ,୧୫।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା  ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ…

୧୯ରେ ସିଜିଏଲ୍‌ ପରୀକ୍ଷା: ଡାଉନ୍‌ଲୋଡ୍‌ ହେଉନି ଆଡ୍‌ମିଟ କାର୍ଡ, ଆଶାୟୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର,୧୪।୪(ସୁଚିସ୍ମିତା ସାହୁ): ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପରିଚାଳିତ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେଭଲ (ସିଜିଏଲ) ପରୀକ୍ଷା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ବିମାନବନ୍ଦରରେ କେମିତି ପାଇବେ ଚାକିରି? ଜାଣନ୍ତୁ କ’ଣ ପଢ଼ିଲେ ମିଳିବ ଏହି ସୁଯୋଗ, କେତେ ପାଇବେ ଦରମା…

ନୂଆଦିଲ୍ଲୀ,୨୯ା୩: ବିମାନବନ୍ଦରରେ ଚାକିରି ପାଇବା ଅନେକ ଯୁବତୀ ଯୁବକଙ୍କ ସ୍ବପ୍ନ। ବିମାନବନ୍ଦରରେ କାମ କଲେ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ଭଲ ଦରମା, ବୃତ୍ତିଗତ ପରିବେଶ, ସ୍ମାର୍ଟ…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri