ପଣସ ଚାଷକୁ ପ୍ରୋତ୍ସାହିତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୭ା୨(ବ୍ୟୁରୋ): ପୁଷ୍ଟିକର ନିରାପତ୍ତା ବୃଦ୍ଧି ଦିଗରେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପଣସ ଚାଷକୁ ପ୍ରୋତ୍ସାହିତ ତଥା ଲୋକପ୍ରିୟ କରିବାକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଲୋକସେବା ଭବନରୁ ଭର୍ଚୁଆଲ ମୋଡ୍‌ରେ ଆୟୋଜିତ ପୁଷ୍ଟିକର ଫଳ ଉପତ୍ାଦନ ଉପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।
ମହାପାତ୍ର କହିଛନ୍ତି, ପଣସର ପୁଷ୍ଟିକର ମୂଲ୍ୟ ଅଧିକ। ଏହାର ଉପତ୍ାଦନ ପାଇଁ ଓଡ଼ିଶାର କୃଷି-ଜଳବାୟୁ ପରିସ୍ଥିତି ଉପଯୁକ୍ତ। ଗୁଣାତ୍ମକ ବୃକ୍ଷରୋପଣ ସାମଗ୍ରୀ, ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ, ମୂଲ୍ୟ ଯୋଗ ଏବଂ ମାର୍କେଟିଂ ଭଳି ଆବଶ୍ୟକୀୟ ସହାୟତା ସହିତ ପଣସ ଚାଷକୁ ଲୋକପ୍ରିୟ କରିବାକୁ ସେ ଉଦ୍ୟାନ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବୃହତ୍ତର ଭାବେ ପଣସ ଚାଷ ପାଇଁ ରହିଥିବା ସମ୍ଭାବ୍ୟ ସ୍ଥାନ ଚିିହ୍ନଟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ବିଷୟବସ୍ତୁ ବିଶେଷଜ୍ଞଙ୍କ ଇନ୍‌ପୁଟ ସହିତ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗକୁ କହିଛନ୍ତି। ବିଭିନ୍ନ ସ୍ତରରେ ପଣସ ଫେଷ୍ଟିଭାଲ ମାଧ୍ୟମରେ ପଣସରୁୁ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀକୁ ଗ୍ଲାମରାଇଜ୍‌ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, ଉପଲବ୍ଧ ସୂଚନା ଅନୁଯାୟୀ ତ୍ରିପୁରା ପରେ ଓଡ଼ିଶା ହେଉଛି ପଣସ ଉପତ୍ାଦନରେ ୨ୟ ବୃହତ୍ତମ ରାଜ୍ୟ। ଓଡ଼ିଶାର ଅଧିକାଂଶ ଜିଲାରେ ପଣସ ଗଛ ବଣ୍ଟନ ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୧୫ ଜିଲା ରାଜ୍ୟରେ ପଣସ ଉପତ୍ାଦନର ପ୍ରମୁଖ ଅଂଶ। ପଣସ ଗଛଗୁଡ଼ିକ ପ୍ରାୟତଃ ଜଙ୍ଗଲ ଅଞ୍ଚଳ, ଘର ପଛପଟ, ସଡ଼କ ପାର୍ଶ୍ୱରେ ବାର୍ଷିକ ୩.୧୫ ମେଟ୍ରିକ୍‌ ଟନ୍‌ ଉପତ୍ାଦନ ସହିତ ସୀମିତ ଥିଲା। ସମୁଦାୟ ଉପତ୍ାଦନ ମଧ୍ୟରୁ ପ୍ରାୟ ୫୫% ପରିବା ଭାବେ କଞ୍ଚା ବ୍ୟବହାର କରାଯାଉଥିବାବେଳେ ପର୍ବପର୍ବାଣି ସମୟରେ ପାଚିଲା ଫଳ ଭାବେ ପ୍ରାୟ ୩୫% ବ୍ୟବହାର ହୋଇଥାଏ। ସ୍ଥାନୀୟ ଜଳବାୟୁ ପରିସ୍ଥିତି ଅନୁଯାୟୀ, ରାଜ୍ୟର ପ୍ରାୟ ୫୦ଟି ବ୍ଲକ୍‌ ବ୍ୟବସାୟିକ ସ୍ତରରେ ବୃହତ୍‌ ପରିମାଣର ପଣସ ଉପତ୍ାଦନ ପାଇଁ ଅଧିକ ଉପଯୁକ୍ତ ବୋଲି ଜଣାପଡିଛି। ଏହି ବୈଠକରେ ପିସିସିଏଫ୍‌ ଶିଶିର କୁମାର ରଥ, ଓୟୁଏଟି କୁଳପତି ପିକେ ବିଶ୍ୱାଳ, ପଣସ ବିଶେଷଜ୍ଞ ଅଚ୍ୟୁତ୍‌ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri