Posted inଫୁରସତ

ସ୍ତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ ଚାଟ୍‌ ଦେଖି ଉଡିଗଲା ସ୍ବାମୀଙ୍କ ହୋସ୍‌; ବିବାହର ୯ ଦିନ ପରେ…

ଜୋଧପୁର: ରାଜସ୍ଥାନର ଜୋଧପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ନବବିବାହିତ ବ୍ୟକ୍ତି ବିବାହର ୯ ଦିନ ପରେ ସ୍ତ୍ରୀଙ୍କ ବିରୋଧରେ ପ୍ରତାରଣାର ଅଭିଯୋଗ ଆଣିଛନ୍ତି।

ଗତ ବର୍ଷ ଜୁଲାଇ ୨୬ରେ ସୁମନଙ୍କ ହାତ ଧରିଥିଲେ ରାମେଶ୍ୱର ଜାଙ୍ଗଡ଼ା। ସେ ଆମେରିକାର ପ୍ରତିଷ୍ଠିତ କମ୍ପାନୀରେ କାମ କରୁଛନ୍ତି। ବିବାହର କିଛି ଦିନ ପରେ ସ୍ତ୍ରୀ ସୁମନଙ୍କ ଇନ୍‌ଷ୍ଟାଗ୍ରାମ ଚାଟ୍‌ରେ ବିବାହ ପୂର୍ବରୁ ନିଜ ପ୍ରେମିକଙ୍କୁ ପଠାଇଥିବା ମେସେଜ୍‌ ରାମେଶ୍ୱର ଦେଖିବାକୁ ପାଇଥିଲେ। ଏଥିରେ ସେ ତାଙ୍କୁ ବିବାହ କରିବାକୁ ଚାହୁଁ ନ ଥିବା କହିଥିଲେ। ଯଦି ବିବାହ ହେଲା ତେବେ ବି ପ୍ରେମିକଙ୍କୁ ବିବାହ କରିବାକୁ ପଡ଼ିବ ବୋଲି ସୁମନ କହିଥିଲେ। କେବଳ ଏତିକି ନୁହେଁ ମା’ଙ୍କ ରାଣ ଖାଇ ପ୍ରେମିକ ଛାଡ଼ିଦେଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ରାମେଶ୍ୱରଙ୍କ ହାତରେ ଏହି ଚାଟ୍‌ ଲାଗିବା ପରେ ସେ ସିଧା ଥାନାରେ ପହଞ୍ଚିଥିଲେ। ସେଠାରେ ସେ ସୁମନଙ୍କ ନାମରେ ପ୍ରତାରଣା ଅଭିଯୋଗ କରିଥିଲେ। କୋର୍ଟରେ ଏବେ ଏହିି ଘଟଣାରେ ମାମଲା ରୁଜୁ ହୋଇଛି।

ଅପରପକ୍ଷେ ବିବାହର ୯ ଦିନ ପରେ ସ୍ତ୍ରୀ ସୁମନ ବାପଘରକୁ ଚାଲିଯାଇଥିଲେ। ପରେ ରାମେଶ୍ୱର ଆମେରିକା ଚାଲିଯାଇଥିଲେ। ହେଲେ ସୁମନ ଏବଂ ତାଙ୍କ ଭାଉଜ ରାମେଶ୍ୱରଙ୍କ ଘରର ତାଲା ଭାଙ୍ଗି ତାଙ୍କ ବିରୋଧରେ ଯୌତୁକ, ଘରୋଇ ହିଂସା ଏବଂ ଅନ୍ୟ ମାମଲା ରୁଜୁ କରିଦେଇଥିଲେ। ହେଲେ ଏବେ ପ୍ରକୃତ କଥା ଜଣାପଡ଼ିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀରେ ’ଶକୁନ୍ତଲମ୍‌’

ହାଇଦ୍ରାବାଦ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ ‘ଯଶୋଦା’ ପରେ ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଶକୁନ୍ତଲମ୍‌’ର ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ...

ଜଣକ ପରେ ଜଣେ ଖସଡ଼ାରେ ଖସୁଛନ୍ତି ବତକ ଛୁଆ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

୬୦ ହଜାର ମହୁମାଛିଙ୍କୁ ୪ ଘଣ୍ଟା ମୁହଁରେ ବସାଇ ଯୁବକଙ୍କ ବିଶ୍ୱରେକର୍ଡ

ଥିରୁଭାନନ୍ତପୁରମ, ୨୨।୬- ଗୋଟିଏ ମହୁମାଛିର ଦଂଶନ ଜଣେ ବ୍ୟକ୍ତିଙ୍କ ଶରୀରରେ କଷ୍ଟ ପହଞ୍ଚାଇବା ପାଇଁ ଯଥେଷ୍ଟ। କିନ୍ତୁ ଚିନ୍ତା କରନ୍ତୁ, ଜଣେ ବ୍ୟକ୍ତି ନିଜ ମୁହଁରେ...

ହାତ ଥିବା ବିଲୁପ୍ତପ୍ରାୟ ମାଛ

କାନବେରା: ପୃଥିବୀରେ ବିଭିନ୍ନ ପ୍ରଜାତିର ଜୀବ ବାସ କରୁଥିବାବେଳେ ଅନେକ ସମୟରେ ନୂଆ କିଛି ଜୀବ ଦୃଷ୍ଟିଗୋଚର ହୋଇଥାନ୍ତି। ନିକଟରେ ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ୨୦...

ବେଦାନ୍ତର ‘ମେଟାଲ ଓ୍ବିମେନ୍‌’

ଭୁବନେଶ୍ୱର, ୮।୩(ବ୍ୟୁରୋ): ମହିଳାମାନେ ଯେକୌଣସି କାମକୁ ସଫଳତାର ସହ କରିପାରିବେ। କେବଳ ସଫ୍ଟଓ୍ବେର୍‌ ଇଞ୍ଜିନିୟର, ଶିକ୍ଷକ ଓ ଡାକ୍ତର ନୁହେଁ, ମେକାନିକାଲ ଇଞ୍ଜିନିୟର, ଓ୍ବେଲ୍ଡର, ସିକ୍ୟୁରିଟି,...

୮ ବର୍ଷ ପରେ ପୂରଣ ହେଲା ସ୍ବପ୍ନ

ଦିଶପୁର୍‌: ନିଜ ସ୍ବପ୍ନ ପୂରଣ କରିବାକୁ ଲୋକେ ବହୁତ କିଛି କରିଥାନ୍ତି। ନିକଟରେ ଜଣେ ମଜୁରିଆ ୮ ବର୍ଷ ପରେ ତାଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି।...

ପାଇପ୍‌ରେ କ୍ଷୀର ଯୋଗାଣ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବେଳେବେଳେ...

ଫୁଲ ପାଖୁଡାରେ ଡ୍ରେସ୍‌

ଜାପାନର ୨୦ ବର୍ଷୀୟା କଳାକାର ମୋମୋତ୍‌ସୁକି। ସେ ଯେମିତି କଳ୍ପନାବିଳାସୀ ସେମିତି ବୃକ୍ଷପ୍ରେମୀ। ଆଉ ସେ ବେଶ୍‌ ନିଖୁଣତାର ସହ ଏହି ଦୁଇଟିର ମିଶ୍ରଣ କରି...

Advertisement
Archives

Model This Week