ପଦ ଛାଡ଼ିଲେ ଏନ୍‌ଏସ୍‌ଓ ସିଇଓ

ଜେରୁଜେଲମ, ୨୨ା୮: ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେର ପ୍ରସ୍ତୁତକାରୀ କମ୍ପାନୀ ଏନ୍‌ଏସ୍‌ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶାଲେଭ ହୁଲିଓ ପଦ ଛାଡ଼ିଛନ୍ତି। ଏନ୍‌ଏସ୍‌ଓରେ ହୋଇଥିବା ଅଦଳବଦଳ ଅନୁଯାୟୀ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। କମ୍ପାନୀର ଅନ୍ୟତମ ପ୍ରତିଷ୍ଠାତା ହୁଲିଓଙ୍କ ସ୍ଥାନରେ ଚିଫ୍‌ ଅପରେଟିଂ ଅଫିସର ୟାରୋନ୍‌ ଶୋହାଟ୍‌ଙ୍କୁ ଅନ୍ତରୀଣ ସିଇଓ ନିଯୁକ୍ତ କରାଯାଇଛି। ନୂଆ ସିଇଓ ନିଯୁକ୍ତି ପର୍ଯ୍ୟନ୍ତ ସେ ଦାୟିତ୍ୱ ତୁଲାଇବେ। ଗତବର୍ଷ ଗୁପ୍ତଚରଗିରି ପାଇଁ ଉଦ୍ଦିଷ୍ଟ ଫୋନ୍‌ ସର୍ଭେଲାନ୍ସ ସଫ୍ଟଓ୍ବେର ପେଗାସସ୍‌ ବ୍ୟବହାର କରି ଭାରତ ସମେତ ଅନେକ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଗୋପନୀୟ ତଥ୍ୟ ହାସଲ ଖବର ପ୍ରଘଟ ହେବା ପରେ ବିବାଦ ମୁଣ୍ଡ ଟେକିଥିଲା। ତେବେ ଏନ୍‌ଏସ୍‌ଓ କୌଣସି ଭୁଲ କାମ କରିନାହିଁ ବୋଲି ସଫେଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରିଣାମ ଆସିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଛାଡ଼ୁଛନ୍ତି କି ଟ୍ରମ୍ପ? ଭାଇରାଲ ହେଉଛି ଏହି ଭିଡିଓ, ଦେଖନ୍ତୁ…

ଓ୍ବାଶିଂଟନ,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱ ସମୁଦାୟର ନଜର କେନ୍ଦ୍ରୀଭୂତ ହୋଇଥିବା ବେଳେ ୭୭ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ଜିତିବା ଧିରେ ଧିରେ...

କରୋନା ସଂକ୍ରମଣ ରୋକିବା ଲାଗି ଆଫ୍ରିକାଠାରୁ ଶିକ୍ଷାଲାଭର ରହିଛି ଆବଶ୍ୟକତା: ଜାତିସଂଘ ମହାସଚିବ

ଜେନେଭା,୨୦।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍‌ କହିଛନ୍ତି ଯେ, କରୋନା ସଂକ୍ରମଣ ରୋକିବା ପାଇଁ...

ନୋବେଲ ଦୌଡ଼ରେ ଗ୍ରେଟା

ଓସ୍‌ଲୋ, ୧ା୨: ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ସ୍ବିଡେନର ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗ(୧୮)ଙ୍କ ନାମ ସୁପାରିସ କରାଯାଇଛି। ତାଙ୍କ ସହ ରୁଷିଆର ଭିନ୍ନମତବାଦୀ...

ମ୍ୟାନ୍‌ମାରରେ ଭୂସ୍ଖଳନ: ୩୪ ମୃତ

ୟାଙ୍ଗନ୍‌,୧୧ା୮(ଆଇଏଏନ୍‌ଏସ୍‌): ମ୍ୟାନ୍‌ମାରର ଏକ ସହରରେ ଭୂସ୍ଖଳନ ହେବାରୁ ୩୪ ଜଣଙ୍କ ମୃତ୍ୟୁ ହେବା ସହ ବହୁ ଘର ମାଟିତଳେ ପୋତିହୋଇପଡିଛି। ବନ୍ୟା ପ୍ରଭାବରେ ମୋନ୍‌ ରାଜ୍ୟ...

ଆଫଗାନିସ୍ତାନରେ ବିସ୍ଫୋରଣ

କାନ୍ଧାର,୨୮।୯: ଦକ୍ଷିଣ ଆଫଗାନିସ୍ତାନର କାନ୍ଧାର ସହରରେ ଶନିବାର ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୫ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି...

ବାବା ରାମଦେବଙ୍କୁ ଝଟ୍‌କା ଦେଲା ନେପାଳ

କାଠମାଣ୍ଠୁ,୯।୬: ନେପାଳ ସରକାର ଦେଶରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କିଟ୍‌ର ବିତରଣ ଉପରେ ରୋକ ଲଗାଇଛନ୍ତି। ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଉପହାର...

ଚେକ୍‌ ପୋଷ୍ଟରେ ବିସ୍ଫୋରଣ: ୩ ମୃତ

ଇସଲାମାବାଦ୍‌,୨୮।୪: ପାକିସ୍ତାନର ବଜରିସ୍ତାନର ଉତ୍ତର ପଶ୍ଚିମ ଜିଲାରେ ଏକ ଚେକ୍‌ ପୋଷ୍ଟରେ ବିସ୍ଫୋରଣ ଘଟିଛି। ଏଥିରେ ୩ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୨ ଜଣ...

୫ ବର୍ଷର ବାଳକ ଜଳନ୍ତା ଘରୁ ଭଉଣୀ, ପୋଷା କୁକୁରକୁ କଲେ ଉଦ୍ଧାର

ଓ୍ବାଶିଂଟନ,୧୫।୨: ଆମେରିକାର ଜଣେ ୫ ବର୍ଷ ବୟସ୍କ ବାଳକ ଜଳନ୍ତା ଘରୁ ତାଙ୍କ ଭଉଣୀ ଏବଂ ପୋଷା କୁକୁରକୁ ଉଦ୍ଧାର କରିଛନ୍ତି। ଜର୍ଜିଆର ବାର୍ଟୋ କାଉଣ୍ଟିରେ...

Advertisement
Archives

Model This Week