ପଣସ ଚାଷକୁ ପ୍ରୋତ୍ସାହିତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୭ା୨(ବ୍ୟୁରୋ): ପୁଷ୍ଟିକର ନିରାପତ୍ତା ବୃଦ୍ଧି ଦିଗରେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପଣସ ଚାଷକୁ ପ୍ରୋତ୍ସାହିତ ତଥା ଲୋକପ୍ରିୟ କରିବାକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଲୋକସେବା ଭବନରୁ ଭର୍ଚୁଆଲ ମୋଡ୍‌ରେ ଆୟୋଜିତ ପୁଷ୍ଟିକର ଫଳ ଉପତ୍ାଦନ ଉପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।
ମହାପାତ୍ର କହିଛନ୍ତି, ପଣସର ପୁଷ୍ଟିକର ମୂଲ୍ୟ ଅଧିକ। ଏହାର ଉପତ୍ାଦନ ପାଇଁ ଓଡ଼ିଶାର କୃଷି-ଜଳବାୟୁ ପରିସ୍ଥିତି ଉପଯୁକ୍ତ। ଗୁଣାତ୍ମକ ବୃକ୍ଷରୋପଣ ସାମଗ୍ରୀ, ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ, ମୂଲ୍ୟ ଯୋଗ ଏବଂ ମାର୍କେଟିଂ ଭଳି ଆବଶ୍ୟକୀୟ ସହାୟତା ସହିତ ପଣସ ଚାଷକୁ ଲୋକପ୍ରିୟ କରିବାକୁ ସେ ଉଦ୍ୟାନ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବୃହତ୍ତର ଭାବେ ପଣସ ଚାଷ ପାଇଁ ରହିଥିବା ସମ୍ଭାବ୍ୟ ସ୍ଥାନ ଚିିହ୍ନଟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ବିଷୟବସ୍ତୁ ବିଶେଷଜ୍ଞଙ୍କ ଇନ୍‌ପୁଟ ସହିତ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗକୁ କହିଛନ୍ତି। ବିଭିନ୍ନ ସ୍ତରରେ ପଣସ ଫେଷ୍ଟିଭାଲ ମାଧ୍ୟମରେ ପଣସରୁୁ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀକୁ ଗ୍ଲାମରାଇଜ୍‌ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, ଉପଲବ୍ଧ ସୂଚନା ଅନୁଯାୟୀ ତ୍ରିପୁରା ପରେ ଓଡ଼ିଶା ହେଉଛି ପଣସ ଉପତ୍ାଦନରେ ୨ୟ ବୃହତ୍ତମ ରାଜ୍ୟ। ଓଡ଼ିଶାର ଅଧିକାଂଶ ଜିଲାରେ ପଣସ ଗଛ ବଣ୍ଟନ ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୧୫ ଜିଲା ରାଜ୍ୟରେ ପଣସ ଉପତ୍ାଦନର ପ୍ରମୁଖ ଅଂଶ। ପଣସ ଗଛଗୁଡ଼ିକ ପ୍ରାୟତଃ ଜଙ୍ଗଲ ଅଞ୍ଚଳ, ଘର ପଛପଟ, ସଡ଼କ ପାର୍ଶ୍ୱରେ ବାର୍ଷିକ ୩.୧୫ ମେଟ୍ରିକ୍‌ ଟନ୍‌ ଉପତ୍ାଦନ ସହିତ ସୀମିତ ଥିଲା। ସମୁଦାୟ ଉପତ୍ାଦନ ମଧ୍ୟରୁ ପ୍ରାୟ ୫୫% ପରିବା ଭାବେ କଞ୍ଚା ବ୍ୟବହାର କରାଯାଉଥିବାବେଳେ ପର୍ବପର୍ବାଣି ସମୟରେ ପାଚିଲା ଫଳ ଭାବେ ପ୍ରାୟ ୩୫% ବ୍ୟବହାର ହୋଇଥାଏ। ସ୍ଥାନୀୟ ଜଳବାୟୁ ପରିସ୍ଥିତି ଅନୁଯାୟୀ, ରାଜ୍ୟର ପ୍ରାୟ ୫୦ଟି ବ୍ଲକ୍‌ ବ୍ୟବସାୟିକ ସ୍ତରରେ ବୃହତ୍‌ ପରିମାଣର ପଣସ ଉପତ୍ାଦନ ପାଇଁ ଅଧିକ ଉପଯୁକ୍ତ ବୋଲି ଜଣାପଡିଛି। ଏହି ବୈଠକରେ ପିସିସିଏଫ୍‌ ଶିଶିର କୁମାର ରଥ, ଓୟୁଏଟି କୁଳପତି ପିକେ ବିଶ୍ୱାଳ, ପଣସ ବିଶେଷଜ୍ଞ ଅଚ୍ୟୁତ୍‌ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?